ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): ଦିନକୁ ଦିନ କଳାହାଣ୍ଡି ଜିଲା ତଥା ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଧିବାସୀ ଗରିବ ଖଟିଖିଆ ଦିନମଜୁରିଆ ନିଜ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇ କେବେ ଶବ ହୋଇ ଫେରୁଛନ୍ତି ତ ଆଉ କେବେ କୁଆଡ଼େ ନିଖୋଜ ହୋଇଯାଉଛନ୍ତି। ସରକାର ଦାଦନ ରୋକିବାକୁ କୋଟି କୋଟି ଟଙ୍କାର ଯୋଜନା ସବୁ ପ୍ରସ୍ତୁତ କରୁଛନ୍ତି ସତ ହେଲେ ଏହି ଦୁର୍ଗମ ଅଞ୍ଚଳରେ ତାହା ବାଟମାରଣା ହେଉଥିବା ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥାଏ। ଏଠାରେ ଯେଉଁ ଗରିବକୁ ସେହି ଗରିବ। ଖାଲି ଠିକାଦାର, କୁଜିନେତା ଏବଂ ସରକାରୀ ବାବୁମାନେ ହିଁ ମାଲାମାଲ ହୁଅନ୍ତି।

ଏଠାରେ ଜିଲା ଶ୍ରମ ବିଭାଗ କିମ୍ବା ରାଜ୍ୟ ସରକାର ଦାଦନ ରୋକିବାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ବେଳେ ଏଭଳି ଏକ ଦାଦନ ଦୁଃଖ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ଛତ୍ରଙ୍ଗ ପଞ୍ଚାୟତ ଚମ୍ପାଛୁଆଁ ଗ୍ରାମରେ। ଉକ୍ତ ଗ୍ରାମର ରାଏ ସିଂ ମାଝୀ ଏବଂ ତାଙ୍କ ଗ୍ରାମର ଆଉ ଦୁଇ ଜଣ ବ୍ୟକ୍ତି ଦାଦନ ଖଟିବାକୁ ଗତ ୧୯.୦୨.୨୦୨୫ରେ ଆନ୍ଧ୍ରପ୍ରଦେଶସ୍ଥିତ ବିଶାଖାପାଟନମର ଲାଇଞ୍ଜେଲ ପାଲମ ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ। ହେଲେ ଗତ ୫ଦିନ ହେବ ରାଇଏ ସିଂ ନିଖୋଜ ଥିବା ତାଙ୍କ ସାଙ୍ଗରେ ଯାଇଥିବା ଦୁଇ ଜଣ ଶ୍ରମିକ ଗାଁରେ ଥିବା ରାଏ ସିଂ ମାଝୀଙ୍କ ସ୍ତ୍ରୀକୁ ଫୋନ୍‌ କରି ଜଣାଇଥିବା ସହ ଉକ୍ତ କମ୍ପାନୀର ମାଲିକ ମଧ୍ୟ ତୁମ ସ୍ବାମୀ ମୋ’ ପାଖରେ ନାହିଁ ସେ ମୋ ଠାରୁ ଯାହା କାମକରିଥିବା ଟଙ୍କା ନେଇ କୁଆଡ଼େ ଚାଲିଯାଇଛି ବୋଲି ସୂଚନା ଦେବା ପରେ ତାଙ୍କ ସ୍ତ୍ରୀ ସୁଆଦେଇ ମାଝୀ ସ୍ବାମୀଙ୍କୁ ଖୋଜି ଆଣି ଦେବା ପାଇଁ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍‌ଙ୍କୁ ପଚାରିବାରୁ ଆମ ଥାନା ଅଧୀନରେ ନିଖୋଜ ହୋଇ ନାହାନ୍ତି ଏଣୁ ଆମେ ନିଖୋଜ ମାମଲା ରୁଜୁ କରି ନାହୁଁ କିନ୍ତୁ ଆମେ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଥାନା ସହ ଯୋଗାଯୋଗ କରୁଛୁ ଯେହେତୁ ସେଠାକାର ଘଟଣା ଆମ ପାଖକୁ କିଛି ଖବର ଆସିଲେ କହିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri