କୃଷକ ସଶକ୍ତୀକରଣକୁ ଗୁରୁତ୍ୱ

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଯାହାର ଅର୍ଥନୀତି ବିଶେଷକରି ଗ୍ରାମ୍ୟ ଓ କୃଷିଭିତ୍ତିକ। କୃଷି ରାଜ୍ୟର ବଡ଼ ନିଯୁକ୍ତି କ୍ଷେତ୍ର ଭାବେ ମୋଟ ଶ୍ରମବଳର ପ୍ରାୟ ୫୦% ଲୋକଙ୍କୁ ଜୀବିକା ଯୋଗାଇଥାଏ। ଏଥିସକାଶେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ସରକାର କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ କୃଷକଙ୍କ ଆୟବୃଦ୍ଧି ପାଇଁ ବିଭିନ୍ନ ଯୋଜନାରେ ମୋଟ ୧୭,୪୬୮ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ କରିଛନ୍ତି। ଗତ ଆର୍ଥିକ ବର୍ଷ(୨୦୨୦-୨୧)ର ଆକଳନ ଅନୁସାରେ ଗ୍ରସ୍‌ ଷ୍ଟେଟ୍‌ ଭାଲ୍ୟୁ ଆଡେଡ୍‌ (ଜିଏସ୍‌ଭିଏ)ର ପ୍ରାୟ ୨୧% ହେଉଛି ଏହି କ୍ଷେତ୍ରର ଯୋଗଦାନ। କୃଷି କ୍ଷେତ୍ରର ସାମଗ୍ରିକ ତ୍ୱରିତ ବିକାଶ ମାଧ୍ୟମରେ କୃଷକ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବଡ଼ଧରଣର ପରିବର୍ତ୍ତନ ଆଣିବା ପାଇଁ ଏହି ବଜେଟରେ ଗବେଷଣା, ଉନ୍ନୟନ ଏବଂ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଛି।

କାଳିଆ ଯୋଜନା: ୧୮୦୦ କୋଟି
ରାଜ୍ୟର କୃଷି ବିକାଶକୁ ତ୍ୱରାନ୍ବିତ କରିବା ସହ ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ ନେଇ ୨୦୧୮-୧୯ରେ କୃଷକ ଆସିଷ୍ଟାନ୍ସ ଫର୍‌ ଲାଇଭଲିହୁଡ୍‌ ଆଣ୍ଡ ଇନକମ୍‌ ଅଗ୍‌ମେଣ୍ଟେଶନ(କାଳିଆ) ଯୋଜନା ପ୍ରଣୟନ କରାଯାଇଥିଲା। ଏହି ଯୋଜନାରେ ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ କାଳିଆ ମେଧାବୃତ୍ତି ଦିଆଯିବ। ୨୦୨୧-୨୨ ଆର୍ଥିକ ବର୍ଷରେ ଉକ୍ତ ସହାୟତାକୁ ଚାଲୁ ରଖିବା ପାଇଁ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ପରମ୍ପରାଗତ କୃଷି ବିକାଶ ଯୋଜନା: ୩୫ କୋଟି
୨୦,୮୦୦ ହେକ୍ଟରରୁ ଅଧିକ ଜମିରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦିଆଯାଇଥିବା ବେଳେ ଏହାକୁ ତ୍ୱରାନ୍ବିତ କରିବା ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନାରେ ୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ସାର ଓ ବିହନ ପାଇଁ ୨୦୦ କୋଟି
ଉତ୍ତମ ମାନର ଫସଲ ଉତ୍ପାଦନ ପାଇଁ ବିହନ ଓ ସାର ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଚାଷୀଙ୍କୁ ଆଗୁଆ ବିହନ ଯୋଗାଇ ଦେବା ପାଇଁ ୧୦୦ କୋଟି ଟଙ୍କା ଏବଂ ସାର ଯୋଗାଇବା ପାଇଁ ଆଉ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ବ୍ୟବସ୍ଥା କରାଯାଇଛି।
କୃଷି ଗବେଷଣା ଓ ଭିତ୍ତିଭୂମି ବିକାଶ: ୧୪୮ କୋଟି
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)କୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ସହ କୃଷି ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନଦଣ୍ଡ ସୃଷ୍ଟି କରିବା ସରକାରଙ୍କ ସ୍ବପ୍ନ। ଏହାକୁ ପୂରଣ କରିବା ପାଇଁ କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ଲାଗି ୧୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୫ଗୁଣ ଅଧିକ।
ଉଦ୍ୟାନ କୃଷି: ୨୫୨ କୋଟି
ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ‘ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ’ ଅଧୀନରେ ୧୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଉଦ୍ୟାନ କୃଷି ପାଇଁ ରାଜ୍ୟରେ ଉପଲବ୍ଧ ସର୍ବାଧିକ କ୍ଷମତାର ଉପଯୋଗ କରି ସମସ୍ତ ପ୍ରକାର ଉଦ୍ୟାନ ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ଜାତୀୟ ଉଦ୍ୟାନ କୃଷି ମିଶନରେ ୧୨୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା: ୪୫୦ କୋଟି
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସମ୍ମିଳିତ ତଥା ସମନ୍ବିତ ବିକାଶ ଜରିଆରେ କୃଷି କ୍ଷେତ୍ରକୁ ଆର୍ଥିକ କାରବାରର ଏକ ପ୍ରମୁଖ ଉତ୍ସ ଭାବେ ବିକଶିତ କରିବା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ଏଫ୍‌ପିଓକୁ ୬୦ କୋଟି
ନିରନ୍ତର ବିକାଶ ଲକ୍ଷ୍ୟ ନେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ସମ୍ବଳର ଉତ୍ପାଦନ, ଏକତ୍ରୀକରଣ, ଭଣ୍ଡାରଣ, ପ୍ରକ୍ରିୟାକରଣ, ବିତରଣ ଓ ବିପଣନ ସକାଶେ କୃଷକ ଉତ୍ପାଦକ ସଂଗଠନ(ଏଫ୍‌ପିଓ)କୁ ୬୦ କୋଟି ଟଙ୍କା ସହାୟତା ଦିଆଯିବ।
ମିଲେଟ୍‌ ମିଶନକୁ ୧୦୬ କୋଟି
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆ ଆଦି ଚାଷ କରୁଥିବା କୃଷକମାନଙ୍କ ପୋଷଣୀୟ ନିରାପତ୍ତା ତଥା ସେମାନଙ୍କୁ ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ମିଲେଟ୍‌ ମିଶନ ଯୋଜନାରେ ୧୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ପ୍ରାଣୀ ଓ ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ଓ ମହିଳା ସଶକ୍ତୀକରଣ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ପ୍ରାଣୀଧନ ବିକାଶ ଯୋଜନାରେ ଗୋପାଳନ ଉନ୍ନୟନ ଓ ପ୍ରାଣୀଧନ ପରିିଚାଳନା ପାଇଁ ୧୦୨ କୋଟି ଟଙ୍କା ବ୍ୟୟ କରାଯିବ।
ଉନ୍ନତମାନର ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ଓମ୍‌ଫେଡ୍‌ ଜରିଆରେ ୫ ଲକ୍ଷ ଏଲ୍‌ପିଡି ବିଶିଷ୍ଟ ଡାଏରୀ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏଥିସକାଶେ ଆର୍‌ଆଇଡିଏଫ୍‌ ସହାୟତାରେ ୩୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ସମସ୍ତ ବ୍ଲକରେ ପ୍ରାଣୀ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ପ୍ରାଣୀମାନଙ୍କୁ ଗୁହାଳରେ ସେବା ପ୍ରଦାନ ପାଇଁ ଭ୍ରାମ୍ୟମାଣ ୟୁନିଟ୍‌ ସକାଶେ ୨୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ପ୍ରାଣୀଧନ ସ୍ବାସ୍ଥ୍ୟସେବା ଉନ୍ନୟନ ପାଇଁ ୧୦୦ କୋଟି ବ୍ୟୟ କରାଯିବ।
ନୂତନ ବ୍ରୟଲର ଫାର୍ମ, ବତକ ଫାର୍ମ ଓ କୁକୁଡ଼ା ପାଳନ ୟୁନିଟ୍‌ ପାଇଁ ୫୧ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ସହରାଞ୍ଚଳରେ ଆଘାତପ୍ରାପ୍ତ ଓ ବ୍ୟଥିତ ପ୍ରାଣୀଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ ଲାଗି ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
ପ୍ରାଣୀଧନ ବିକାଶ ପାଇଁ ପ୍ରାଣୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଶିକ୍ଷା ଓ ଗବେଷଣା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ୩୦ କୋଟି ଟଙ୍କା ବ୍ୟୟରେ ଏକ ପ୍ରାଣୀ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାର ପ୍ରସ୍ତାବ ରହିଛି।

