ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ୧୧ ଛୁଆର ମା’ଙ୍କୁ ଘରେ ପୂରାଉନାହାନ୍ତି ସ୍ବାମୀ

କେନ୍ଦୁଝର,୧୮ା୨(ସ୍ବ.ପ୍ର.): ସାମାଜିକ ଅନ୍ଧ ବିଶ୍ୱାସ ଓ ପରମ୍ପରାକୁ ନେଇ ଆଦିବାସୀ ସମାଜ ବଞ୍ଚିଥିବା ବେଳେ ଅନେକ ସମୟରେ ଆଜିକାର ଆଧୁନିକ ଯୁଗରେ ଏହା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏଭଳି ଏକ ଘଟଣାରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ଜଣେ ୧୧ ଛୁଆର ଜନନୀକୁ ତାଙ୍କ ସ୍ବାମୀ ଘରେ ପୂରାଉ ନ ଥିବାରୁ ୩ ଦିନ ହେଲା ମାସକର ଛୁଆ ଧରି ଘର ବାହାରେ ଥିବା ଆମ୍ବଗଛ ମୂଳରେ ଭୋକଉପାସରେ ଆଶ୍ରୟ ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଘଟଣାର ସମାଧାନ କରିବା ପରିବର୍ତ୍ତେ ଶନିବାର ଏହି ମହିଳାଙ୍କୁ ନବଜାତ ଶିଶୁପୁତ୍ରଙ୍କ ଚିକିତ୍ସା ପାଇଁ ତେଲକୋଇ ଡାକ୍ତରଖାନା ନିଆଯାଇଥିବା ଜଣାପଡ଼ିଛି। ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତ ଡିମିରିଆ ଗ୍ରାମରେ ଏଭଳି ଘଟଣା ଘଟିଛି।

ପ୍ରକାଶ ଯେ, ୧୨ ବର୍ଷ ତଳେ ରବି ଦେହୁରୀଙ୍କ ବିବାହ ଜାନକୀ ଦେହୁରୀ ସହିତ ହୋଇଥିଲା। ତାଙ୍କର ୧୦ ସନ୍ତାନ ପରେ ଗତ ଜାନୁୟାରୀ ୧୯ରେ ଜାନକୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବରୁ ଏକ କନ୍ୟା ସନ୍ତାନଙ୍କ ମୃତ୍ୟୁ ହୋଇଥିଲା। ଆଗରୁ ବହୁବାର ଡାକ୍ତରୀ ପରାମର୍ଶ ସତ୍ତ୍ୱେ ଅସ୍ତ୍ରୋପଚାର କରି ନ ଥିଲେ। ତେବେ କଷ୍ଟ ଯନ୍ତ୍ରଣା ଭୋଗୁ ଥିବାରୁ ଡାକ୍ତର କର୍ମଚାରୀଙ୍କ ପରାମର୍ଶ କ୍ରମେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ରାଜି ହୋଇଥିଲେ। ଗତ ୧୪ ତାରିଖରେ ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାମୀ ଘରେ ପୂରାଇ ଦେଇ ନ ଥିଲେ। ଗାଳିଗୁଲଜ ଓ ମାରଧର କରି ବାହାର କରିଦେବାରୁ ବାହାରେ ଗଛ ମୂଳରେ ଆଶ୍ରୟ ନେଇଥିଲେ ବୋଲି ତାଙ୍କ ସ୍ତ୍ରୀ ଜାନକୀ କହିଛନ୍ତି। ଭୂୟାଁ ସମ୍ପ୍ରଦାୟରେ ଅସ୍ତ୍ରୋପଚାର ପରେ ସ୍ତ୍ରୀମାନେ ପୂର୍ବପୁରୁଷଙ୍କ ପିଣ୍ଡରେ ପାଣି ଦେବା, ପୂଜା କରିବା ଆଦିରୁ ବଞ୍ଚିତ ହେବା ପରମ୍ପରା ରହିଛି। ଏଣୁ ତାଙ୍କୁ ନ ପଚାରି କାହିଁକି ଏଭଳି ଅପରେଶନ କରାଯାଇଛି ବୋଲି ତାଙ୍କ ସ୍ବାମୀ ରବି ଦେହୁରୀ କହିଛନ୍ତି। ପୂର୍ବରୁ ପ୍ରତ୍ୟେକ ବର୍ଷ ଗୋଟିଏ ଲେଖାଏ ସନ୍ତାନ ଜନ୍ମ କରି ଅତି ଦୁର୍ବଳ ହୋଇ କଷ୍ଟ ପାଉଥିଲେ। ସେ ଏବଂ ସାହି ଭାଇ ବୁଝାଇଲେ ବି ରବି ବୁଝୁନାହାନ୍ତି। ବୁଝାଇବାକୁ ଗଲେ ଧନୁତୀର ଧରି ମାରି ଗୋଡ଼ାଉଛନ୍ତି ବୋଲି ଆଶା ଦିଦି ବିଜୟଲକ୍ଷ୍ମୀ ବିଶ୍ୱାଳ କହିଛନ୍ତି। ଏନେଇ ଉପଜିଲାପାଳ କେନ୍ଦୁଝର ରାମଚନ୍ଦ୍ର କିସ୍କୁ କହିଛନ୍ତି, ବିଡିଓ ଏବଂ ତହସିଲଦାରଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି। ଆସିବା ପରେ ତାଙ୍କ ସ୍ବାମୀ ତଥା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଥଇଥାନ ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ମମତା ରାଣୀ ଜେନା କହିଛନ୍ତି, ପରିବାର କଲ୍ୟାଣ ଅପରେଶନ ସହିତ ପରମ୍ପରାର କୌଣସି ସମ୍ପର୍କ ନାହିଁ। କେତେକ ଆଦିବାସୀ ତଥା ଲଘୁ ସମ୍ପ୍ରଦାୟର ମହିଳା ଏଭଳି ବିଶ୍ୱାସ କରି ଅପରେଶନ ହେବାକୁ ଆଗ୍ରହ କରନ୍ତି ନାହିଁ। ଏଣୁ ଏନେଇ ଅଧିକ ସଚେତନ ସୃଷ୍ଟି କରିବା ସହ ବୁଝାଶୁଝା କରିବା ଜରୁରୀ। ଅପରେଶନ ହେଲେ ଅବାଧ ଗର୍ଭ ଧାରଣ ରୋକଯାଇପାରିବ ଏବଂ ମାଆର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିବ। ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ହୋଇପାରିବ। ଅନେକ ସମୟରେ ଅଧିକ ଗର୍ଭବତୀ ହେଲେ ମା’ ପାଇଁ ବିପଦ ସୃଷ୍ଟି କରିବ ଓ ମୃତ୍ୟୁମୁଖରେ ପଡ଼ିବେ ବୋଲି ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri