ପୁରୁଷୋତ୍ତମପୁର,୧୪ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ଡ. ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ପଣ୍ଡା ଉଦ୍ଘାଟନ କରି ଛାତ୍ରୀଛାତ୍ରଙ୍କଠାରେ ବୈଜ୍ଞାନିକ ମନୋଭାବ ଉଦ୍ରେକ କରିବା ସହ ସମାଜରେ ଫିଜିକ୍ସର ସନ୍ଧାନ ଓ ଆବଶ୍ୟକତାକୁ ନେଇ ଗୁରୁତ୍ୱାରୋପ କରିଥିଲେ। ଅଧ୍ୟାପକ ଡ. ପ୍ରକାଶ ବେହେରାଙ୍କ ତତ୍ତ୍ୱାବଧାନରେ ପଞ୍ଚମ ସେମିଷ୍ଟରର ଚନ୍ଦନ ଓ ନୟନାଙ୍କ ସ୍ବାରା ପାଠଚକ୍ରର ସନ୍ଦର୍ଭକୁ ଉପସ୍ଥାପନା କରିଥିଲେ। ଏହାକୁ ଡେମନ୍ଷ୍ଟେଟର ରାମନଥ ପାତ୍ର, ଦିଗାମ୍ବର ପଣ୍ଡା ଓ ଛାତ୍ରୀଛାତ୍ର ପରିଚାଳନାରେ ସହଯୋଗ କରିଥିବା ବେଳେ ସମ୍ପାଦକ ସନ୍ଦୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