୮୧୯ କୋଟିର ସୁଧ ରିହାତି
ଚାଷୀଙ୍କ ପାଇଁ ଅମଳ ବୃଦ୍ଧିରେ କୃଷି ଋଣ ବିଶେଷ ସହାୟକ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କୁ କାଳିଆ ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଶୂନ ପ୍ରତିଶତ ସୁଧରେ କୃଷିଋଣ ଯୋଗାଇ ଆସୁଛନ୍ତି। ସରକାରଙ୍କ ସଙ୍କଳ୍ପ ମୁତାବକ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨% ରିହାତି ସୁଧରେ ଋଣ ଦିଆଯାଉଛି। ଏଥିପାଇଁ ସୁଧ ସବ୍‌ସିଡି/ଆର୍ଥିକ ସହାୟତା ଯୋଜନାରେ ଚାଷୀଙ୍କୁ ସୁଧ ରିହାତି ପ୍ରଦାନ ନିମନ୍ତେ ୮୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ସମବାୟ ବ୍ୟାଙ୍କ ଦେବ ୧୬ ହଜାର କୋଟି ଟଙ୍କାର ଋଣ
ଦେଶରେ ସମବାୟ ସଂସ୍ଥାଗୁଡ଼ିକ କୃଷିଋଣର ମାତ୍ର ୧୭% ବ୍ୟୟ ବହନ କରୁଥିବାବେଳେ ଓଡ଼ିଶା ସରକାର ଶତକଡ଼ା ୬୫ ଭାଗ ବହନ କରୁଛନ୍ତି। ୨୦୨୧-୨୨ରେ ସମବାୟ ବ୍ୟାଙ୍କଗୁଡ଼ିକ ୧୬ ହଜାର କୋଟି ଟଙ୍କାର କୃଷିଋଣ ପ୍ରଦାନ କରିବେ। ସମବାୟ ସଂସ୍ଥାଗୁଡ଼ିକୁ ୨୪ କୋଟି, ସମବାୟ ବ୍ୟାଙ୍କଗୁଡ଼ିକୁ ସାଧାରଣ ଅଂଶ ସହାୟତା ପାଇଁ ୫୦ କୋଟି ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ଗୁଡ଼ିକୁ ପୁଞ୍ଜିଅଂଶ ନିବେଶ ବାବଦକୁ ୫୦ କୋଟି ଟଙ୍କା ପ୍ରଦାନ କରାଯିବ।
କ୍ଷତିପୂରଣ ପାଇଁ ୫୦୦ କୋଟି
ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଜୀବିକା ଓ ରୋଜଗାର ଜନିତ କ୍ଷତିରୁ ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି। ଚଳିତ ଆର୍ଥିକ ବର୍ଷରେ ଚାଷୀମାନଙ୍କୁ ତ୍ୱରିତ ସହାୟତା ଓ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସଂଯୋଜନ ଜରିଆରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର
ଏମ୍‌ଜିଏନ୍‌ଆରଜିଏ ପାଣ୍ଠିରୁ ସଂଯୋଜନ ମାଧ୍ୟମରେ ୧୯୬୬ କୋଟି ଟଙ୍କା ବ୍ୟୟ କରାଯାଇ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଓ ପ୍ରାଣୀପାଳନ ସମ୍ପର୍କିତ କାର୍ଯ୍ୟକ୍ରମଗୁଡ଼ିକୁ ବ୍ୟାପକ କରାଯିବ।
ଜଳସେଚନ କ୍ଷମତା ସୃଷ୍ଟି ଏବଂ ଜୀବିକା ବିକାଶ ନିମନ୍ତେ ଓଡ଼ିଶା ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ଏବଂ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ସଂଯୋଜନ ଜରିଆରେ ୪୪୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଅର୍ଥରେ ଜଳ ବିଭାଜିକା ବିକାଶ, ଜଳ ସଞ୍ଚୟନ, ସଂରଚନା, ବୃହତ୍‌ ଉଠାଜଳସଚେନ ପ୍ରକଳ୍ପ, ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଆଡ଼ିବନ୍ଧ ନିର୍ମାଣ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବ।
୨୦୨୧-୨୨ ଆର୍ଥିକ ବର୍ଷରେ ଉଭୟ ବଜେଟ ଏବଂ ବଜେଟ ବହିର୍ଭୂତ ସମ୍ବଳରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ମୋଟ ନିବେଶ ପ୍ରାୟ ୨୦ ହଜାର କୋଟି ଟଙ୍କା ହେବ।

ଚାଷୀଙ୍କ ଆର୍ଥିକ ପ୍ରଗତିକୁ ସୁନିଶ୍ଚିତ କରିବାରେ ଜଳସେଚନ ପ୍ରମୁଖ ଭୂମିକା ନେଇଥାଏ। ୨୦୨୧-୨୨ ଆର୍ଥିକ ବର୍ଷରେ ଅତିରିକ୍ତ ୨ଲକ୍ଷ ୭୪ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ନିର୍ମାଣାଧୀନ ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଜଳସଚେନ ପ୍ରକଳ୍ପକୁ ଆସନ୍ତା ୨ରୁ ୩ବର୍ଷ ଭିତରେ ସମ୍ପୂର୍ଣ୍ଣ କରାଯିବ। ଏଥିସହିତ ୨୦୨୧-୨୨ ଆର୍ଥିକ ବର୍ଷରେ କଳାହାଣ୍ଡି ଜିଲାର ସାନ୍ଦୁଲ ଓ ନବରଙ୍ଗପୁର ଜିଲାର ତୁରୀ-ଗୁଣ୍ଟାତରେ ୨ ନୂଆ ମଧ୍ୟମ ଜଳସେଚନ ପ୍ରକଳ୍ପର କାର୍ଯ୍ୟାରମ୍ଭ ହେବ। ସେହିପରି ପିଏମ୍‌କେଏସ୍‌ଓ୍ବାଇ ଅଧୀନରେ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପଗୁଡ଼ିକୁ ତ୍ୱରିତ ଜଳସେଚନ ସୁବିଧା ଯୋଜନା (ଏଆଇବିପି)ରେ ସମ୍ପୂର୍ଣ୍ଣ କରିବା ପାଇଁ ୨୨୫୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାବାଦ୍‌ ରାଜ୍ୟ ପାଣ୍ଠିରୁ ପ୍ରଚଳିତ ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏସ୍‌ଆଇଡିପି) ପାଇଁ ୪୫୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

୨.୭୪ ଲକ୍ଷ ହେକ୍ଟର ଜମିକୁ ପାଣି

ଜଳ ସଂରକ୍ଷଣ: ୭୯୫ କୋଟି
ଦେଶର ୧୧% ଜଳ ସମ୍ପଦ ଓଡ଼ିଶାରେ ରହିଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ବର୍ଦ୍ଧିତ ଉପକୂଳ ପ୍ରଭାବ ହ୍ରାସ, ଭୂପୃଷ୍ଠ ଜଳର ସଂରକ୍ଷଣ ଏବଂ ଜଳଧାରଣ କ୍ଷମତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏହି କ୍ରମରେ ୮ଟି ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର୍ସ (ଆଇଏସ୍‌ଏସ୍‌) ନିର୍ମାଣ ହାତକୁ ନିଆଯାଇଛି। ୭୯୫ କୋଟି ଟଙ୍କା ବ୍ୟୟରେ ଆହୁରି ୨୩ ନୂଆ ଆଇଏସ୍‌ଏସ୍‌ ନିର୍ମାଣ କରାଯିବ, ଯାହାକି ଜଳ ସଂରକ୍ଷଣ ଓ ବ୍ୟବହାର କ୍ଷେତ୍ରରେ ଏକ ନିର୍ଣ୍ଣାୟକ ପଦକ୍ଷେପ।
ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ: ୭୧୦ କୋଟି
ଓଡ଼ିଶା ପ୍ରାୟ ପ୍ରତିବର୍ଷ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଥାଏ। ଏହାକୁ ଦୃଷ୍ଟିରେ ରଖି ବନ୍ୟା ନିୟନ୍ତ୍ରଣ ଓ ପରବର୍ତ୍ତୀ ସମୟରେ ଜଳ ନିଷ୍କାସନ ନିମନ୍ତେ ସରକାର ୭୧୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରିଛନ୍ତି।
ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ: ୮୬୦ କୋଟି
୨୦୧୩-୧୪ ଆର୍ଥିକ ବର୍ଷରୁ ରାଜ୍ୟର ଢିପ ଜମିକୁ ଜଳସଚେନ ସୁବିଧା ଦେବା ପାଇଁ ସରକାର ପାର୍ବତୀ ଗିରି ବୃହତ୍‌ ଉଠା ଜଳସଚେନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୬୦ଟି ଚାଲୁ ରହିଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ୨୦୨୧-୨୨ ଆର୍ଥତ୍କ ବର୍ଷରେ ୮୬୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି: ୯୬୯ କୋଟି
୨୦୨୧-୨୨ ଆର୍ଥିକ ବର୍ଷରେ ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ନିମନ୍ତେ ଜଳନିଧି ଯୋଜନା ପାଇଁ ନାବାର୍ଡର ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ସହାୟତାରେ ୧୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ୨୧ ହଜାର ଗଭୀର ନଳକୂପ ଖନନ ସମ୍ପୂର୍ଣ୍ଣ କରିବା ଲାଗି ଡିପ୍‌ ବୋର୍‌ଓ୍ବେଲ୍‌ ସେଚ କାର୍ଯ୍ୟକ୍ରମ ଅଧୀନରେ ୩୮୯ କୋଟି ଆବଣ୍ଟନ କରାଯାଇଛି। ୧୫୦୦ ଗୋଷ୍ଠୀ ଉଠା ଜଳସେଚନ ପଏଣ୍ଟ ସ୍ଥାପନ ପାଇଁ ବିଜୁ କୃଷକ ଯୋଜନାରେ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ସିଏଡିପିଡବ୍ଲ୍ୟୁଏମ୍‌ଏ: ୮୧ କୋଟି
ଜଳ ବ୍ୟବହାର ଦକ୍ଷତାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ଜଳର ସମ ବିତରଣ ସୁନିଶ୍ଚତ କରିବା ସକାଶେ ସେଚାଞ୍ଚଳ ଉନ୍ନୟନ ଓ ଜଳ ପ୍ରବନ୍ଧନ ଯୋଜନା (ସିଏଡିପିଡବ୍ଲ୍ୟୁଏମ୍‌ଏ)ରେ ୮୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଜଳ କ୍ଷତି କମାଇବା ପାଇଁ ୧୦୧ କୋଟି
କେନାଲରେ ଜଳ ସଞ୍ଚାଳନ କ୍ଷତିକୁ କମାଇବା ପାଇଁ କେନାଲ ଲାଇନିଂ ସିଷ୍ଟମ୍‌ ରିହାବିଲିଟେଶନ ପ୍ରୋଗ୍ରାମ (ସିଏଲ୍‌ଏସ୍‌ଆର୍‌ପି)ରେ ୧୦୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ସେଚ ପ୍ରକଳ୍ପର ଆଧୁନିକୀକରଣ: ୭୭ କୋଟି
ପୁରୁଣା ସେଚ ପ୍ରକଳ୍ପଗୁଡ଼ିକର ଆଧୁନିକୀକରଣ ପାଇଁ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୭୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନବୀକରଣ: ୨୦୦ କୋଟି
ବିଶ୍ୱବ୍ୟାଙ୍କ ସହାୟତାରେ ୧୫ ଜିଲାରେ ଥିବା ୫୩୮ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନବୀକରଣ ଓ ପୁନରୁଦ୍ଧାର ନିମନ୍ତେ ଜଳବାୟୁ ସହନୀୟ କୃଷି ପାଇଁ ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପ(ଓଆଇଆଇପିସିଆର୍‌ଏ) ଯୋଜନା ହାତକୁ ନିଆଯାଇଛି। ଏଥିସକାଶେ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆନୁଷଙ୍ଗିକ କାର୍ଯ୍ୟକ୍ରମ ପାଇଁ ୧୪୧୫ କୋଟି

ଅଣକୃଷି କାର୍ଯ୍ୟକ୍ରମ କୃଷକମାନଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆନୁଷଙ୍ଗିକ କ୍ଷେତ୍ରକୁ କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ କୃଷି ଉଦ୍ୟୋଗୀମାନଙ୍କ ବିକାଶ ଦିଗରେ ମୁକ୍ତ ସଞ୍ଚାଳକ ଭାବେ ସରକାର ଚିହ୍ନଟ କରିଛନ୍ତି। ଏହି କାରଣରୁ ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ ୧୭% ଅର୍ଥରାଶି ବୃଦ୍ଧି କରି ୧୪୧୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି।

ମତ୍ସ୍ୟ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ଲକ୍ଷ୍ୟରେ କ୍ଷାରଜଳ ମତ୍ସ୍ୟ ଚାଷ, ସାମୁଦ୍ରିକ ମତ୍ସ୍ୟାଚାଷ, ସଘନ ଓ ଆଭ୍ୟନ୍ତରୀଣ ଉନ୍ନୟନ ନିମନ୍ତେ ୧୩୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ମାଛଚାଷ ପାଇଁ ପୋଖରୀ ଖୋଳା ଯୋଜନାରେ ୪ ହଜାରରୁ ଅଧିକ ମତ୍ସ୍ୟଚାଷୀଙ୍କୁ ନୂତନ ମାଛ ଟାଙ୍କି ନିର୍ମାଣ କରି ମଧୁର ଜଳରେ ସଘନ ମାଛ ଚାଷ ନିମନ୍ତେ ୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଆଗୁଆ ଯାଅଁାଳ ପ୍ରଜନନ ଓ ପାଳନ ପାଇଁ ମତ୍ସ୍ୟ ଫାର୍ମର ବିକାଶ, ମତ୍ସ୍ୟ ଅବତରଣ କେନ୍ଦ୍ରର ଆଧୁନିକୀକରଣ ଏବଂ ସହରାଞ୍ଚଳରେ ମଡର୍ନ ହାଇଜେନିକ ଫିସ୍‌ ମାର୍କେଟ୍‌ ପ୍ରତିଷ୍ଠା ପାଇଁ ବଜେଟରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
୨୦୦୦ ହେକ୍ଟର ଗ୍ରାମ ପଞ୍ଚାୟତ ପୋଖରୀରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଛ ଚାଷ ପାଇଁ ୧୯ କୋଟି ଟଙ୍କା ଇନ୍‌ପୁଟ୍‌ ସହାୟତା ଦିଆଯିବ।
ଓଡ଼ିଶାର ଉପକୂଳ ଅଞ୍ଚଳରେ ବାତ୍ୟା ଓ ସାମୁଦ୍ରିକ ଝଡ଼ ବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଥାଏ। ଏଭଳି ସମୟରେ ସେମାନଙ୍କୁ ବିକଳ୍ପ ଜୀବିକା ପ୍ରଦାନ ସକାଶେ ୯ କୋଟି ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁଛି ରାଜ୍ୟ ଅର୍ଥ ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟରେ କରୋନା ଲାଗି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅର୍ଥ ବ୍ୟବସ୍ଥା ସୁଧୁରୁଛି। ବିଶେଷ କରି ଗ୍ରାମୀଣ ଅର୍ଥନୀତି ସ୍ବାଭାବିକ ହେବାରେ ଲାଗିଛି, ଯାହା ଓଡ଼ିଶା ପାଇଁ...

ଆଜି ଆଉ ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

୨ ମହିଳା ଡାକ୍ତର କରୋନା ପଜିଟିଭ: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍‌ଡାଉନ ଘୋଷଣା

ଭବାନୀପାଟଣା/କେସିଙ୍ଗା, ୧୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଶନିବାର ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର...

ଦିଗପହଣ୍ଡିରେ ସ୍ଥିତି ସମୀକ୍ଷା କଲେ ଜିଲାପାଳ: ବିଭିନ୍ନ ପ୍ରକଳ୍ପ ବୁଲିଦେଖିଲେ, ସରକାରୀ ସହାୟତା ନେଇ ପଚାରି ବୁଝିଲେ

ଦିଗପହଣ୍ଡି,୧୮।୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ନିୟମ ନ ମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଶନିବାର...

ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଚଳିତ ଆର୍ଥିକବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ଆଗତ ଅତିରିକ୍ତ ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ପ୍ରଶ୍ନୋତ୍ତର ପରେ ଶୂନ୍ୟକାଳ ହୋଇଥିଲା। ପରେ...

ନ୍ୟାୟ ଦେଲାନି ନିଆଳି ଥାନା ପୋଲିସ: ନବୀନ ନିବାସ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ନ୍ୟାୟ ଦେଲା ନାହିଁ ପୋଲିସ। ନିଆଳି ଥାନାକୁ ବାରମ୍ବାର ଦୌଡି ନିରାଶ ହେବାପରେ ଶେଷରେ ଯୁବକ ଜଣକ ଶନିବାର ସକାଳେ ନବୀନ ନିବାସ...

୪୬ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୩୮ ସୁରଟ ଫେରନ୍ତା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ସୋମବାର ସକାଳ ୯ଟାରୁ ମଙ୍ଗଳବାର ସକାଳ ୯ଟା ଅର୍ଥାତ୍‌ ୨୪ ଘଣ୍ଟା ମଧ୍ୟରେ ୪୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି...

କାର୍‌ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର, ଗୁଳିଭରା ପିସ୍ତଲ ଜବତ: ୩ ଗିରଫ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏକ ଆନ୍ତଃରାଜ୍ୟ ଚୋରା ବ୍ରାଉନସୁଗାର ର଼୍ୟାକେଟକୁ ଧରିଛି। ର଼୍ୟାକେଟରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ...

Play 250+ Trending Games
Archives

Model This Week

Why Dharitri