ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ। ଆଜି ବି ଚାଲିପାରୁନି ଗୃହ କାର୍ଯ୍ୟ। ତେବେ ପୁଣି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ପୂର୍ବରୁ ୧୧.୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ୧୧.୩୦ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଗୃହ ଆରମ୍ଭରୁ ବିରୋଧୀ ପ୍ରବଳ ହୋ-ହଲା କରିଥିଲେ । ଏପରିକି ବାଚସ୍ପତିଙ୍କ ପୋଡିୟମ୍‌ ଆଗକୁ ଆସି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଫଳରେ ଆରମ୍ଭ ହେଉ ହେଉ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।