ତ୍ରିରଙ୍ଗାରେ ଝଲସୁଛି ଐତିହାସିକ ପୋତାଗଡ଼

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.): ସାରା ଦେଶରେ ପାଳିତ ହେଉଛି ୭୬ ତମ ସ୍ବାଧୀନତା ଦିବସ l ଏହି ସ୍ବତନ୍ତ୍ର ଅବସରରେ ପ୍ରଥମ ଥର ପାଇଁ ଐତିହାସିକ ପୋତାଗଡ଼ ତ୍ରିରଙ୍ଗାରେ ଝଲସୁଛି l ତହସିଲଦାର ଅରୁଣ କୁମାର ନାୟକଙ୍କ ନିଜସ୍ବ ଉଦ୍ୟମରେ ପୋତାଗଡ଼ ଚତୁର୍ପାର୍ଶ୍ୱରେ ତ୍ରିରଙ୍ଗା ସହ ପୋତାଗଡ଼ ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ଏକ ବିଶାଳକାୟ ଜାତୀୟ ପତାକା ଫରଫର ହୋଇ ଉଡୁଥିବା ଦେଖିବାକୁ ମିଳିଛି l ଏଥିସହ ପୋତାଗଡ଼ର ବିଭିନ୍ନ ପ୍ରାଚୀନ ପାଚେରୀ ଗୁଡିକରେ ରଙ୍ଗ ବେରଙ୍ଗର ଆଲୋକ ମାଳରେ ସୁସଜ୍ଜିତ ହୋଇ ରହିଛି l ଏଥିରେ ତହସିଲ କର୍ମଚାରୀ, ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ(ସିଲୁ), ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର ବାରିକ, ଅରୁଣ, ବାପୁନି, ମନୁ, ମୁନା, ବିଭୁତି ପ୍ରମୁଖ ସହଯୋଗ କରିଥିଲେ l