ଅକ୍ଟୋବରରେ ବିବାହ କରିବେ ନେହା!

ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କଡଙ୍କ ବିବାହକୁ ନେଇ ଏବେ ଚାଲିଛି ଚର୍ଚ୍ଚା । ପୂର୍ବ ପ୍ରେମିକଙ୍କଠାରୁ ଅଲଗା ହେବା ପରେ ଏବେ ନେହା ପଡିଛନ୍ତି ଗାୟକ ରୋହନପ୍ରୀତ ସିଂଙ୍କ ପ୍ରେମରେ । କିଛିଦିନ ତଳେ ନେହା ଏହାକୁ ନେଇ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କୁ ଜଣାଇବା ପର ଉଭୟଙ୍କ ରୋକା ସେରିମନିର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଏମାନେ କେବେ ବିବାହ କରିବେ ତାହ ସ୍ପଷ୍ଟ ହୋଇ ନ ଥିଲା । ଏବେ ଶୁଣିକାବୁ ମିଳିଛି ଦିଲ୍ଲୀରେ ଅକ୍ଟୋବର ୨୪ରେ କୁଆଡେ ନେହା ହାତକୁ ଦିହାତ ହେବେ । ଏ ନେଇ ଉଭୟଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ପଞ୍ଜାବର ବୋହୂ ହେବାକୁ ଯାଉଥିବା ନେହା ନିକଟରେ ରୋହନପ୍ରୀତଙ୍କ ସହ ଫଟୋ ଶେୟାର କରି ଲେଖିଥିଲେ, ୟୁ ଆର୍ ମାଇନ୍ । ଆଉ ଏହାପରେ ରୋହନପ୍ରୀତ ମଧ୍ୟ ଏକ ଫଟୋ ଶେୟାର କରି ଏହାର ଜବାବରେ ଲେଖିଥିଲେ, ମିଟ୍ ମାଇଁ ଜିନ୍ଦେଗି । ଏଥିରୁ ସ୍ପଷ୍ଟ ହୋଇଥିଲା କି ଉଭୟ ବିବାହ କରିବାକୁ ସ୍ଥିର କରି ସାରିଛନ୍ତି । ନେହା ନିକଟରେ ରୋହନପ୍ରୀତଙ୍କ ମାତାପିତାଙ୍କ ସହ ଏକ ଫଟୋରେ ମଧ୍ୟ ନଜର ଆସିଥିଲେ । ସୂଚନାଯୋଗ୍ୟ, ରୋହନପ୍ରୀତ ୨୦୦୭ରେ ଟେଲିଭିଜନ ରିୟଲିଟି ଶୋ’ ସାରେଗାମାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ଏହାସହ ସେ ରାଇଜିଂ ଷ୍ଟାର-୨ରେ ମଧ୍ୟ ଭାଗ ନେଇ ସାରିଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି କିଛିମାସ ତଳେ ରୋହନପ୍ରୀତ ପଟିଆଲାରେ ନେହାଙ୍କ ସହ ଗୀତ ‘ଡାଇମଣ୍ଡ ଦା ଛଲ୍ଲେ’ ର ଶୁଟିଂ ପରଠାରୁ ପରସ୍ପରର ନିକଟତର ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌

ନୂଆଦିଲ୍ଲୀ,୯।୨: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଦ୍ୱାରା ରବିବାର ଫାଷ୍ଟ ଲୁକ୍‌ର ପୋଷ୍ଟର...

କ୍ରିକେଟ ଖେଳିଲେ ଜାହ୍ନବୀ

ମୁମ୍ବାଇ: ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ ବଲିଉଡ୍‌ରେ ଏଣ୍ଟ୍ରି କରିସାରିଥିବା ବେଳେ ସେ ତାଙ୍କ...

ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ...

ପ୍ରେମିକାଙ୍କ ଫଟୋ ଶେୟାର କରି ଅର୍ଜୁନ କହିଲେ ‘ଆଉ ଅପେକ୍ଷା କରିପାରିବି ନାହିଁ’

ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ବର୍ଷ ହେବ ଉଭୟ ପରସ୍ପରକୁ ଡେଟ କରୁଛନ୍ତି। ଦୁହେଁ...

ସଙ୍ଗୀତ ନିଶାରେ ସସ୍ମିତା

କଣ୍ଠଶିଳ୍ପୀ ସସ୍ମିତା ମହାପାତ୍ର । ଭଜନ, ଆଲବମ୍‌ରେ କଣ୍ଠଦାନ କରିବା ପରେ ଏବେ ବଡ଼ ପରଦା ପାଇଁ ଗାଇବାକୁ ଯାଉଛନ୍ତି। ଅର୍ଥାତ୍‌ ଏବେ ୨-୩ଟି ନୂଆ...

କଞ୍ଚନାରେ କିନ୍ନର ଚରିତ୍ରରେ ନଜର ଆସିଥିବା ଏହି ଅଭିନେତା ଏକଦା ବାଣ୍ଟୁଥିଲେ ଖବରକାଗଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ ନଭେମ୍ବର ୯ରେ ଡିଜନି ହଟ୍‌ଷ୍ଟାରରେ ରିଲିଜ୍‌ ହେବ। ଏହି ଫିଲ୍ମରେ ପ୍ରଥମଥର...

୧୪ ବର୍ଷ ପରେ ଛୋଟପରଦାକୁ ଫେରୁଛି ଶକ୍ତିମାନ

ଛୋଟପରଦାରେ ଏକଦା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲା ‘ଶକ୍ତିମାନ’ ସିରିୟଲ୍‌। ବିଶେଷକରି ଏହା ପିଲାମାନଙ୍କର ବହୁ ପସନ୍ଦ ଆସିଥିଲା। ଏତେ ପସନ୍ଦ ଆସିଥିଲା ଯେ, ସେମାନେ...

ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଏମିତି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ନିଜର ୭୦ତମ ଜନ୍ମଦିନ ପାଳନ କରିଥିଲେ। ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ମଧ୍ୟରେ ଜଣାଇଥିଲେ।...

Advertisement
Archives

Model This Week