ବିଶ୍ରା, ୧୮ା୬ (ବଟକୃଷ୍ଣ ସ୍ବାଇଁ) ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର। ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୧ ଡାକ୍ତର ପଦବୀରୁ ମାତ୍ର ୫ ଜଣ ସର୍ଜନଙ୍କ ତତ୍ତ୍ୱାବଧାନରେ ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି। କେବଳ ଶିଶୁରୋଗ ବିଶେଷଜ୍ଞଙ୍କୁ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ଦିଆଯାଇଛି। ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କେବେ ରୋଗୀ ଦେଖିନାହାଁନ୍ତି। ସର୍ବଦା ଅଫିସ୍ କାର୍ଯ୍ୟ ତଥା ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ପ୍ରତିଦିନ ଶହ ଶହ ରୋଗୀ ଏଠାକୁ ଆସୁଥିବା ବେଳେ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ବ୍ୟତୀତ ଅନ୍ୟମାନଙ୍କ ଦର୍ଶନ ମିଳେନାହିଁ ା କେବଳ ଆୟୁଷ ଡାକ୍ତର ଏହି ଡାକ୍ତରଖାନାକୁ ସାହା ା ଏହି କେନ୍ଦ୍ରରେ ଶିଶୁ, ଶଲ୍ୟ, ଭେଷଜ, ସ୍ତ୍ରୀ-ପ୍ରସୂତି, ଅର୍ଥୋପେଡିକ୍, ଚକ୍ଷୁ ତଥା କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ପଦବୀରେ ନିଯୁକ୍ତି ନାହିଁ ା ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଥା ନ କହିବା ଭଲ ା ୧୩ ନର୍ସ ପଦବୀରୁ ୫ଟି ପଦବୀ ଖାଲି ପଡ଼ିଛି ା ଆବଶ୍ୟକ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତ ନ କରି ପଡ଼ୋଶୀ ରାଜ୍ୟରୁ ଡାକ୍ତର ଆମଦାନୀ କରିବା ସହ ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲି ଦିଆଯାଉଛିା ଏଠାରେ ଥିବା ଏକ୍ସରେ ମେଶିନକୁ ଉଠାଇ ଦିଆଯାଇଛି। ଫଳରେ ରୋଗୀମାନେ ଆର୍ଜିଏଚ୍ ଓ ଆଇଜିଏଚ୍ ଉପରେ ନିର୍ଭର କରୁଛନ୍ତି। ଦୁର୍ଘଟଣାଜନିତ ରୋଗୀ କିମ୍ବା ଗର୍ଭବତୀ ରୋଗୀଙ୍କୁ ମାଗଣାରେ ନେବାଆଣିବା ପାଇଁ ୧୦୮, ୧୦୨ ଆମ୍ବୁଲାନ୍ସ ଜିଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଛି। ହେଲେ ଏହା ରୋଗୀଙ୍କ ସେବାରେ ଲାଗିପାରୁ ନାହିଁ ା ଏହାର ଉପଯୁକ୍ତ ମରାମତି ଅଭାବରୁ ଏହା ନଷ୍ଟ ହେବାରେ ଲାଗିଛି। କୌଣସି ଗର୍ଭବତୀ ରୋଗୀ ଆସିଲେ ୧୦୨ ଆମ୍ବୁଲାନ୍ସ କର୍ମଚାରୀ ଅର୍ଥ ଦାବି କରୁଛନ୍ତି। ତେଣୁ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ବିଜୁ ସ୍ବାସ୍ଥ୍ୟ କାର୍ଡ, ଆୟୁଷ୍ମାନ ଭାରତ ଯୋଜନା ପ୍ରହସନରେ ପରିଣତ ହୋଇଛି ବୋଲି ସେମାନେ କହିଛନ୍ତି। ଏନେଇ କୋକେରମା ଗ୍ରାମର ସାବନ କୁମାର ପ୍ରଧାନ କୁହନ୍ତି, ଖରାରେ ପଡ଼ିଯାଇଥିଲି ା ଡାକ୍ତରଖାନା ଆସିଲି ଥରେମାତ୍ର ଡାକ୍ତର ଆସିଥିଲେ ା ତା’ ପରଠାରୁ ଆଉ କେବେ ଆସିନାହାନ୍ତି। ରୋଗୀଙ୍କୁ ଦିଆଯାଉଥିବା ସକାଳ ରୁଟି, ଦିନବେଳା ଭାତ ଓ ରାତିରେ ରୁଟି ଅତ୍ୟନ୍ତ ନିମ୍ନମାନର ବୋଲି ସେ କହିଛନ୍ତି। ଉଡୁଶ ଗ୍ରାମର ଶୁଲାବତୀ ସିଂ କହିଛନ୍ତି, ପ୍ରଥମେ ବିଶ୍ରା ଡାକ୍ତରଖାନାକୁ ଆସିଥିଲି। ହେଲେ ଏଠାରେ ଡାକ୍ତର ମୋତେ ଦେଖି ଆର୍ଜିଏଚ୍କୁ ପଠାଇ ଦେଇଥିଲେ ା ସାନବିରିଙ୍ଗିଝର ପ୍ରସୂତି ମହିଳା ନରସିମା ପୂର୍ତ୍ତି କୁହନ୍ତି, ଶୁକ୍ରବାର ମୁଁ ଏଠାକୁ ଆସିଥିଲି। ଶନିବାର ମୋର ପ୍ରସବ ବେଦନା ହୋଇଥିଲା। ପ୍ରସବ ପରେ କୌଣସି ଡାକ୍ତର ମୋତେ ଦେଖିବାକୁ ଆସି ନାହାଁନ୍ତି। ମୋତେ ନିୟମିତ ଏଠାରୁ ଖାଦ୍ୟପେୟ ମିଳୁନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ା ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ପ୍ରକାଶ କୁମାର ସାହୁ ପଚାରିବାରୁ, ଡାକ୍ତର ହୁଅନ୍ତୁ ବା ବିଶେଷଜ୍ଞ ମୋ ହାତରେ ନାହାନ୍ତିା ସେସବୁ ସରକାରଙ୍କ ହାତରେ, କେବଳ ଶିଶୁ ବିଶେଷଜ୍ଞଙ୍କ ବ୍ୟତୀତ ୩ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି ା ଖାଦ୍ୟ ଯୋଗାଣ ଉପରେ ତଦାରଖ କରିବି ବୋଲି କହିଥିଲେ।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ
ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...
କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା
କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...
ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି
ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...
ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…
ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...
ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ
ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...
SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…
ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...
ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…
ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...
୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ: ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା
ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...
Archives


