ମାଟିରେ ମିଶିବାକୁ ଯାଉଛି ବ୍ରିଟିଶ ଅମଳର ଐତିହାସିକ ପାରାଗୁଡି!

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଅନେକ ଐତିହାସିକ ସ୍ଥାନ ମଧ୍ୟରୁ ପାରାଗୁଡ଼ି ଅନ୍ୟତମ l ଏହା ଜୟଶ୍ରୀ ଛକଠାରୁ ଅନୀତି ଦୂର ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ l ବ୍ରିଟିଶ ଅମଳରୁ ଏହା ନିର୍ମାଣ ହୋଇଥିବା ସ୍ଥାନୀୟ ଅଞ୍ଚଳର ବୟସ୍କ ବ୍ୟକ୍ତିମାନେ କୁହନ୍ତି l ବହୁ ବର୍ଷ ପୂର୍ବେ ତଥା ରାଜା ମହାରାଜାଙ୍କ ସମୟରେ ଯୋଗାଯୋଗର ବିଶେଷ ସୁବିଧା ନ ଥିବା ହେତୁ ପାରା ସାହାର୍ଯ୍ୟରେ ଚିଠି ଦିଆ ନିଆ ହେଉଥିଲା l ସେଥିପାଇଁ ଏଠାରେ କେଉଁ ଆବାହନ କାଳରୁ ଏକ ଘର ନିର୍ମାଣ କରାଯାଇ ଥିଲା l ଉକ୍ତ ଘରଟି ପାରାମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିଲା। ବର୍ତ୍ତମାନ ରାସ୍ତା ପ୍ରଶସ୍ତିକରଣ ଯୋଗୁ ଉକ୍ତ ଐତିହାସିକ ପାରାଗୁଡ଼ି ମାଟିରେ ମିଶିବାକୁ ଯାଉଛି l ଉଭୟ ପଟ ରାସ୍ତା ଖୋଳି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି l ସେହିପରି ପୋତାଗଡ଼, କବର ସ୍ଥଳୀ ଗଞ୍ଜାମ ସହରର ଅନ୍ୟତମ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ରହିଛି l ଏ ସମ୍ପର୍କରେ ତହସିଲଦାର ଅବନୀ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରେ ଐତିହାସିକ ପର୍ଯ୍ୟଟନ ସ୍ଥଳୀର ପୁନରୁଦ୍ଧାର ସଙ୍ଗେ ସଙ୍ଗେ ଗଞ୍ଜାମ ସହରର ସୌନ୍ଦର୍ଯ୍ୟକରଣ ବି ଆବଶ୍ୟକ ରହିଛି l ଏଣୁ ଉକ୍ତ ସ୍ଥାନ ପରିଦର୍ଶନ ପରେ ପଦକ୍ଷେପ ନିଆ ଯିବ ବୋଲି ସେ କହିଛନ୍ତି l