ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ବାରିପଦା,୨୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜନୈକ ସ୍ବାମୀ ଜଣକ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଲେ ବାଲିଯୋଡା ଗ୍ରାମର ସୁକଦେବ ସିଂ। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରି ନାହିଁ।
ସୂଚନାଯୋଗ୍ୟ,୨୦ ବର୍ଷ ତଳେ ଶ୍ୟାମାଖୁଣ୍ଟା ଅଞ୍ଚଳରୁ କୁନିମଣି ସିଂ(୪୫)ଙ୍କୁ ସୁକଦେବ ବିବାହ କରିଥିଲେ। ତେବେ ନିଶାଖାଇ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥାଏ ବୋଲି ଗ୍ରାମବାସୀ ଲୋକେ କହିଛନ୍ତି। ରବିବାର ଦୁହେଁ କାମରେ ବାହାରକୁ ଯାଇ ରାତିରେ ଘରକୁ ଫେରୁଥିବାବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବାର ଅନୁମାନ କରାଯାଉଛି। ଘର ଠାରୁ କିଛି ଦୂରରେ କୁନିମଣିଙ୍କ ହତ୍ୟା କରି ସୁକଦେବ ଘରେ ପହଞ୍ଚିଥିଲେ। ଏ ଘଟଣା ଗ୍ରାମ ଲୋକେ ଜାଣିବା ପରେ ଭୟରେ ସୁକଦେବ ଘରୁ ଫେରାର ହୋଇଯାଇଛନ୍ତି।

ପୋଲିସ ଖବର ପାଇ ସନ୍ଧ୍ୟାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଛି। ତେବେ କୁନିମଣିଙ୍କ ବେକ ଓ ଶରୀରର ଅନେକ ସ୍ଥାନରେ ଦାଗ ଥିବାର ଆଇଆଇସି ସୁଜାତା ଖମାରୀ କହିଛନ୍ତି। ଭଉଣୀକୁ ହତ୍ୟା କରାଯାଇଛି ବୋଲି କୁନିମଣିଙ୍କ ଭାଇ ଗୁରା ସିଂଙ୍କ ଅଭିଯୋଗ କ୍ରମେ ୨୪୧/୨୪ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri