ହେପାଟାଇଟିସ୍‌ ‘ସି’ର ଇତିବୃତ୍ତ

କିଏ ପାଇଛନ୍ତି : ୨୦୨୦ ମସିହାର ଶରୀର ବିଜ୍ଞାନ, ଭେଷଜ ବିଜ୍ଞାନ କିମ୍ବା ଚିକିତ୍ସା ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ତିନି ଜଣ ଭୂତାଣୁ ବିଜ୍ଞାନୀ। ଏମାନେ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭେ ଜେ. ଅଲଟର, ଚାର୍ଲସ ଏମ. ରାଇସ୍‌ ଏବଂ ବ୍ରିଟେନ୍‌ର ମାଇକେଲ ହଫଟନ୍‌। ହେପାଟାଇଟିସ୍‌ ‘ସି’ ଭାଇରସ ବା ଯକୃତ ପ୍ରଦାହ ‘ସି’ ଭୂତାଣୁର ଆବିଷ୍କାର ପାଇଁ ଏହି ତିନି ଜଣ ବିଜ୍ଞାନୀଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଛି। ସଂପ୍ରତି ପ୍ରଫେସର ଅଲଟର ଅଛନ୍ତି ଆମେରିକାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହେଲ୍‌ଥର ଡିପାର୍ଟମେଣ୍ଟ ଅଫ ଟ୍ରାନ୍ସଫ୍ୟୁଜନ ମେଡିସିନ୍‌ରେ। ପ୍ରଫେସର ରାଇସ୍‌ ଗବେଷଣାରତ ରକ୍‌ଫେଲର ୟୁନିଭର୍ସିଟିରେ। ପ୍ରଫେସର ହଫଟନ୍‌ ରହିଛନ୍ତି କାନାଡାର ଆଲବର୍ଟା ୟୁନିଭର୍ସିଟିରେ ଲି କା ସିଙ୍ଗ ପ୍ରଫେସର ତଥା ଡାଇରେକ୍ଟର। ଏହି ତିନି ବୈଜ୍ଞାନିକଙ୍କୁ ମୋଟ ୧,୧୦୦,୦୦୦ ଡଲାର ପରିମାଣର ଅର୍ଥ ସମେତ ପ୍ରତ୍ୟେକଙ୍କୁ ପ୍ରଦତ୍ତ ହେବ ସ୍ବର୍ଣ୍ଣ ପଦକ ଓ ପୁରସ୍କାର ପ୍ରାପ୍ତିର ପ୍ରମାଣପତ୍ର। ପ୍ରତିବର୍ଷ ଡିସେମ୍ବର ୧୦ରେ ପାଳିତ ହେଉଥିବା ‘ନୋବେଲ ଦିବସ’ ଅବସରରେ ଏହି ନୋବେଲ ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା ମହାମାରୀ ଯୋଗୁ ପୁରସ୍କାର ପ୍ରଦାନ କରାଯିବ ବିଜେତାମାନଙ୍କର ନିଜ ନିଜ ରାଷ୍ଟ୍ରରେ।
କାହିଁକି ପାଇଛନ୍ତି : ହେପାଟାଇଟିସ୍‌ ‘ସି’ ଭାଇରସ ବା ଯକୃତ ପ୍ରଦାହ ‘ସି’ ଭୂତାଣୁର ଆବିଷ୍କାର ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିଛି। ସେମାନଙ୍କର ଏହି ଆବିଷ୍କାର ଫଳରେ ହେପାଟାଇଟିସ୍‌ ‘ସି’ ସଂକ୍ରମଣର ନିର୍ଣ୍ଣୟ ପାଇଁ ରକ୍ତ ପରୀକ୍ଷା ସମ୍ଭବ ହୋଇଛି ଓ ନୂତନ ଔଷଧ ଉଦ୍‌ଭାବିତ ହୋଇ ସମ୍ଭବ ହୋଇଛି ଏହି ରୋଗର ଆରୋଗ୍ୟ।
