ସୋନପୁରରେ ଅଗ୍ନି ବର୍ଷା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଯେମିତି ଅଗ୍ନି ବର୍ଷୁଛି। ଏଥିରୁ ସୋନପୁର ଜିଲା ସବୁଠୁ ଊର୍ଦ୍ଧ୍ୱରେ ରହିଛି। ସମଗ୍ର ଦେଶରେ ରେକର୍ଡ କରିଥିବା ସୋନପୁର କ୍ରମାଗତ ଦିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅସହ୍ୟ ତାତିରେ ସୋନପୁରବାସୀ ଆଉଟପାଉଟ ହେଉଛନ୍ତି।

ବୁଧବାର ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁର ରେକର୍ଡ କରିଥିବା ବେଳେ ମଙ୍ଗଳବାର ଏଠାରେ ପାରଦ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ଏହି ତାପମାତ୍ରା ଆଉ ଟିକେ ବଢ଼ିଛି।