ଶ୍ରୀକ୍ଷେତ୍ରରେ ହକି ବିଶ୍ୱକପ୍‌ ଟ୍ରଫିକୁ ଭବ୍ୟ ସ୍ବାଗତ

ପୁରୀ ଅଫିସ, ୨୮ା୧୨: ଶ୍ରୀକ୍ଷେତ୍ରରେ ମଙ୍ଗଳବାର ହକି ବିଶ୍ୱକପ୍‌ ଟ୍ରଫିକୁ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମେତ ଜିଲାବାସୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସକାଳ ୭ଟା ୩୦ରେ ଏକ ଶୋଭାଯାତ୍ରାରେ ସର୍କିଟ ହାଉସଠାରୁ ବେଳାଭୂମିକୁ ଟ୍ରଫି ଅଣାଯାଇଥିଲା। ସେଠାରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଓ ମାଲଖମ୍ବ କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲା। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟମାନେ ଟ୍ରଫିକୁ ସ୍ବାଗତ କରିଥିଲେ। ପରେ ଟ୍ରଫିକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା। ସେଠାରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟଙ୍କ ପକ୍ଷରୁ ଖଣ୍ଡୁଆ ପାଟ ଅର୍ପଣ ସହ ସ୍ବାଗତ କରାଯାଇଥିଲା।