ଆବିଷ୍କାର ସମ୍ଭବ ହେଲା କିପରି : ଯକୃତ ବା ଲିଭରରେ ପ୍ରଦାହ ହେଲେ ତାକୁ ହେପାଟାଇଟିସ୍‌ ବା ଯକୃତ ପ୍ରଦାହ ବୋଲି କୁହାଯାଏ। ହେପାଟାଇଟିସ୍‌ ହେବାର ରହିଛି ଅନେକ କାରଣ। ମାତ୍ର ଏହା ମୁଖ୍ୟତଃ ହୋଇଥାଏ ଭୂତାଣୁ ବା ଭାଇରସ ସଂକ୍ରମଣ ଯୋଗୁଁ। ସେଥିପାଇଁ ଏହାକୁ ‘ଭାଇରାଲ ହେପାଟାଇଟିସ୍‌’ ବୋଲି କହନ୍ତି। ରୋଗ ଜାତ କରୁଥିବା ଭାଇରସ ଭେଦରେ ଏହା ବିଭିନ୍ନ ପ୍ରକାରର, ଯଥା-ହେପାଟାଇଟିସ୍‌-ଏ, ବି, ସି, ଡି, ଇ ଏବଂ ଜି। ୧୯୪୦ ଦଶକରେ ଜଣାପଡିଥିଲା ଯେ ଭାଇରାଲ ହେପାଟାଇଟିସ୍‌ ଦୁଇ ପ୍ରକାରର-ହେପାଟାଇଟିସ୍‌-ଏ ଏବଂ ହେପାଟାଇଟିସ ‘ବି’। ହେପାଟାଇଟିସ ‘ଏ’ ଖାଦ୍ୟ ଓ ଜଳ ମାଧ୍ୟମରେ ସଂରଚିତ ହେଉଥିବା ବେଳେ ହେପାଟାଇଟିସ୍‌ ‘ବି’ ଭାଇରସ ସଂରଚିତ ହୋଇଥାଏ ମୁ୍‌ଖ୍ୟତଃ ରକ୍ତ ମାଧ୍ୟମରେ। ହେପାଟାଇଟିସ୍‌ ‘ବି’ ସଂକ୍ରମଣ ଅତି ମାରାତ୍ମକ। କାରଣ ଏହା ଦୀର୍ଘକାଳିକ ହୋଇ ଯକୃତର ସିରୋସିସ୍‌ ଓ କ୍ୟାନ୍‌ସର କରାଇପାରେ। ଏହି ଭାଇରସଟି ସୁସ୍ଥ ବ୍ୟକ୍ତିକୁ ନୀରବରେ ସଂକ୍ରମଣ କରି ବହୁବର୍ଷର ବ୍ୟବଧାନ ପରେ ଜାତ କରିଥାଏ ଗୁରୁତର ଜଟିଳତା। ୧୯୬୦ ଦଶକରେ ବାରୁଚ୍‌ ବ୍ଲୁମବ୍ରଗ ହେପାଟାଇଟିସ୍‌ ‘ବି’ ଭାଇରସର ଆବିଷ୍କାର କରି ୧୯୭୬ରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଲାଭ କରିଥିଲେ। ଏହାର ନିର୍ଣ୍ଣୟ ପଦ୍ଧତି ଜଣା ଏବଂ ଏହାକୁ ନିବାରଣ କରିବାର ପ୍ରତିଷେଧକ ଟିକା ମଧ୍ୟ ଉପଲବ୍ଧ।
ହାର୍ଭେ ଅଲଟର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହେଲଥ୍‌ରେ ରହି ରକ୍ତ ନେଇସାରି ହେପାଟାଇଟିସ୍‌ରେ ଆକ୍ରାନ୍ତ ହୋଇପଡିଥିବା ରୋଗୀମାନଙ୍କ ଉପରେ ଗବେଷଣା କରିଥିଲେ। ସେ ଓ ତାଙ୍କର ସହ-ଗବେଷକମାନେ ଲକ୍ଷ୍ୟ କଲେ ଯେ ଏହି ରୋଗୀମାନଙ୍କଠାରୁ ରକ୍ତ ନେଇ ସିପାଞ୍ଜିଙ୍କୁ ଇଞ୍ଜେକସନ ଦେଇଦେଲେ ସିପାଞ୍ଜିମାନେ ହେପାଟାଇଟିସ୍‌ରେ ଆକ୍ରାନ୍ତ ହୋଇପଡୁଛନ୍ତି। ସେମାନେ ସନ୍ଦେହ କରୁଥିଲେ, ରୋଗୀଟି ହେପାଟାଇଟିସ୍‌ ‘ଏ’ ନୁହେଁ କି ‘ବି’ ନୁହେଁ। ତେଣୁ ସେମାନେ ଏହାକୁ ‘ନନ୍‌-ଏ’ ଏବଂ ନନ୍‌-ବି’ ହେପାଟାଇଟିସ୍‌ ବୋଲି କହିଲେ।
