ଅଭିନେତ୍ରୀଙ୍କ ଅଜବ ଇଚ୍ଛା ଶୁଣି ସ୍ବାମୀ ହେଲେ ଚକିତ

ପ୍ରସିଦ୍ଧ ଅଭିନେତ୍ରୀ ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ହିନ୍ଦୀ ଟିଭି ଜଗତରେ ଏକ ଜଣାଶୁଣା ନାମ। ସେ ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖାଯାଏ। ମୋନାଲିସା ପ୍ରାୟତଃ ତାଙ୍କ ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କ ସହିତ ଯୋଡି ହୋଇ ରୁହନ୍ତି ଏବଂ ସେମାନଙ୍କ ମନୋରଞ୍ଜନ କରନ୍ତି। ନିକଟରେ ତାଙ୍କର ଏକ ଭିଡିଓ ପୋଷ୍ଟ ଭାଇରାଲ୍‌ ହୋଇଛି। ଏଥିରେ ତାଙ୍କ ସ୍ବାମୀ ବିକ୍ରାନ୍ତ କହିଛନ୍ତି ଯେ, ମୁଁ ତୁମର ସମସ୍ତ ଇଚ୍ଛା ପୂରଣ କରିବି। ଏହାର ଉତ୍ତରରେ ମୋନାଲିସା କହିଛନ୍ତି ଯେ, ମୋତେ ଗୋଲାପୀ ରଙ୍ଗର ସିଙ୍ଗଡା ଆଣି ଦିଅ। ଯାହା ପରେ ବିକ୍ରାନ୍ତ ଚକିତ ହୋଇପଡିଥିଲେ। ଏହି ମଜାଳିଆ ଭିଡିଓଟିକୁ ପାଖାପାଖି ୭୦ ହଜାର ଲୋକ ଦେଖି ସାରିଲେଣି।
ମୋନାଲିସା ଏବେ ହାଇଦ୍ରାବାଦରେ ତାଙ୍କ ଶୋ ‘ନମକ ଇଶ୍କ କା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଲଗାତାର ସୋସିଆଲ ମିଡିଆରେ ସ୍ବାମୀଙ୍କ ସହ ପୁରୁଣା ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି।

Share