Categories: ଜାତୀୟ

ସଂସଦରେ ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ,୧୫।୩: ସଂସଦରେ ବୁଧବାର କ୍ରମାଗତ ତୃତୀୟ ଦିନ ଧରି ଅଚଳାବସ୍ଥା ଜାରି ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନର କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ଭାରତୀୟ ଗଣତନ୍ତ୍ର ଉପରେ ଦେଇଥିବା ମନ୍ତବ୍ୟ, ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ ନେଇ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ଚାଲିପାରୁନି ଗୃହ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ତୃତୀୟ ଦିନରେ ମଧ୍ୟ ସରକାର ଅର୍ଥ ବିଲ୍‌କୁ ଗୃହୀତ କରାଇପାରି ନାହାନ୍ତି। ରାହୁଲ କ୍ଷମା ମାଗନ୍ତୁ ବୋଲି ଶାସକ ଭାଜପା ଦାବି କରିଥିବାବେଳେ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବିରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଫଳରେ ଅଚଳାବସ୍ଥା ଭିତରେ ଲୋକ ସଭା ଓ ରାଜ୍ୟ ସଭାକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

Share