ମାଇକେଲ ହଫଟନ ସେତେବେଳେ ଗବେଷଣା କରୁଥାଆନ୍ତି ଚିରନ୍‌ ଫାର୍ମାସିଉଟିକାଲ ଫାର୍ମରେ। ସେ ଓ ତାଙ୍କର ସହକର୍ମୀମାନେ ଗୋଟିଏ ସଂକ୍ରମିତ ସିମ୍ପାଞ୍ଜି ରକ୍ତରୁ ଡିଏନଏ ଖଣ୍ଡମାନ ସଂଗ୍ରହ କରି ଚିନ୍ତା କଲେ ଯେ ଉକ୍ତ ଖଣ୍ଡମାନ ହୁଏତ ସେହି ଅଜଣା ଭାଇରସଠାରୁ ଆସିଥିବ। ବିଭିନ୍ନ ଜଟିଳ ପଦ୍ଧତି ଅବଲମ୍ବନ କରି ହଫଟନ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସେହି ଅଜଣା ଭାଇରସ୍‌ଟି ହେଉଛି ଏକ ଆରଏନଏ ଭାଇରସ। ସେ ଏହାକୁ ହେପାଟାଇଟିସ୍‌ ‘ସି’ ଭାଇରସ ଭାବରେ ନାମକରଣ କଲେ।
ହେପାଟାଇଟିସ୍‌ ‘ସି’ ଭାଇରସଟି ସିନା ଆବିଷ୍କୃତ ହୋଇଗଲା, ହେଲେ ପ୍ରଶ୍ନ ଉଠିଲା, ସେହି ଭାଇରସ୍‌ଟି ହିଁ କେବଳ ହେପାଟାଇଟିସ୍‌ କରିବା ପାଇଁ ଦାୟୀ ? ଚାର୍ଲସ ରାଇସ୍‌ ସେତେବେଳେ ଗବେଷଣା କରୁଥିଲେ ଆମେରିକାର ସେଣ୍ଟ ଲୁଇସ୍‌ସ୍ଥିତ ଓ୍ବାଶିଂଟନ୍‌ ୟୁନିଭର୍ସିଟିରେ। ସେ ଓ ତାଙ୍କର ସହକର୍ମୀମାନେ ଜେନେଟିକ୍‌ ଇଞ୍ଜିନିୟରିଂ ପଦ୍ଧତିରେ ହେପାଟାଇଟିସ୍‌ ‘ସି’ ଭାଇରସର ଏକ ଅବିକଳ ନକଲ ବା କ୍ଲୋନ୍‌ ସଂଶ୍ଳେଷଣ କଲେ। ସେହି କ୍ଲୋନକୁ ସିମ୍ପାଞ୍ଜିର ଯକୃତରେ ଇଞ୍ଜେକସନ ଦେଇ ଦେବା ପରେ ସିମ୍ପାଞ୍ଜିର ରକ୍ତରେ ଭାଇରସର ସନ୍ଧାନ ମିଳିଗଲା। ହେପାଟାଇଟିସ୍‌ ‘ସି’ ଦ୍ୱାରା ସଂକ୍ରମିତ ରୋଗୀଙ୍କଠାରେ ଯେଉଁଭଳି ଲକ୍ଷଣମାନ ପ୍ରକାଶ ପାଇଥାଏ, ଠିକ୍‌ ସେହିଭଳି ଲକ୍ଷଣମାନ ପ୍ରକାଶ ପାଇଲା ସଂକ୍ରମିତ ସିମ୍ପାଞ୍ଜିଙ୍କଠାରେ। ସୁତରାଂ ଏଥିରୁ ପ୍ରମାଣିତ ହୋଇଗଲା ଯେ ରକ୍ତ ନେଇଥିବା ସେହି ରୋଗୀମାନଙ୍କଠାରେ ନୂତନ ପ୍ରକାର ହେପାଟାଇଟିସ୍‌ ପ୍ରକାଶ ପାଇବାର କାରଣ ହେଉଛି ହେପାଟାଇଟିସ୍‌ ‘ସି’ ଭାଇରସର ସଂକ୍ରମଣ।
ହେପାଟାଇଟିସ୍‌ ‘ସି’ ଭାଇରସ୍‌ ଦ୍ୱାରା ସଂକ୍ରମିତ ରକ୍ତ ମାଧ୍ୟମରେ ହିଁ ଏହି ସଂକ୍ରମଣର ପ୍ରସାର ସବୁଠାରୁ ସାଧାରଣ। ହେପାଟାଇଟିସ୍‌ ‘ସି’ ଭାଇରସ ଦ୍ୱାରା ସଂକ୍ରମିତ ରକ୍ତ ଏବଂ ରକ୍ତର ଉପାଦାନ ଗ୍ରହଣ କଲେ, ଭାଇରସ ସଂକ୍ରମିତ ସିରିଞ୍ଜ ଓ ଛୁଞ୍ଚତ୍ରେ ଇଞ୍ଜେକସନ ନେଲେ, ହେପାଟାଇଟିସ୍‌ ‘ସି ଭାଇରସ ସଂକ୍ରମିତ ମାଆଠାରୁ ଜନ୍ମ ନେଇଥିଲେ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ସହ ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ ହେପାଟାଇଟିସ୍‌ ‘ସି’ ରୋଗ ଭୋଗିବାର ଆଶଙ୍କା ଅଧିକ। ସଂକ୍ରମଣ ପରେ ପରେ ଅନ୍ତତଃ ୮୦ପ୍ରତିଶତ ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ସଂକ୍ରମଣର ପ୍ରାଥମିକ ଅବସ୍ଥାରେ ରୋଗ ସହଜରେ ଧରା ପଡି ନ ଥାଏ।
ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୭କୋଟି ଲୋକ ହେପାଟାଇଟିସ୍‌ ‘ସି’ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥାନ୍ତି। ଭାରତରେ ଦୀର୍ଘକାଳୀନ ଯକୃତ ରୋଗର ୨୦-୩୦ ଶତାଂଶ ରୋଗୀଙ୍କ କ୍ଷେତ୍ରରେ ହେପାଟାଇଟିସ୍‌ ‘ସି’ ଭାଇରସ୍‌ ସଂକ୍ରମଣ ହିଁ ରୋଗ ସୃଷ୍ଟିର କାରଣ। ଭାରତରେ ହେପାଟାଇଟିସ୍‌ ‘ସି’ଭାଇରସ ରୋଗୀଙ୍କ ସଂଖ୍ୟା ପାଖାପାଖି ୧.୫କୋଟି।
ହେପାଟାଇଟିସ୍‌ ‘ସି’ ରୋଗର ଚିକିତ୍ସା ପାଇଁ ମଧ୍ୟ ଉଦ୍ଭାବିତ ହୋଇପାରିଛି ଭାଇରସ ବିରୋଧୀ ଔଷଧ। ତେଣୁ ହେପାଟାଇଟିସ୍‌ ‘ସି’ ସଂକ୍ରମିତ ରୋଗୀଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ କରିପାରିବା ସମ୍ଭବ। ସୁତରାଂ ଭବିଷ୍ୟତରେ ହେପାଟାଇଟିସ୍‌ ‘ସି’ ଭାଇରସ ସଂକ୍ରମଣକୁ ପୃଥିବୀରୁ ସମ୍ପୂର୍ଣ୍ଣ ଲୋପ କରିଦେବା ଆଉ ଅସମ୍ଭବ ହେବ ନାହିଁ।

ଡା. ନିତ୍ୟାନନ୍ଦ ସ୍ବାଇଁ

-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ. ୧୧୩୧,ଅଭିନବ ବିଡାନାସୀ, କଟକ
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ରାଘବ ଚଢାଙ୍କୁ ବଡ଼ ଝଟକା ଝଟକା, ରାଜ୍ୟ ସଭା ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri