ବିନା ପ୍ଲାନ୍‌ରେ ନିର୍ମାଣ ଚାଲିଛି ଘର

ନୟାଗଡ଼ ଅଫିସ,୧୬।୧୦: ନୟାଗଡ଼ ଜିଲାର ନୟାଗଡ଼, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଏବଂ ଓଡ଼ଗଁା ଆଦି ୫ ସହରରେ ବିଲ୍ଡିଂ ପ୍ଲାନ ନ ନେଇ ବେଆଇନ ଭାବେ ଗୃହ ନିର୍ମାଣ ଚାଲିଛି। ଏପରିକି ସହରର ବିଭିନ୍ନ ସ୍ଥାନରେ ୫ରୁ ୭ମହଲା ଘର ନିର୍ମାଣ ହୋଇ ସାରିଛି। ଏହି ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠୁଥିଲେ ମଧ୍ୟ ସରକାର ଅଥବା ପୌର ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିଲା ।

ତେବେ ବିଲ୍ଡିଂ ପ୍ଲାନ ନ ଥାଇ ନିର୍ମାଣ ହେଉଥିବା ଘର ଉପରେ ବହୁ ବିଳମ୍ବରେ ରାଜ୍ୟ ସରକାର ଲଗାମ ଲଗାଇଛନ୍ତି। ଏଣୁ ନୟାଗଡ଼ ଜିଲାର ବିଭିନ୍ନ ସହରରେ ମ୍ୟୁନିସିପାଲିଟି ଓ ଏନ୍‌ଏସି ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ବିଲ୍ଡିଂ ପ୍ଲାନ ନ ଥାଇ ଘର କରୁଥିବା ମାଲିକମାନଙ୍କୁ ନୋଟିସ୍‌ ଜାରି ହେଉଛି। ୭ଦିନ ଭିତରେ ଆବଶ୍ୟକ କାଗଜାତ ଦାଖଲ କରିବାକୁ କୁହାଯାଉଛି। ଏଭଳିସ୍ଥଳେ ବେଆଇନ ଭାବେ ଗୃହ ନିର୍ମାଣ କରୁଥିବା ଘର ମାଲିକଙ୍କ ଚିନ୍ତା ବଢ଼ିଛି। ତେବେ କେତେଜଣ ପ୍ରଭାବଶାଳୀ ଘର ମାଲିକ ଏଥିରେ ଆସୁଥିବାରୁ ସେମାନଙ୍କ ବିରୋଧରେ ପୌର ପ୍ରଶାସନ କି ପଦକ୍ଷେପ ନେଉଛି ସହରବାସୀଙ୍କ ତା’ ଉପରେ ନଜର ରହିଛି। ଅନ୍ୟପକ୍ଷେ ବେଆଇନ ଭାବେ ଘର ନିର୍ମାଣ କରୁଥିବା ଆଉ କେତେଜଣ ଘର ମାଲିକ ଧରାଧରି କରି ନିଜର ଘର କାର୍ଯ୍ୟକୁ ଶେଷ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ଅଭିଯୋଗ ହୋଇଛି ା

ବିକ୍ରି ହେଉଛି ସରକାରୀ ଜମି ନୟାଗଡ ସହରରେ ଏଗ୍ରିମେଣ୍ଟରେ ବହୁ ସରକାରୀ ଜମି ବିକ୍ରି ଚାଲିଛି। ହେଲେ ନୟାଗଡ଼ ମ୍ୟୁନିସିପାଲିଟି ଓ ତହସିଲ ପକ୍ଷରୁ ପଦକ୍ଷେପ ନାହିଁ। ଖଣ୍ଡପଡ଼ା ରୋଡରେ ଏକ ମୂଲ୍ୟବାନ ସରକାରୀ ଜମି ଏଗ୍ରିମେଣ୍ଟରେ ବିକ୍ରି ହେବା ନଜରକୁ ଆସିଛି। ସେହି ଜମି କେତେ ଟଙ୍କାରେ ବିକ୍ରି ହୋଇଛି ଏଗ୍ରିମେଣ୍ଟରେ ନାହିଁ । କିନ୍ତୁ ୨୦୨୦ ଅଗଷ୍ଟ ୪ରେ ଏହି ସରକାରୀ ଜମି ବିକ୍ରି କରାଯାଇଛି । ସରକାରୀ ଜମି ବିକ୍ରି ସମ୍ପର୍କରେ ଯଦୁପୁରର ବାସନ୍ତୀ ସାହୁ କୁହନ୍ତି, ସିଭିଲକୋର୍ଟରେ ଆଶୟ ନେବା ପରେ ୨୧୫/୨୧ରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷେ କୋର୍ଟରେ ଷ୍ଟାଟସକୋ ଲାଗିଥିବାବେଳେ କ୍ରେତା ବେଆଇନ ଭାବେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଣୁ ମୁଁ ଜନସ୍ବାର୍ଥ ମାମଲା ରୁଜୁ କରିବି ବୋଲି ନିଷ୍ପତ୍ତି ନେଇଛି । ଏନେଇ ନୟାଗଡ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର କୁହନ୍ତି,ସରକାରଙ୍କ ନିର୍ଦ୍ଦେଶ ପରେ ବିଲ୍ଡିଂ ପ୍ଲାନ ନ ଥାଇ ନିର୍ମାଣ ହେଉଥିବା ଘର ଉପରେ ଯାଞ୍ଚ ଓ ଧରପଗଡ଼ ଆରମ୍ଭ ହୋଇଛି । ଦଶହରା ପୂର୍ବରୁ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପାର୍ବଣ ପାଇଁ ସାମୟିକ ଭାବେ କାର୍ଯ୍ୟାନୁଷ୍ଠାନ ବନ୍ଦ ଥିଲା । ଶନିବାରଠାରୁ ପ୍ରତି ୱାର୍ଡରେ ଧରପଗଡ଼ ଚାଲିଛି । ଶନିବାର ବାମାସି ଦଣ୍ଡା, ଅରବିନ୍ଦ ନଗର, ଶ୍ରୀବିହାର, ସାଇ ବିହାରରେ ମ୍ୟୁନିସିପାଲିଟି ଟିମ୍‌ ପକ୍ଷରୁ ଧରପଗଡ଼ କରାଯାଇ ୨୧ ଜଣଙ୍କୁ ନୋଟିସ୍‌ ହୋଇଛି । ଏଥିପାଇଁ ୭ଦିନ ସମୟ ଦିଆଯାଇଛି । ଅନ୍ୟପକ୍ଷେ ଜବରଦଖଲକାରୀଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସେ କହିଛନ୍ତି । ଓଡ଼ଗଁା ଏନଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ଓଡ଼ଗଁାରେ ବି ଧରପଗଡ଼ ଚାଲିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri