ପୁରୀ ଜିଲାରେ ସଂକ୍ରମଣ ବୃଦ୍ଧି ନେଇ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ପୁରୀ ଜିଲାରେ କୋଭିଡ୍‌ ସଂକ୍ରମଣ କମାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ସୋମବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ କନ୍‌ଫରେନ୍ସରେ ଜିଲାର କୋଭିଡ୍‌ ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଜିଲାରେ ହେଉଥିବା ନମୁନା ପରୀକ୍ଷାକୁ ଅଧିକ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷାକୁ ଦୁଇଗୁଣା କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଜିଲାକୁ ଅଧିକ ସ୍ପେଶାଲିଷ୍ଟ ଡାକ୍ତର ଏବଂ ଆୟୁଷ ଡାକ୍ତର ପଠାଯିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପୁରୀ ଜିଲାରେ ଆରୋଗ୍ୟ ହାର ୮୦ ପ୍ରତିଶତ ଥିଲେ ମଧ୍ୟ କେତେକ କ୍ଷେତ୍ରରେ ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ଅଧିକ ଆଇସିୟୁ ସୁବିଧାର ଆବଶ୍ୟକତା ରହିଛି। ଏଭଳି ରୋଗୀଙ୍କ ଚିକିତ୍ସା ପାଇଁ ରାଜଧାନୀରେ ଆଇସିୟୁ ସୁବିଧା ଥିବା ଡାକ୍ତରଖାନାକୁ ପଠାଇବା ପାଇଁ ଜିଲା ପ୍ରଶାସନ ଏବଂ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେଶନ ଆଲୋଚନା କରି ନିଷ୍ପତ୍ତି ନେବାକୁ ସେ କହିଛନ୍ତି। ସେହିପରି ସେବାୟତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏବଂ ସେମାନଙ୍କ ମଧ୍ୟରେ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରିବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ନୀଳାଚଳ ଭକ୍ତନିବାସ ଏବଂ ରକ୍‌ବେ ହୋଟେଲରେ ଶ୍ରୀମନ୍ଦିର ସେବାୟତ ଓ ଅଫିସିଆଲଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍‌ ସେଣ୍ଟର କାର୍ଯ୍ୟକାରୀ ହୋଇଛି । ଏଥିରେ ୭୪ଟି ଦୁଇଶଯ୍ୟା ବିଶିଷ୍ଟ କୋଠରି ରହିବା ସହ ସ୍ବାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି। ସେବାୟତଙ୍କ ପାଇଁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ଟେଷ୍ଟିଂ ସେଣ୍ଟର ମଧ୍ୟ କାର୍ଯ୍ୟକାରୀ ହେଉଛି । ଦିନକୁ ପୁରୀରେ ୨୦୦୦ରୁ ଅଧିକ ଟେଷ୍ଟିଂ କରିବା ପାଇଁ ଉନ୍ନୟନ କମିଶନର ଗୁରୁତ୍ବ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସେବାୟତ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଠିକ୍‌ଭାବେ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜିଲାରେ କୋଭିଡ୍‌ ମାର୍ଗଦର୍ଶିକା ଯଥା ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଭଳି ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ଉପରେ ମଧ୍ୟ ଗୁରୁତ୍ବ ଦେବା ସହିତ ଏହାର ଏନ୍‌ଫୋର୍ସମେଣ୍ଟ ଉପରେ ଗୁରୁତ୍ବ ଦେଇଛନ୍ତି । ବିଶେଷକରି ହୋଟେଲ, ରେଷ୍ଟୁରାଣ୍ଟ, ବେଳାଭୂମି, ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଏବଂ ଜନଗହଳି ସ୍ଥାନରେ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେବାୟତ ପରିବାରକୁ ମାସ୍କ ଓ ସାନିଟାଇଜର ଯୋଗାଇବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri