ବିନା ପ୍ଲାନ୍‌ରେ ନିର୍ମାଣ ଚାଲିଛି ଘର

ନୟାଗଡ଼ ଅଫିସ,୧୬।୧୦: ନୟାଗଡ଼ ଜିଲାର ନୟାଗଡ଼, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଏବଂ ଓଡ଼ଗଁା ଆଦି ୫ ସହରରେ ବିଲ୍ଡିଂ ପ୍ଲାନ ନ ନେଇ ବେଆଇନ ଭାବେ ଗୃହ ନିର୍ମାଣ ଚାଲିଛି। ଏପରିକି ସହରର ବିଭିନ୍ନ ସ୍ଥାନରେ ୫ରୁ ୭ମହଲା ଘର ନିର୍ମାଣ ହୋଇ ସାରିଛି। ଏହି ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠୁଥିଲେ ମଧ୍ୟ ସରକାର ଅଥବା ପୌର ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିଲା ।

ତେବେ ବିଲ୍ଡିଂ ପ୍ଲାନ ନ ଥାଇ ନିର୍ମାଣ ହେଉଥିବା ଘର ଉପରେ ବହୁ ବିଳମ୍ବରେ ରାଜ୍ୟ ସରକାର ଲଗାମ ଲଗାଇଛନ୍ତି। ଏଣୁ ନୟାଗଡ଼ ଜିଲାର ବିଭିନ୍ନ ସହରରେ ମ୍ୟୁନିସିପାଲିଟି ଓ ଏନ୍‌ଏସି ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ବିଲ୍ଡିଂ ପ୍ଲାନ ନ ଥାଇ ଘର କରୁଥିବା ମାଲିକମାନଙ୍କୁ ନୋଟିସ୍‌ ଜାରି ହେଉଛି। ୭ଦିନ ଭିତରେ ଆବଶ୍ୟକ କାଗଜାତ ଦାଖଲ କରିବାକୁ କୁହାଯାଉଛି। ଏଭଳିସ୍ଥଳେ ବେଆଇନ ଭାବେ ଗୃହ ନିର୍ମାଣ କରୁଥିବା ଘର ମାଲିକଙ୍କ ଚିନ୍ତା ବଢ଼ିଛି। ତେବେ କେତେଜଣ ପ୍ରଭାବଶାଳୀ ଘର ମାଲିକ ଏଥିରେ ଆସୁଥିବାରୁ ସେମାନଙ୍କ ବିରୋଧରେ ପୌର ପ୍ରଶାସନ କି ପଦକ୍ଷେପ ନେଉଛି ସହରବାସୀଙ୍କ ତା’ ଉପରେ ନଜର ରହିଛି। ଅନ୍ୟପକ୍ଷେ ବେଆଇନ ଭାବେ ଘର ନିର୍ମାଣ କରୁଥିବା ଆଉ କେତେଜଣ ଘର ମାଲିକ ଧରାଧରି କରି ନିଜର ଘର କାର୍ଯ୍ୟକୁ ଶେଷ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ଅଭିଯୋଗ ହୋଇଛି ା

ବିକ୍ରି ହେଉଛି ସରକାରୀ ଜମି ନୟାଗଡ ସହରରେ ଏଗ୍ରିମେଣ୍ଟରେ ବହୁ ସରକାରୀ ଜମି ବିକ୍ରି ଚାଲିଛି। ହେଲେ ନୟାଗଡ଼ ମ୍ୟୁନିସିପାଲିଟି ଓ ତହସିଲ ପକ୍ଷରୁ ପଦକ୍ଷେପ ନାହିଁ। ଖଣ୍ଡପଡ଼ା ରୋଡରେ ଏକ ମୂଲ୍ୟବାନ ସରକାରୀ ଜମି ଏଗ୍ରିମେଣ୍ଟରେ ବିକ୍ରି ହେବା ନଜରକୁ ଆସିଛି। ସେହି ଜମି କେତେ ଟଙ୍କାରେ ବିକ୍ରି ହୋଇଛି ଏଗ୍ରିମେଣ୍ଟରେ ନାହିଁ । କିନ୍ତୁ ୨୦୨୦ ଅଗଷ୍ଟ ୪ରେ ଏହି ସରକାରୀ ଜମି ବିକ୍ରି କରାଯାଇଛି । ସରକାରୀ ଜମି ବିକ୍ରି ସମ୍ପର୍କରେ ଯଦୁପୁରର ବାସନ୍ତୀ ସାହୁ କୁହନ୍ତି, ସିଭିଲକୋର୍ଟରେ ଆଶୟ ନେବା ପରେ ୨୧୫/୨୧ରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷେ କୋର୍ଟରେ ଷ୍ଟାଟସକୋ ଲାଗିଥିବାବେଳେ କ୍ରେତା ବେଆଇନ ଭାବେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଣୁ ମୁଁ ଜନସ୍ବାର୍ଥ ମାମଲା ରୁଜୁ କରିବି ବୋଲି ନିଷ୍ପତ୍ତି ନେଇଛି । ଏନେଇ ନୟାଗଡ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର କୁହନ୍ତି,ସରକାରଙ୍କ ନିର୍ଦ୍ଦେଶ ପରେ ବିଲ୍ଡିଂ ପ୍ଲାନ ନ ଥାଇ ନିର୍ମାଣ ହେଉଥିବା ଘର ଉପରେ ଯାଞ୍ଚ ଓ ଧରପଗଡ଼ ଆରମ୍ଭ ହୋଇଛି । ଦଶହରା ପୂର୍ବରୁ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପାର୍ବଣ ପାଇଁ ସାମୟିକ ଭାବେ କାର୍ଯ୍ୟାନୁଷ୍ଠାନ ବନ୍ଦ ଥିଲା । ଶନିବାରଠାରୁ ପ୍ରତି ୱାର୍ଡରେ ଧରପଗଡ଼ ଚାଲିଛି । ଶନିବାର ବାମାସି ଦଣ୍ଡା, ଅରବିନ୍ଦ ନଗର, ଶ୍ରୀବିହାର, ସାଇ ବିହାରରେ ମ୍ୟୁନିସିପାଲିଟି ଟିମ୍‌ ପକ୍ଷରୁ ଧରପଗଡ଼ କରାଯାଇ ୨୧ ଜଣଙ୍କୁ ନୋଟିସ୍‌ ହୋଇଛି । ଏଥିପାଇଁ ୭ଦିନ ସମୟ ଦିଆଯାଇଛି । ଅନ୍ୟପକ୍ଷେ ଜବରଦଖଲକାରୀଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସେ କହିଛନ୍ତି । ଓଡ଼ଗଁା ଏନଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ଓଡ଼ଗଁାରେ ବି ଧରପଗଡ଼ ଚାଲିଛି ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri