Categories: ଜାତୀୟ

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଜୟପୁର,୧।୭: ରାଜସ୍ଥାନର ପ୍ରତାପଗଡ ଜିଲାରେ ଏ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଏବଂ ପୁଅ ବନ୍ଧକ ରଖିଥିଲେ। ସେ କୁଆଡେ ଯେମିତି ନ ଯାଇ ପାରିବେ ସେଥିପାଇଁ ତାଙ୍କ ଗୋଡକୁ ୩୦ କିଲୋଗ୍ରାମ ଓଜନର ଏକ ଶିକୁଳିରେ ବାନ୍ଧି ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ମୁକ୍ତ କରିଥିଲା। ପୋଲିସ ଆଗରେ ମହିଳା ଜଣକ ତାଙ୍କ ଦୁଃଖ ବିଷୟରେ ବର୍ଣ୍ଣନା କରିଥିଲେ। ଏହା ଶୁଣି ପୋଲିସ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଛନ୍ତି ଯେ, ତାଙ୍କ ସ୍ବାମୀ ଏବଂ ପୁଅ ତିନିମାସ ଧରି ତାଙ୍କୁ ବନ୍ଧକ ରଖିଛନ୍ତି।
ସୂଚନାନୁସାରେ, ପ୍ରତାପଗଡ ଜିଲାର ଲାଲଗଡ ଗ୍ରାମ ପଞ୍ଚାୟତର ଜାମ୍ବୁଖେଡା ଗ୍ରାମରେ ରହୁଥିବା ଭୈରଲ ମୀନା ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ପ୍ରାୟ ତିନିମାସ ଧରି ବନ୍ଧକ ରଖିଥିଲେ। ଏହା ବ୍ୟତୀତ ତାଙ୍କ ଗୋଡକୁ ୩୦ କିଲୋଗ୍ରାମ ଓଜନର ଏକ ଲୁହା ଚେନରେ ବାନ୍ଧି ଦିଆଯାଇଥିଲା, ଯାହାଫଳରେ ସେ କୁଆଡେ ଯାଇ ପାରିବେ ନାହିଁ। ସ୍ଥାନୀୟ ଲୋକେ ଏହି ଘଟଣାକୁ ନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀ ଏବଂ ପୁଅକୁ ଗିରଫ କରିଥିଲେ।

Share