ବ୍ରାହ୍ମଣୀ, ମହାନଦୀ ତଟବନ୍ଧର ସୁରକ୍ଷା ପ୍ରତି ଗୁରୁତ୍ୱ

କେନ୍ଦ୍ରାପଡ଼ା ଅଫିସ, ୨୧ା୧୧: ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥରେ ମହାନଦୀ ଓ ବ୍ରାହ୍ମଣୀ ତଟର ଲଘୁ ଖଣିଜ ସମ୍ପଦ ବିନିଯୋଗ ବିରୋଧରେ ହୋଇଥିବା ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ମାମଲାର ଶୁଣାଣି ଗତ ୧୮ ତାରିଖରେ ଶେଷ ହୋଇଛି। ଜଷ୍ଟିସ ବି. ଅମିତ ସ୍ଥଳେକର ଓ ବିଶେଷଜ୍ଞ ସଭ୍ୟ ଶୈବାଳ ଦାସଗୁପ୍ତା ଏହାର ଶୁଣାଣି କରି ନଦୀତଟର ସୁରକ୍ଷା ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନକୁ ତାଗିଦ କରିଛନ୍ତି। ନଦୀତଟର ସୁରକ୍ଷା ପାଇଁ ସାଟେଲାଇଟ ସର୍ଭିଲାନ୍ସ ସହ ଆବଶ୍ୟକ ପଡିଲେ ସିସିଟିଭି ଲଗାଇବାକୁ ରାୟରେ ଉଲ୍ଲେଖ ଅଛି। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡ଼ା ତହସିଲ ଅଧୀନରେ ଲଘୁ ଖଣିଜ ସମ୍ପଦ ଲୁଟର କ୍ଷତି ଭରଣା ବାବଦ ୨,୫୫,୧୧,୬୩୨ ଟଙ୍କା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ଏହି ରାୟରେ ଉଲ୍ଲେଖ ହୋଇଛି।

ହରିଦାସପୁର-ପାରାଦୀପ ରେଳପଥ ମୋଟ ୮୨ କିଲୋମିଟର ଲମ୍ବ। ଏହାର ନିର୍ମାଣ ସମୟରେ କେନ୍ଦ୍ରାପଡ଼ା ଜିଲାର ୪ ତହସିଲ ଅନ୍ତର୍ଗତ ୪୦ କିଲୋମିଟର ଲମ୍ବର ମହାନଦୀ ଓ ବ୍ରାହ୍ମଣୀ ତଟାଞ୍ଚଳରୁ ବାଲି, ମାଟି ଓ ଗୋଡ଼ି ନିର୍ମାଣକାରୀ ସଂସ୍ଥା ରେଳ ବିକାଶ ନିଗମ ଲିମିଟେଡ ଉଠାଇଥିଲେ। ଏହାକୁ ବିରୋଧ କରି କେନ୍ଦୁଝରର ଶଶିଭୂଷଣ ବେହେରା, କେନ୍ଦ୍ରାପଡ଼ା ଜିଲାର ଅଶେଷ କୁମାର ଖଟୁଆ, ଆଳୟ ସାମନ୍ତରାୟ ଓ ପ୍ରତାପ କୁମାର ମହାନ୍ତି ଏନ୍‌ଜିଟିରେ ୨୦୧୮ ଡିସେମ୍ବର ୧୨ରେ ଏକ ମାମଲା (ନଂ.୫୫/୧୮) ରୁଜୁ କରିଥିଲେ। ଏଥିରେ ରାଜ୍ୟ ସରକାର, କେନ୍ଦ୍ରାପଡ଼ା ଜିଲାପାଳ, ଆରଭିଏନ୍‌ଏଲ୍‌ର ମୁଖ୍ୟ ପ୍ରକଳ୍ପ ପରିଚାଳକଙ୍କ ସମେତ ମୋଟ ୧୨ ଜଣ ପ୍ରତିପକ୍ଷ ଅଛନ୍ତି। ଏନ୍‌ଜିଟିର ଶୁଣାଣି ସମୟରେ ଏହି ମାମଲା ପାଇଁ ଏକାଧିକ ତଦନ୍ତ ହୋଇଛି। ଏପରିକି ଗତ କିଛି ମାସ ପୂର୍ବେ ରାଉରକେଲାସ୍ଥିତ ଏନ୍‌ଆଇଟିର ଗୋଟିଏ ଟିମ୍‌ ତଦନ୍ତ କରି ଫେରିଛନ୍ତି। ତଦନ୍ତ ସମୟରେ କେନ୍ଦ୍ରାପଡ଼ା ଜିଲାର ଉପରୋକ୍ତ ୪ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ହୋଇଥିବା ନେଇ ରିପୋର୍ଟ ଏନ୍‌ଜିଟିକୁ ଦିଆଯାଇଛି। ସେହି ରିପୋର୍ଟକୁ ଭିତ୍ତି କରି କେନ୍ଦ୍ରାପଡ଼ା ତହସିଲ ଅଞ୍ଚଳର କ୍ଷତିଭରଣା ପାଇଁ ୫୮,୪୮,୫୭୬ ଟଙ୍କା ଜରିମାନା ଦେବାକୁ ନିର୍ଣ୍ଣୟ ନିଆଯାଇଛି। ସେହିପରି ମାର୍ଶାଘାଇ ତହସିଲ ଅଞ୍ଚଳର କ୍ଷତି ପାଇଁ ୫୯,୨୦,୧୯୫ ଟଙ୍କା, ଡେରାବିଶର ୭୧,୦୬,୮୨୬ ଟଙ୍କା, ମହାକାଳପଡ଼ାର ୬୬,୩୬,୦୩୫ ଟଙ୍କା ଏପରି ମୋଟ ୨,୫୫,୧୧,୬୩୨ ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କ୍ଷତିଭରଣା ଟଙ୍କାକୁ ନେଇ ଆର୍‌ଭିଏନ୍‌ଏଲ୍‌ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି। ଅପରପକ୍ଷେ ନଦୀ ତଟାଞ୍ଚଳରୁ କ୍ରମାଗତ ଖଣିଜ ଲଘୁ ସମ୍ପଦ ଚୋରି ନେଇ ଏନ୍‌ଜିଟି ରାୟରେ ଉଦ୍‌ବେଗ ପ୍ରକାଶ କରାଯାଇଛି। ତଟାଞ୍ଚଳର ସୁରକ୍ଷା ପାଇଁ ଖାଲ ସ୍ଥାନକୁ ପୋତିବା, ସଂରକ୍ଷଣ ପାଇଁ ବନୀକରଣ ଓ ଘାସ ବିଛାଇବା ପାଇଁ ଏହି ରାୟରେ ଉଲ୍ଲେଖ କରାଯାଇଛି। ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?