ଚିତ୍ର ଦେଉଛି ଆତ୍ମସନ୍ତୋଷ

ବୋଉର ଝୋଟି ଦେଖି ଦେଖି ଆତ୍ମବିଭୋର ହେଉଥିବା ଜୟଶ୍ରୀ ଜେନା ପରବର୍ତ୍ତୀ ସମୟରେ ଜଣେ ଚିତ୍ର ଶିଳ୍ପୀ ହେବାର ସ୍ବପ୍ନ ଦେଖନ୍ତି। ଆଉ ଏହି ସ୍ବପ୍ନ ପରବର୍ତ୍ତୀ
ସମୟରେ ତାଙ୍କ ପରିଚୟ ପାଲଟିଯାଏ..

ଚିତ୍ରରେ ଦିଅନ୍ତି ସେ ଶାନ୍ତି, ପ୍ରେମ ଓ ସମାଜ ସଂସ୍କାରର ବାର୍ତ୍ତା। ସେ ହେଲେ ଚିତ୍ରଶିଳ୍ପୀ ତଥା କଳା ଶିକ୍ଷୟିତ୍ରୀ ଜୟଶ୍ରୀ ଜେନା। ଜନ୍ମ ୨ା୬ା୧୯୮୪ରେ। ପିତା କୃଷ୍ଣଚନ୍ଦ୍ର ଜେନା, ମାତା ଲିଲି ଜେନା। ଘର ପୁରୀ ଜିଲା ପିପିଲି ଅଞ୍ଚଳର ମଧୁପୁର ଗାଁରେ । ସେ କୁହନ୍ତି, ଘରେ ମା’ ମାଣବସା ସମୟରେ ସୁନ୍ଦର ସୁନ୍ଦର ଝୋଟି ପକାଉଥିବାର ଦେଖି ଖୁସି ଲାଗୁଥିଲା। ଆଉ ମୁଁ ନିଜେ ଝୋଟି ପକାଇବାକୁ ଚେଷ୍ଟା କରୁଥିଲି। ଆଉ ସ୍କୁଲରେ ପଢିବାବେଳେ ଯାହା ଖାତାପତ୍ର ପାଉଥିଲି ଚିତ୍ର କରୁଥିଲି। ୨୦୦୪ ମସିହାରେ ବିଜେବି କଲେଜରେ ଅର୍ଥଶାସ୍ତ୍ର ଅନର୍ସରେ ପଢ଼ିବା ସମୟରେ ଚିତ୍ରଶିଳ୍ପୀ ହରିଶ୍ଚନ୍ଦ୍ର ସିହ୍ନାଙ୍କ ସଂସ୍ପର୍ଶରେ ଆସିଲି। ସେ ମୋତେ ଚିତ୍ର ଦୁନିଆରେ ପାଦ ଥାପିବା ପାଇଁ ପ୍ରେରଣା ଦେଇଥିଲେ। ତା’ପରେ ଚିତ୍ରଶିକ୍ଷା ପାଇଁ ମନ ବଳାଇଲି। ଗ୍ରାଜୁଏଶନ ପଢୁଥିବା ସମୟରେ ଚିତ୍ର ଶିଖିବା ପାଇଁ ଗଲି। ସେ କଥା ଆଜି ବି ମୋର ମନେଅଛି। ପରେ ଧଉଳି କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟରେ ନାମ ଲେଖାଇଲି। ଏହି କଲେଜରେ ପଞ୍ଚାନନ ସାମଲ ସାର୍‌ ଏବଂ ପେଣ୍ଟିଂ ବିଭାଗର ଅଧ୍ୟାପକ ପ୍ରବୀର କୁମାର ଦଳାଇଙ୍କ ପ୍ରୋତ୍ସାହନ ଓ ମାର୍ଗଦର୍ଶନ ପାଇଲି। ପ୍ରଥମେ କାନ୍‌ଭାସ୍‌ ଉପରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ରୂପଦେଲି। ତା’ପରେ ଆତତାୟୀ, ହିଂସା, ପରଶ୍ରୀକାତରତା ଏବଂ କ୍ରୂରତାକୁ ବର୍ଜନ କରିବା ସହ ଶାନ୍ତି ଓ ପ୍ରେମରେ ଯେପରି ସମାଜକୁ ବଦଳାଇ ହେବ ସେହି ପ୍ରକାରର ଭାବନାକୁ ଚିତ୍ରରେ ସ୍ଥାନ ଦେବାକୁ ପ୍ରୟାସ କରିଥିଲି । ଏମିତିରେ ଏ. କେ.-୪୭ – ଏ ଲଭ୍‌ ଷ୍ଟୋରୀର ସିରିଜ୍‌କୁ ନେଇ ଚିତ୍ର କରିଥିଲି। ଏହାଛଡ଼ା ଆଖପାଖ ପରିବେଶ ଓ ବିଭିନ୍ନ ଘଟଣାବଳୀକୁ ନେଇ ମୁଁ ଚିତ୍ର କରିଥାଏ। ଯାହା ସମାଜ ଉପରେ ଭଲ ପ୍ରଭାବ ପକାଇବା ସହ ମନରେ ସକରାତ୍ମକ ଭାବ ସୃଷ୍ଟି କରୁଥିବ। ଏମିତିରେ ୨୦୦୯ରେ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଦ୍ୱାରା ସ୍କଲାରଶିପ୍‌ ପାଇଲି। ୨୦୦୪ରୁ ୨୦୦୮ ମଧ୍ୟରେ ଧଉଳି କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟର ବିଭିନ୍ନ ସମୟରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀରେ ଯୋଗଦେଇଛି। ସେହିପରି ନୂଆଦିଲ୍ଲୀ, ମୁମ୍ବାଇ, ଗୋଆ, କୋଲ୍‌କାତା, ଚଣ୍ଡିଗଡ଼ ଆଦି ଠାରେ ଚିତ୍ରକଳା ପ୍ରଦର୍ଶନ କରିଛି। ଧଉଳି ଆର୍ଟ କଲେଜ, ମଡର୍ନ ଆର୍ଟ ଗ୍ୟାଲେରି ସମେତ କେତେକ ସଂସ୍ଥାରୁ ପୁରସ୍କୃତ ହୋଇପାରିଛି। ଏଯାଏ ପ୍ରକୃତିକୁ ନେଇ ୩ ଶହରୁ ଊର୍ଦ୍ଧ୍ୱ ଚିତ୍ର କରିସାରିଲିଣି। ବର୍ତ୍ତମାନ ୨୦୧୧ରୁ କେନ୍ଦ୍ରୀୟ ବିଦ୍ୟାଳୟ(ନଂ.୬)ରେ କଳା ଅଧ୍ୟାପିକା ଭାବେ କାର୍ଯ୍ୟରତ। ମତେ ସ୍ବାଧୀନ ଭାବେ ନିଜସ୍ବ ଶୈଳୀରେ କାନ୍‌ଭାସ୍‌ରେ ଚିତ୍ର କରିବାକୁ ଖୁବ୍‌ ଭଲ ଲାଗେ। ସମାଜରେ ଜଣେ ଚିତ୍ରଶିଳ୍ପୀ ଭାବେ ପରିଚୟ ପାଇପାରିଥିବାରୁ ମତେ ଆତ୍ମସନ୍ତୋଷ ମିଳୁଛି। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri