ସ୍ତ୍ରୀଙ୍କୁ ହତ୍ୟା କରି ଜିରୋ ନାଇଟ୍‌ ପାଳନ କରିଥିଲେ ସ୍ବାମୀ

ଗଞ୍ଜାମ,୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳରେ ନୂଆବର୍ଷରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଜିରୋ ନାଇଟ ପାଳନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  ଘଟଣା ଜଣାପଡ଼ିବା ପରେ ହୁମା ଫାଣ୍ଡି ପୋଲିସ ଅଭିଯୁକ୍ତ ସ୍ବାମୀ ସିଏଚ୍‌ ଲକ୍ଷ୍ମଣ ରେଡ୍ଡୀଙ୍କୁ ଗିରଫ କରିଥିବା ବେଳେ ସ୍ତ୍ରୀ ଜାନକୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ଏଭଳି ଘଟଣା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ମୟୂରପଦା ଗ୍ରାମରେ ଘଟିଥିବା ଜଣାପଡ଼ିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ମୟୂରପଦା ଗ୍ରାମର ଲକ୍ଷ୍ମଣ ୧୭ ବର୍ଷ ପୂର୍ବେ ବେଣୀଗୌରୀ ଗ୍ରାମର ରଘୁନାଥ ରେଡ୍ଡୀଙ୍କ ଝିଅ ଜାନକୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଲକ୍ଷ୍ମଣ ଜଣେ ଡ୍ରାଇଭର ଏବଂ ସେ ବାହାର ରାଜ୍ୟରେ ଗାଡ଼ି ଚଳାଉଥିଲେ। ୮ଦିନ ହେବ ଗାଁକୁ ଆସି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ବିବାହ ପରଠାରୁ ଅଧିକ ଯୌତୁକ ଦାବିରେ ସ୍ତ୍ରୀ ଜାନକୀଙ୍କୁ ଲକ୍ଷ୍ମଣ ପ୍ରାୟ ସମୟରେ ମାରଧର କରୁଥିବା ଏବଂ ସବୁବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିବା ଗ୍ରାମବାସୀ କହିଛନ୍ତି l ଶନିବାର ରାତିରେ ଅଭିଯୁକ୍ତ ଲକ୍ଷ୍ମଣ ପ୍ରଚୁର ମଦ୍ୟପାନ କରି ଘରକୁ ଆସି ଜାନକୀଙ୍କ ସହ ଝଗଡ଼ା କରିଥିଲେ। ବାପା ମା’ଙ୍କ ଝଗଡା ଦେଖି ଝିଅ ଜୟନ୍ତୀ( ୧୪ ବର୍ଷ )ଓ ପୁଅ ନରସିଂହ (୯ବର୍ଷ )ସେହି ଗ୍ରାମ ନିଜ ପିଉସୀ ଘରକୁ ଶୋଇବାକୁ ଚାଲି ଯାଇଥିଲେ। ଫଳରେ ଜାନକୀ ଏକା ଘରେ ଶୋଇଥିଲେ। ଏହାର ସୁଯୋଗରେ ସ୍ତ୍ରୀ ଶୋଇ ପଡ଼ିବା ପରେ ଏକ ଲୁହାରଡ୍‌ ସାହାଯ୍ୟରେ ବେକକୁ ମାଡ଼ି ବସି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହତ୍ୟା କରିବା ପରେ ଗାଁ ପିଲାଙ୍କ ସହ ଜିରୋ ନାଇଟ୍‌ ପାଳନ କରିଥିଲେ ଅଭିଯୁକ୍ତ ଲକ୍ଷ୍ମଣ। ନିଶା ଛାଡ଼ିବା ପରେ ଭୋର୍‌ରୁ ଘରକୁ ଯାଇ ଲକ୍ଷ୍ମଣ ଓ ତାଙ୍କ ମା’ ମିଶି ଏକ ଅଟୋରେ ମୃତ ଜାନକୀଙ୍କୁ ଛତ୍ରପୁର ମେଡିକାଲ ନେଇଥିଲେ। ଡାକ୍ତର ପୂର୍ବରୁ ମରି ଯାଇଥିବା ଜାନକୀଙ୍କୁ ଦେଖି ସଙ୍ଗେ ସଙ୍ଗେ ହୁମା ଫାଣ୍ଡି ପୋଲିସକୁ ଜଣାଇଥିଲେ। ଖବର ପାଇ ହୁମା ଫାଣ୍ଡି ଅଧିକାରୀ ପ୍ରିୟଦର୍ଶୀ ମୟୂରପଦା ଗ୍ରାମକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌କୁ ଅବଗତ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ବିଭିନ୍ନ ଦିଗକୁ ନେଇ ତଥ୍ୟ ହାସଲ କରିଛି। ମୃତ ଜାନକୀଙ୍କ ବେକରେ ଏକ ଚି଼ହ୍ନ ଥିବା ଏବଂ ଆଖିପତା ନୀଳ ପଡ଼ି ଯାଇଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଝିଅ ଜୟନ୍ତୀ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପୁଅ ନରସିଂହ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି। ଉକ୍ତ ଘଟଣା ସେହି ଗ୍ରାମରେ ପ୍ରଥମ  ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri