Posted inଫୁରସତ

ପବିତ୍ରମୟ ସ୍ଥାନ ହୋରନାଡୁ

ଏକ ପବିତ୍ରମୟ ସ୍ଥାନ ଭାବେ ହୋରନାଡୁର ବେଶ୍‌ ଖ୍ୟାତି ରହିଛି। ଦେବଦେବୀଙ୍କର ମନ୍ଦିର ସାଙ୍ଗକୁ ପାହାଡ, ଝରଣାର ମନୋରମ ଦୃଶ୍ୟ ଏହି ସ୍ଥାନକୁ ଏକ ଭିନ୍ନ ପରିଚିତି ଦେଇଥାଏ। ଯେଉଁଥିପାଇଁ ଟିକେ ଶାନ୍ତି ପାଇବା ଆଶାରେ ଦୂରଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି..

କର୍ନାଟକର ଚିକ୍କମାଗାଲୁର ଜିଲା ଅନ୍ତର୍ଗତ ଏକ ପବିତ୍ରମୟ ସ୍ଥାନ ହେଉଛି ହୋରନାଡୁ। କାରଣ ଏଠାରେ ରହିଛି ମାତା ଅନ୍ନପୂର୍ଣ୍ଣେଶ୍ୱରୀଙ୍କର ପବିତ୍ର ପୀଠ। ଆକର୍ଷଣୀୟ ବାସ୍ତୁକଳାରେ ନିର୍ମିତ ହୋଇଥିବା ଏହି ମନ୍ଦିରର ଶୋଭା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ତା’ଛଡ଼ା ପ୍ରତ୍ୟେକ୍ଷ ଦେବୀ ଭାବେ ବି ମାତା ଅନ୍ନପୂର୍ଣ୍ଣେଶ୍ୱରୀ ଭକ୍ତଙ୍କ ହୃଦୟରେ ବିରାଜିତା ହୋଇଥିବାରୁ ଏଠାରେ ବର୍ଷସାରା ଭକ୍ତଗଣଙ୍କର ବେଶ୍‌ ଗହଳି ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ ପାହାଡ, ଝରଣାର ଅପୂର୍ବ ଶୋଭା ବି ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ବେଶ୍‌ ବିମୋହିତ କରିଥାଏ।

କ’ଣ ଦେଖିବେ
ପବିତ୍ରମୟ ସ୍ଥାନ ଭାବେ ପରିଚିତ ହୋରନାଡୁରେ ପର୍ଯ୍ୟଟକ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଦେଖିପାରିବେ। ତେବେ ସ୍ଥାନୀୟ ଅଞ୍ଚଳର ସବୁଠାରୁ ଲୋକପ୍ରିୟ ତଥା ପ୍ରସିଦ୍ଧ ପୀଠ ହେଉଛି ଅନ୍ନପୂର୍ଣ୍ଣେଶ୍ୱରୀ ମନ୍ଦିର। ଏହା କର୍ନାଟକସ୍ଥିତ ଏକ ପ୍ରାଚୀନ ମନ୍ଦିର। ଅନ୍ନର ଦେବୀ ମାତା ଅନ୍ନପୂର୍ଣ୍ଣେଶ୍ୱରୀଙ୍କୁ ଏହି ମନ୍ଦିରଟି ସମର୍ପିତ ହୋଇଛି। ଏଠାରେ ସ୍ଥାୟୀ ମୁଦ୍ରାରେ ବିରାଜିତା ହୋଇଥିବା ଦେବୀଙ୍କର ଏକ ଅପୂର୍ବ ପ୍ରତୀମା ଦେଖିବାକୁ ମିଳିଥାଏ। ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କର ବିଶ୍ୱାସ ରହିଛି ଯେ, ଯଦି କୌଣସି ବ୍ୟକ୍ତି ନିଷ୍ଠାର ସହ ମା’ ଅନ୍ନପୂର୍ଣ୍ଣେଶ୍ୱରୀଙ୍କୁ ଧ୍ୟାନ କରନ୍ତି, ତା’ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ କେବେ ବି ଭୋକ ଉପାସରେ ରୁହନ୍ତି ନାହିଁ। ସେଥିପାଇଁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ଭିଡ଼ ଦେଖିବାକୁ ମିଳିଥାଏ। କେବଳ ଏହି ଗୋଟିଏ ମନ୍ଦିର ନୁହେଁ, ପର୍ଯ୍ୟଟକ ଚାହିଁଲେ ଏଠାରେ ଭଗବାନ ଶିବଙ୍କୁ ସମର୍ପିତ କାଳଶେଶ୍ୱର ମନ୍ଦିର ଆଡ଼େ ବି ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟି ପାରିବେ। ଏସବୁ ବ୍ୟତିତ ହୋରନାଡୁଠାରୁ ପ୍ରାୟ ୬୧ କି.ମି ଦୂରରେ ରହିଛି ଅନ୍ୟ ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ଶୃଙ୍ଗେରୀ। ଅନ୍ୟପକ୍ଷେ ୨୮ କି.ମି ଦୂରରେ ଥିବା କୁଦ୍ରେମୁଖ ନାମକ ଏକ ଗିରିଶୃଙ୍ଗ ଆଡ଼େ ବି ପର୍ଯ୍ୟଟକ ବୁଲିଯାଇପାରିବେ। ସେହିପରି ହୋରନାଡୁଠାରୁ ପ୍ରାୟ ୧୦ କି.ମି ଦୂରରେ ଥିବା କ୍ୟାତାନମାକ୍କି ନାମକ ପାହାଡ ଏବଂ ୪୫ କି.ମି ଦୂରରେ ଥିବା ହନୁମାନଗୁଣ୍ଡି ନାମକ ଜଳପ୍ରପାତର ଅପୂର୍ବ ଶୋଭା ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେଥିପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଗହଳ ଦେଖିବାକୁ ମିଳିଥାଏ।

କେବେ ଓ କେମିତି ଯିବେ
ଏହି ପବିତ୍ରମୟ ସ୍ଥାନକୁ ବୁଲିଯିବା ପାଇଁ ବର୍ଷର ସବୁ ସମୟରେ ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଅକ୍ଟୋବରରୁ ଏପ୍ରିଲ୍‌ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ସୁ-ବନ୍ଦୋବସ୍ତ ରହିଛି। ଚିକ୍କମାଗାଲୁରଠାରୁ ପ୍ରାୟ ୯୫ କି.ମି, ମାଙ୍ଗାଲୁରଠାରୁ ପ୍ରାୟ ୧୨୬ କି.ମି ଏବଂ ବାଙ୍ଗାଲୁରଠାରୁ ପ୍ରାୟ ୩୧୬ କି.ମି ଦୂରରେ ରହିଥିବା ହୋରନାଡୁର ନିକଟତମ ମୁଖ୍ୟ ବିମାନବନ୍ଦର ହେଉଛି ମାଙ୍ଗାଲୁର ଇଣ୍ଟର ନ୍ୟାସନାଲ୍‌ ଏୟାରପୋର୍ଟ। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ଏପରିକି ବାଙ୍ଗାଲୁରରୁ ନିୟମିତ ବ୍ୟବଧାନରେ ଟୁରିଷ୍ଟ ବସ୍‌ ହୋରନାଡୁ ଅଭିମୂଖେ ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ହୋରନାଡୁରେ ପହଁଞ୍ଚତ୍ ଯାଇପାରିବେ।

ଟ୍ରେକିଂ ଓ ଜଙ୍ଗଲ ସଫାରୀର ମଜା ନିଆରା
ଯେହେତୁ ଜଙ୍ଗଲ, ପାହାଡର ଅପୂର୍ବ ଶୋଭା ଏଠାରେ ଦେଖିବାକୁ ମିଳିଥାଏ, ତେଣୁ ପର୍ଯ୍ୟଟକ ଏଠାରେ ଟ୍ରେକିଂ ଓ ଜଙ୍ଗଲ ସଫାରୀର ଭରପୂର ମଜା ମଧ୍ୟ ନେଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri