ବିଶେଷଜ୍ଞଙ୍କ ବିନା ଚାଲିଛି ଡାକ୍ତରଖାନା

ବିଶ୍ରା, ୧୮ା୬ (ବଟକୃଷ୍ଣ ସ୍ବାଇଁ) ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର। ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୧ ଡାକ୍ତର ପଦବୀରୁ ମାତ୍ର ୫ ଜଣ ସର୍ଜନଙ୍କ ତତ୍ତ୍ୱାବଧାନରେ ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି। କେବଳ ଶିଶୁରୋଗ ବିଶେଷଜ୍ଞଙ୍କୁ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ଦିଆଯାଇଛି। ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କେବେ ରୋଗୀ ଦେଖିନାହାଁନ୍ତି। ସର୍ବଦା ଅଫିସ୍‌ କାର୍ଯ୍ୟ ତଥା ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ପ୍ରତିଦିନ ଶହ ଶହ ରୋଗୀ ଏଠାକୁ ଆସୁଥିବା ବେଳେ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ବ୍ୟତୀତ ଅନ୍ୟମାନଙ୍କ ଦର୍ଶନ ମିଳେନାହିଁ ା କେବଳ ଆୟୁଷ ଡାକ୍ତର ଏହି ଡାକ୍ତରଖାନାକୁ ସାହା ା ଏହି କେନ୍ଦ୍ରରେ ଶିଶୁ, ଶଲ୍ୟ, ଭେଷଜ, ସ୍ତ୍ରୀ-ପ୍ରସୂତି, ଅର୍ଥୋପେଡିକ୍‌, ଚକ୍ଷୁ ତଥା କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ପଦବୀରେ ନିଯୁକ୍ତି ନାହିଁ ା ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଥା ନ କହିବା ଭଲ ା ୧୩ ନର୍ସ ପଦବୀରୁ ୫ଟି ପଦବୀ ଖାଲି ପଡ଼ିଛି ା ଆବଶ୍ୟକ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତ ନ କରି ପଡ଼ୋଶୀ ରାଜ୍ୟରୁ ଡାକ୍ତର ଆମଦାନୀ କରିବା ସହ ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲି ଦିଆଯାଉଛିା ଏଠାରେ ଥିବା ଏକ୍ସରେ ମେଶିନକୁ ଉଠାଇ ଦିଆଯାଇଛି। ଫଳରେ ରୋଗୀମାନେ ଆର୍‌ଜିଏଚ୍‌ ଓ ଆଇଜିଏଚ୍‌ ଉପରେ ନିର୍ଭର କରୁଛନ୍ତି। ଦୁର୍ଘଟଣାଜନିତ ରୋଗୀ କିମ୍ବା ଗର୍ଭବତୀ ରୋଗୀଙ୍କୁ ମାଗଣାରେ ନେବାଆଣିବା ପାଇଁ ୧୦୮, ୧୦୨ ଆମ୍ବୁଲାନ୍ସ ଜିଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଛି। ହେଲେ ଏହା ରୋଗୀଙ୍କ ସେବାରେ ଲାଗିପାରୁ ନାହିଁ ା ଏହାର ଉପଯୁକ୍ତ ମରାମତି ଅଭାବରୁ ଏହା ନଷ୍ଟ ହେବାରେ ଲାଗିଛି। କୌଣସି ଗର୍ଭବତୀ ରୋଗୀ ଆସିଲେ ୧୦୨ ଆମ୍ବୁଲାନ୍ସ କର୍ମଚାରୀ ଅର୍ଥ ଦାବି କରୁଛନ୍ତି। ତେଣୁ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ବିଜୁ ସ୍ବାସ୍ଥ୍ୟ କାର୍ଡ, ଆୟୁଷ୍ମାନ ଭାରତ ଯୋଜନା ପ୍ରହସନରେ ପରିଣତ ହୋଇଛି ବୋଲି ସେମାନେ କହିଛନ୍ତି। ଏନେଇ କୋକେରମା ଗ୍ରାମର ସାବନ କୁମାର ପ୍ରଧାନ କୁହନ୍ତି, ଖରାରେ ପଡ଼ିଯାଇଥିଲି ା ଡାକ୍ତରଖାନା ଆସିଲି ଥରେମାତ୍ର ଡାକ୍ତର ଆସିଥିଲେ ା ତା’ ପରଠାରୁ ଆଉ କେବେ ଆସିନାହାନ୍ତି। ରୋଗୀଙ୍କୁ ଦିଆଯାଉଥିବା ସକାଳ ରୁଟି, ଦିନବେଳା ଭାତ ଓ ରାତିରେ ରୁଟି ଅତ୍ୟନ୍ତ ନିମ୍ନମାନର ବୋଲି ସେ କହିଛନ୍ତି। ଉଡୁଶ ଗ୍ରାମର ଶୁଲାବତୀ ସିଂ କହିଛନ୍ତି, ପ୍ରଥମେ ବିଶ୍ରା ଡାକ୍ତରଖାନାକୁ ଆସିଥିଲି। ହେଲେ ଏଠାରେ ଡାକ୍ତର ମୋତେ ଦେଖି ଆର୍‌ଜିଏଚ୍‌କୁ ପଠାଇ ଦେଇଥିଲେ ା ସାନବିରିଙ୍ଗିଝର ପ୍ରସୂତି ମହିଳା ନରସିମା ପୂର୍ତ୍ତି କୁହନ୍ତି, ଶୁକ୍ରବାର ମୁଁ ଏଠାକୁ ଆସିଥିଲି। ଶନିବାର ମୋର ପ୍ରସବ ବେଦନା ହୋଇଥିଲା। ପ୍ରସବ ପରେ କୌଣସି ଡାକ୍ତର ମୋତେ ଦେଖିବାକୁ ଆସି ନାହାଁନ୍ତି। ମୋତେ ନିୟମିତ ଏଠାରୁ ଖାଦ୍ୟପେୟ ମିଳୁନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ା ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ପ୍ରକାଶ କୁମାର ସାହୁ ପଚାରିବାରୁ, ଡାକ୍ତର ହୁଅନ୍ତୁ ବା ବିଶେଷଜ୍ଞ ମୋ ହାତରେ ନାହାନ୍ତିା ସେସବୁ ସରକାରଙ୍କ ହାତରେ, କେବଳ ଶିଶୁ ବିଶେଷଜ୍ଞଙ୍କ ବ୍ୟତୀତ ୩ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି ା ଖାଦ୍ୟ ଯୋଗାଣ ଉପରେ ତଦାରଖ କରିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri