Posted inଜାତୀୟ

କନ୍ୟା ସନ୍ତାନ ଜନ୍ମ ହେଲେ ସମସ୍ତ ଖର୍ଚ୍ଚ ବହନ କରିବ ଏହି ହସ୍ପିଟାଲ, ଡେଲିଭରି ନର୍ମାଲ ହେଉ କି ସିଜରିଆନ

ରାୟପୁର,୧୩।୨: ଛତିଶଗଡ଼ର ରାୟପୁରସ୍ଥିତ ବାଲାଜୀ ହସ୍ପିଟାଲକୁ ୧୨ ବର୍ଷ ପୂରିଲା। ଏହି ଅବସରରେ ହସ୍ପିଟାଲ ପ୍ରଥମଥର ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛି। ଯଦି ହସ୍ପିଟାଲରେ କୌଣସି ମହିଳା କନ୍ୟା ସନ୍ତାନ ଜନ୍ମ କରନ୍ତି ତେବେ ସମସ୍ତ ଖର୍ଚ୍ଚ ହସ୍ପିଟାଲ ପ୍ରଶାସନ ବହନ କରିବେ। ଡେଲିଭରି ନର୍ମାଲ ହେଉ କି ସିଜରିଆନ।

ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ଏକ ହସ୍ପିଟାଲ ମଧ୍ୟ ମହିଳାଙ୍କୁ ଅଗ୍ରାଧିକାର ଦେଇଛି। ହସ୍ପିଟାଲର ନିର୍ଦ୍ଦେଶକ ତଥା ଡାକ୍ତର ଦେବେନ୍ଦ୍ର ନାୟକ କୁହନ୍ତି, ସରକାର ମହିଳାମାନଙ୍କ ପାଇଁ ଅନେକ ଅଭିଯାନ ଆରମ୍ଭ କରିଛନ୍ତି। ରାୟପୁରର ବାଲାଜୀ ହସ୍ପିଟାଲକୁ ୧୨ ବର୍ଷ ପୂରଣ ହେବା ଅବସରରେ କର୍ତ୍ତୃପକ୍ଷ ଏପରି ବ୍ୟବସ୍ଥା କରିଛନ୍ତି। ଯଦି ମହିଳା କନ୍ୟା ସନ୍ତାନ ଜନ୍ମ କରନ୍ତି ତେବେ ଆରୋଗ୍ୟ ପାଇଁ ସେ ଟଙ୍କାଟିଏ ବି ନେବେ ନାହିଁ।
ଏହି ହସ୍ପିଟାଲରେ ସୀମା ବର୍ମା ନାମକ ଜଣେ ମହିଳା କନ୍ୟା ସନ୍ତାନ ଜନ୍ମ କରିଥିବାରୁ ତାଙ୍କ ପାଖରୁ ଟଙ୍କାଟିଏ ନିଆଯାଇନାହିଁ ବୋଲି କହିଛନ୍ତି। ସରକାରଙ୍କ ଯୋଜନା ପରି ଏହି ଯୋଜନା ମୋତେ ବହୁତ ଆନନ୍ଦ ଦେଇଛି ବୋଲି ସୀମା କୁହନ୍ତି।

ଛତିଶଗଡ଼ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା କିରଣମୟୀ ନାୟକ କୁହନ୍ତି, ବାଲାଜୀ ହସ୍ପିଟାଲର ସଂସ୍ଥାପକ ତଥା ଡାକ୍ତର ଦେବେନ୍ଦ୍ର ନାୟକଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଝିଅ କାହା ଉପରେ ବୋଝ ନୁହନ୍ତି, ସେମାନଙ୍କ ପାଇଁ ଜନ୍ମଦିନ ବେଶ୍‌ ଧୂମଧାମରେ ପାଳନ କରାଯିବ ଉଚିତ୍‌। ଫଳରେ କନ୍ୟା ସନ୍ତାନ ଜନ୍ମ ପାଇଁ ଆଉ କେହି ଭୟ କରିବେ ନାହିଁ। ଏହି ବାର୍ତ୍ତା ସମାଜକୁ ଦେଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବହୁତ ବହୁତ ଶୁଭକାମନା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri