ବ୍ରାହ୍ମଣୀ, ମହାନଦୀ ତଟବନ୍ଧର ସୁରକ୍ଷା ପ୍ରତି ଗୁରୁତ୍ୱ

କେନ୍ଦ୍ରାପଡ଼ା ଅଫିସ, ୨୧ା୧୧: ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥରେ ମହାନଦୀ ଓ ବ୍ରାହ୍ମଣୀ ତଟର ଲଘୁ ଖଣିଜ ସମ୍ପଦ ବିନିଯୋଗ ବିରୋଧରେ ହୋଇଥିବା ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ମାମଲାର ଶୁଣାଣି ଗତ ୧୮ ତାରିଖରେ ଶେଷ ହୋଇଛି। ଜଷ୍ଟିସ ବି. ଅମିତ ସ୍ଥଳେକର ଓ ବିଶେଷଜ୍ଞ ସଭ୍ୟ ଶୈବାଳ ଦାସଗୁପ୍ତା ଏହାର ଶୁଣାଣି କରି ନଦୀତଟର ସୁରକ୍ଷା ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନକୁ ତାଗିଦ କରିଛନ୍ତି। ନଦୀତଟର ସୁରକ୍ଷା ପାଇଁ ସାଟେଲାଇଟ ସର୍ଭିଲାନ୍ସ ସହ ଆବଶ୍ୟକ ପଡିଲେ ସିସିଟିଭି ଲଗାଇବାକୁ ରାୟରେ ଉଲ୍ଲେଖ ଅଛି। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡ଼ା ତହସିଲ ଅଧୀନରେ ଲଘୁ ଖଣିଜ ସମ୍ପଦ ଲୁଟର କ୍ଷତି ଭରଣା ବାବଦ ୨,୫୫,୧୧,୬୩୨ ଟଙ୍କା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ଏହି ରାୟରେ ଉଲ୍ଲେଖ ହୋଇଛି।

ହରିଦାସପୁର-ପାରାଦୀପ ରେଳପଥ ମୋଟ ୮୨ କିଲୋମିଟର ଲମ୍ବ। ଏହାର ନିର୍ମାଣ ସମୟରେ କେନ୍ଦ୍ରାପଡ଼ା ଜିଲାର ୪ ତହସିଲ ଅନ୍ତର୍ଗତ ୪୦ କିଲୋମିଟର ଲମ୍ବର ମହାନଦୀ ଓ ବ୍ରାହ୍ମଣୀ ତଟାଞ୍ଚଳରୁ ବାଲି, ମାଟି ଓ ଗୋଡ଼ି ନିର୍ମାଣକାରୀ ସଂସ୍ଥା ରେଳ ବିକାଶ ନିଗମ ଲିମିଟେଡ ଉଠାଇଥିଲେ। ଏହାକୁ ବିରୋଧ କରି କେନ୍ଦୁଝରର ଶଶିଭୂଷଣ ବେହେରା, କେନ୍ଦ୍ରାପଡ଼ା ଜିଲାର ଅଶେଷ କୁମାର ଖଟୁଆ, ଆଳୟ ସାମନ୍ତରାୟ ଓ ପ୍ରତାପ କୁମାର ମହାନ୍ତି ଏନ୍‌ଜିଟିରେ ୨୦୧୮ ଡିସେମ୍ବର ୧୨ରେ ଏକ ମାମଲା (ନଂ.୫୫/୧୮) ରୁଜୁ କରିଥିଲେ। ଏଥିରେ ରାଜ୍ୟ ସରକାର, କେନ୍ଦ୍ରାପଡ଼ା ଜିଲାପାଳ, ଆରଭିଏନ୍‌ଏଲ୍‌ର ମୁଖ୍ୟ ପ୍ରକଳ୍ପ ପରିଚାଳକଙ୍କ ସମେତ ମୋଟ ୧୨ ଜଣ ପ୍ରତିପକ୍ଷ ଅଛନ୍ତି। ଏନ୍‌ଜିଟିର ଶୁଣାଣି ସମୟରେ ଏହି ମାମଲା ପାଇଁ ଏକାଧିକ ତଦନ୍ତ ହୋଇଛି। ଏପରିକି ଗତ କିଛି ମାସ ପୂର୍ବେ ରାଉରକେଲାସ୍ଥିତ ଏନ୍‌ଆଇଟିର ଗୋଟିଏ ଟିମ୍‌ ତଦନ୍ତ କରି ଫେରିଛନ୍ତି। ତଦନ୍ତ ସମୟରେ କେନ୍ଦ୍ରାପଡ଼ା ଜିଲାର ଉପରୋକ୍ତ ୪ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ହୋଇଥିବା ନେଇ ରିପୋର୍ଟ ଏନ୍‌ଜିଟିକୁ ଦିଆଯାଇଛି। ସେହି ରିପୋର୍ଟକୁ ଭିତ୍ତି କରି କେନ୍ଦ୍ରାପଡ଼ା ତହସିଲ ଅଞ୍ଚଳର କ୍ଷତିଭରଣା ପାଇଁ ୫୮,୪୮,୫୭୬ ଟଙ୍କା ଜରିମାନା ଦେବାକୁ ନିର୍ଣ୍ଣୟ ନିଆଯାଇଛି। ସେହିପରି ମାର୍ଶାଘାଇ ତହସିଲ ଅଞ୍ଚଳର କ୍ଷତି ପାଇଁ ୫୯,୨୦,୧୯୫ ଟଙ୍କା, ଡେରାବିଶର ୭୧,୦୬,୮୨୬ ଟଙ୍କା, ମହାକାଳପଡ଼ାର ୬୬,୩୬,୦୩୫ ଟଙ୍କା ଏପରି ମୋଟ ୨,୫୫,୧୧,୬୩୨ ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କ୍ଷତିଭରଣା ଟଙ୍କାକୁ ନେଇ ଆର୍‌ଭିଏନ୍‌ଏଲ୍‌ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି। ଅପରପକ୍ଷେ ନଦୀ ତଟାଞ୍ଚଳରୁ କ୍ରମାଗତ ଖଣିଜ ଲଘୁ ସମ୍ପଦ ଚୋରି ନେଇ ଏନ୍‌ଜିଟି ରାୟରେ ଉଦ୍‌ବେଗ ପ୍ରକାଶ କରାଯାଇଛି। ତଟାଞ୍ଚଳର ସୁରକ୍ଷା ପାଇଁ ଖାଲ ସ୍ଥାନକୁ ପୋତିବା, ସଂରକ୍ଷଣ ପାଇଁ ବନୀକରଣ ଓ ଘାସ ବିଛାଇବା ପାଇଁ ଏହି ରାୟରେ ଉଲ୍ଲେଖ କରାଯାଇଛି। ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri