Categories: ଫୁରସତ

ପୃଥିବୀଠାରୁ ୬୦୦୦ ଫୁଟ ଉଚ୍ଚରେ ରହିଛି ଏହି ହୋଟେଲ, ରାତିକୁ ଦେବାକୁ ପଡ଼େ…

ପୃଥିବୀରେ ଅନେକ ଅଦ୍ଭୁତ ଏବଂ ଅନନ୍ୟ ନିର୍ମାଣ ଦେଖିବାକୁ ମିଳିଥାଏ। ଯାହା କଳ୍ପନା କରିବା ବି କଷ୍ଟକର। ପୃଥିବୀପୃଷ୍ଠରୁ ପ୍ରାୟ ୬୦୦୦ ଫୁଟ ଉଚ୍ଚରେ ମଧ୍ୟ ମଣିଷ ଏକ ଚମତ୍କାର ନିର୍ମାଣ କରିଛି। ମଣିଷମାନଙ୍କ ଦ୍ୱାରା କରାଯାଇଥିବା ଏହି ଆଶ୍ଚର୍ଯ୍ୟଜନକ ନିର୍ମାଣ ହେଉଛି ଆଲାସ୍କାର ରୁଥ୍‌ ଗ୍ଲେସିଅରରେ ନିର୍ମିତ ଏକ ହୋଟେଲ।

ଏହି ହୋଟେଲ ଆମେରିକାର ଏକ ସୁନ୍ଦର ସ୍ଥାନରେ ରହିଛି। ଯେଉଁଠାରେ ଆପଣ ନିଜକୁ ଏକ ଭିନ୍ନ ଦୁନିଆରେ ଅନୁଭବ କରିବେ। ଆଲାସ୍କାର ଡେନାଲି ଜାତୀୟ ଉଦ୍ୟାନ ନିକଟରେ ଏହି ହୋଟେଲ ନିର୍ମାଣ କରାଯାଇଛି। ଚାରିଆଡ଼େ ଖାଲି ବରଫ। କେବଳ ଏତିକି ନୁହେଁ, ଏହି ହୋଟେଲ ନିର୍ମାଣ ହୋଇଥିବା ସ୍ଥାନରେ ପହଞ୍ଚିବା ମଧ୍ୟ ସହଜ ନୁହେଁ। ଜାଣନ୍ତୁ ଏପରି ଅନନ୍ୟ ହୋଟେଲ ସମ୍ପର୍କରେ…

ଏହି ହୋଟେଲଟି ରୋବର୍ଟ ଏବଂ କେଟ ଶେଲଡନଙ୍କ ଦ୍ୱାରା ୨୦୧୮ ମସିହାରେ ନିର୍ମିତ ହୋଇଥିଲା। ଏହାକୁ ତାଙ୍କ ପିତାଙ୍କ ନାମରେ ନାମିତ କରିଥିଲେ। ଏହି ହୋଟେଲ ନିର୍ମାଣ ପାଇଁ ଅନୁମତି ପାଇବାକୁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା। ଲୋକମାନେ ବ୍ୟକ୍ତିଗତ ହେଲିକପ୍ଟର ଯୋଗେ ଏଠାରେ ପହଞ୍ଚିଥାନ୍ତି। ଏ ସବୁଠୁ ବଡ କଥା ହେଉଛି ଏଠାରେ ୩ ଦିନ ରହିବାକ ୨୬ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ।

ଯଦିଓ ଏଠାରେ ରହିବା ଖର୍ଚ୍ଚ ଅଧିକ, କିନ୍ତୁ ଯେଉଁମାନେ ସହରର ହଷ୍ଟେଲରେ ରହି ରହି ବିରକ୍ତି ହୋଇଯାଆନ୍ତି ସେମାନେ ଏପରି ଶାନ୍ତ ସ୍ଥାନରେ ରହିବାକୁ ଚାହିଁଥାନ୍ତି। ଏଠାରେ ଥକେ କେବଳ ୧୦ ଜଣ ରହିବା ପାଇଁ ବ୍ୟବସ୍ଥା ଅଛି। ହୋଟେଲ ସୌନ୍ଦର୍ଯ୍ୟ ବେଶ୍‌ ମନୋରମ। ବରଫରେ ଆଚ୍ଛାଦିତ ପାହାଡ଼ଗୁଡ଼ିକ ରାତିରେ ଖୁବ୍‌ ସୁନ୍ଦର ଦେଖାଯାଇଥାନ୍ତି। ଆଲାସ୍କାନ ରୋଷେୟାମାନେ ଏଠାରେ ଖାଦ୍ୟ ପ୍ରସ୍ତୁତ କରନ୍ତି। କେବଳ ଏତିକି ନୁହେଁ, ହୋଟେଲର ଛାତ ଉପରେ ସୂର୍ଯ୍ୟ ସ୍ନାନ ଏବଂ ଥଣ୍ଡା କରିବା ପାଇଁ ମଧ୍ୟ ସ୍ଥାନ ରହିଛି।

Share