ନିର୍ଯାତନା ସହି ନ ପାରି ନବବଧୂ ଜୀବନ ହାରିବା ଘଟଣା: ସ୍ତ୍ରୀ ମୃତଦେହ ଦେଖିବାକୁ ଆସିଲେନି ସ୍ବାମୀ

ଭୁବନେଶ୍ୱର,୮ା୮(ବ୍ୟୁରୋ): ସାତ ଜନ୍ମର ସାଥୀ ହୋଇ ସାରା ଜୀବନ ହସଖୁସିରେ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀଙ୍କ ହାତ ଧରିଥିଲେ। ହେଲେ ବିବାହର କେଇ ଦିନ ପରେ ସ୍ତ୍ରୀଙ୍କ ଦାନ୍ତ ରୋଗକୁ କ୍ୟାନସର ଭାବି ନିର୍ଯାତନା ଦେବା ସହ ହାତ ଛାଡିଦେଇଥିଲେ। ମାନସିକ ଯନ୍ତ୍ରଣା ସହି ନ ପାରି ଶେଷରେ ସ୍ତ୍ରୀ ପ୍ରଜ୍ଞାପାରମିତା ସ୍ବାଇଁ (୨୪) ତାଙ୍କ ଭାଇଙ୍କ ଘରେ ଶନିବାର ଆତ୍ମହତ୍ୟା କରିଥିଲେ। ରବିବାର ସତ୍ୟନଗରସ୍ଥିତ ଶ୍ମଶାନରେ ପ୍ରଜ୍ଞାଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ଏଠାକୁ ତାଙ୍କ ସ୍ବାମୀ ପ୍ରଶାନ୍ତ ପାତ୍ର ନ ଆସିବା ସମସ୍ତଙ୍କୁ ଚକିତ କରିଛି। ସେପଟେ ଭାଇ ପ୍ରିୟବ୍ରତଙ୍କ ଅଭିଯୋଗକ୍ରମେ ମଞ୍ଚେଶ୍ୱର ଥାନା ପୋଲିସ ଆଇପିସି ଦଫା ୩୦୬,୪୯୮(କ),୩୪ରେ ଏକ ମାମଲା (ନଂ.୨୮୦/୨୨) ରୁଜୁ କରି ତଦନ୍ତକୁ ଜୋରଦାର କରିଛି। ପ୍ରଜ୍ଞା କେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ କେଉଁମାନେ କ୍ୟାନସର କହି ନିର୍ଯାତନା ଦେଉଥିଲେ ଏହା ଜାଣିବାକୁ ପୋଲିସ ପ୍ରୟାସ ଆରମ୍ଭ କରିଛି। ପ୍ରଜ୍ଞାଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏଥିସହ ବାପଘରକୁ ଯିବା ପାଇଁ ପ୍ରରୋଚନା କରିଥିବା ସମ୍ପୃକ୍ତ ମଧ୍ୟସ୍ଥିଙ୍କୁ ପୋଲିସ ଖୋଜାଖୋଜି କରୁଛି। ସୋମବାର ପଟିଆସ୍ଥିତ ଘରକୁ ପୋଲିସ ଯାଇ ସ୍ବାମୀ ଓ ଶାଶୂଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଟିଆ ଜଗନ୍ନାଥ ନଗରର ପ୍ରଶାନ୍ତଙ୍କୁ କଟକ ନିଆଳିର ପ୍ରଜ୍ଞା ଜୁନ ୮ରେ ବିବାହ କରିଥିଲେ। ବିବାହର ୧୨ଦିନ ପରେ ଶାଶୂ, ନଣନ୍ଦ ଓ ସ୍ବାମୀ କ୍ୟାନ୍‌ସର ହୋଇଥିବା କହି ତାଙ୍କୁ ନିର୍ଯାତନା ଦେଇଥିଲେ। ଫଳରେ ପ୍ରଜ୍ଞାଙ୍କୁ ଜିଜିପି କୋଲନୀରେ ରହୁଥିବା ଭାଇ ପ୍ରିୟବ୍ରତ ଜୁନ ୨୦ରେ ଘରକୁ ନେଇ ଆସିଥିଲେ। ଏହାପରେ ଏକ ଘରୋଇ ହସ୍ପିଟାଲରେ ପ୍ରଜ୍ଞାଙ୍କୁ ଚିକିତ୍ସିତ କରାଉଥିଲେ। ଡାକ୍ତର କହିଥିଲେ, ଏହା କ୍ୟାନସର ନୁହେଁ, ବରଂ ସାମନ୍ୟ ଦାନ୍ତ ପୋକ ଯୋଗୁ ଏମିତି ହେଉଛି। ତେଣୁ ସର୍ଜରୀ କଲେ ଏହା ଭଲ ହୋଇଯିବ। ପରବର୍ତ୍ତୀ ସମୟରେ ତାଙ୍କର ସର୍ଜରୀ ହୋଇଥିଲା। ୯୫ ପ୍ରତିଶତ ଭଲ ହୋଇଯାଇଥିଲା। ଏ ସଂକ୍ରାନ୍ତରେ ଶାଶୂଘର ଲୋକଙ୍କୁ ପ୍ରଜ୍ଞା ଜଣାଇବା ପାଇଁ ବାରମ୍ବାର ଫୋନ କରି ଥିଲେ ମଧ୍ୟ କିଛି ଉତ୍ତର ମିଳି ନ ଥିଲା। ଫଳରେ ମାନସିକ ସ୍ତରରେ ପ୍ରଜ୍ଞା ଭାଙ୍ଗି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri