ଅପରାହ୍ନ ୪ଟାଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨ା୭ (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଗୃହ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ ପରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ହେଲେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ନୂପୁର ଶର୍ମାଙ୍କ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଭାଜପା ମୁହାଁମୁହିଁ ହୋଇଥିଲେ।
ଗୃହରେ ନିଜ ନିଜ ଆସନରେ ଛିଡ଼ା ହୋଇ ନାରାବାଜି କରିଥିଲେ କଂଗ୍ରେସ ଓ ଭାଜପା ସଦସ୍ୟମାନେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି, ନୂପୁର ଶର୍ମା ଭାଜପାର ମୁଖପାତ୍ର, ଅର୍ଥାତ୍‌ ପାର୍ଟିର ଏଜେଣ୍ଡା । ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି।
ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଏହାକୁ ନେଇ ଗୃହରେ ତୁମ୍ବିତୋଫାନ ହୋଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ। ଅପରାହ୍ନ ୪ଟାଯାଏ ଗୃହ ମୁଲତବୀ କରାଯାଇଛି।