ବୃଦ୍ଧଙ୍କୁ ଅଜଗର ଗିଳିବା ଘଟଣା ଚର୍ଚ୍ଚାରେ ରହିଗଲା: ୮ଦିନ ପରେ ନିଖୋଜ ବୃଦ୍ଧଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୫।୯(ବ୍ୟୁରୋ):କଟକ ଜିଲା ବାଙ୍କୀ ସବ୍‌ଡିଭିଜନ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧକୁ ଅଜଗର ଗିଳିଥିବା ନେଇ ୫ଦିନ ହେବ ଚର୍ଚ୍ଚା ଚାଲିଛି। ହେଲେ ଏଯାଏ ଅଜଗରଟିକୁ ଧରି ଏକ୍ସ-ରେ କରାଗଲା ନାହିଁ, କି ପେଟରେ କ’ଣ ରହିଛି, ତାହା ସ୍ପଷ୍ଟ ହେଲା ନାହିଁ। ସେପଟେ ସାନମୁଣ୍ଡଳୀ ଗ୍ରାମର ନନ୍ଦ କିଶୋର ବେହେରା ନିଖୋଜ ହେବାର ୮ ଦିନ ବିତିଛି। ଗତ ୨୮ତାରିଖରୁ ସେ ଘରୁ ବାହାରିଥିବାବେଳେ ତାଙ୍କର ଏଯାଏ ପତ୍ତା ମିଳୁନାହିଁ। ଫଳରେ ତାଙ୍କୁ ଅଜଗର ଗିଳିଥିବା ଚର୍ଚ୍ଚା କେବଳ ଚର୍ଚ୍ଚାରେ ହିଁ ରହିଯାଇଛି।
ଗତ ୨୯ ତାରିଖରେ ବେଙ୍ଗପାଣି ଘାଟି ରାସ୍ତାଠାରୁ ୧୫ଫୁଟ ତଳେ ନନ୍ଦ କିଶୋରଙ୍କ ଗାଡ଼ି ଓ କିଛି ସାମଗ୍ରୀ ମିଳିଥିଲା। ତାଙ୍କର ଦୁର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଏହି ଦୁର୍ଘଟଣା ପରେ ନନ୍ଦ କିଶୋର କୁଆଡେ ଗଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗ୍ରାମବାସୀ ତାଙ୍କୁ ଜଙ୍ଗଲ ଭିତରେ ଖୋଜାଖୋଜି କରିବାବେଳେ ଏକ ଅଜଗର ମଣିଷ ଭଳି କିଛି ବଡ଼ ଜୀବ ଗିଳିଥିବା ଦେଖିଥିଲେ। ନିଖୋଜ ନନ୍ଦକିଶୋରଙ୍କୁ ଉକ୍ତ ଅଜଗର ଗିଳିଥିବା ଭାବି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗର କେତେଜଣ କର୍ମଚାରୀ ସେଠାକୁ ଯାଇ ଅଜଗରକୁ ଦେଖିବା ପରେ ମଣିଷ ଗିଳି ନ ଥିବା କହିଥିଲେ। ସେମାନଙ୍କର ଯୁକ୍ତି ଥିଲା, କାରଣ ସାପଟି ଯେଉଁ ସ୍ଥାନରେ ଥିଲା, ଗାଡ଼ି ପଡ଼ିଥିବା ସ୍ଥାନଠାରୁ ତାହାର ଦୂରତା ପ୍ରାୟ ୨କିମି ରହିଥିଲା। ତାହା ପୁଣି ଗୋଟିଏ ପାହାଡ଼ ତଳକୁ ଯାଇ ଅନ୍ୟଏକ ପାହାଡ଼ ଚଢ଼ିବାକୁ ପଡ଼ିବ। ତେଣୁ ସାପଟି ମଣିଷ ଗିଳିଥିଲେ ଏତେବାଟ ଯିବା ସମ୍ଭବ ନୁହେଁ ବୋଲି ବନ କର୍ମଚାରୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଥିଲେ। କିନ୍ତୁ ଗ୍ରାମବାସୀ ସାପଟିର ଏକ୍ସ-ରେ କରିବାକୁ ଦାବି କରିଥିଲେ ମଧ୍ୟ ବନ ବିଭାଗ ଏହାକୁ ଗୁରୁତ୍ୱ ଦେଉ ନାହିଁ। ତେବେ ନିଖୋଜ ନନ୍ଦକିଶୋର କୁଆଡ଼େ ଗଲେ, ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସେପଟେ ପୋଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ନନ୍ଦକିଶୋର ନିଖୋଜ ହେବାର ୮ଦିନ ବିତିଯାଇଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ତାଙ୍କ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଛି। ତେଣୁ ଅଜଗର ପେଟରେ କ’ଣ ଅଛି ତାହା ଜାଣିବା ପାଇଁ ତା’ର ଏକ୍ସ-ରେ କରି ତାଙ୍କ ସନ୍ଦେହ ଦୂର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଏପଟେ ସ୍ନେକ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଅଜଗର ପେଟ ଭିତରେ ଥିବା ଜନ୍ତୁର ଲମ୍ବ ୩ ଫୁଟରୁ କମ୍‌। ଅଜଗରଟି ନିଶ୍ଚିତ ଭାବେ ୩ଫୁଟ୍‌ରୁ ଛୋଟ ଏକ ପ୍ରାଣୀ ଖାଇଛି। ତାହା ଏକ କୁଟୁରା, ଛେଳି, ହରିଣ କିମ୍ବା ବାର୍‌ହା ମଧ୍ୟ ହୋଇପାରେ। ତେଣୁ ପୋଲିସ ଅନ୍ୟାନ୍ୟ ଆପରାଧିକ ଦିଗକୁ ଶୀଘ୍ର ତଦନ୍ତ କରିବା ଆବଶ୍ୟକ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri