ଭୁସ୍ଖଳନ ଆଶଙ୍କାରେ ପାହାଡ଼ ରାସ୍ତା ସିଲ୍‌

ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଗ୍ରାମରେ ପୁଣି ଭୂସ୍ଖଳନ ହେବା ଆଶଙ୍କା କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଁଠାରୁ ପାହାଡ଼ ରାସ୍ତାକୁ ସିଲ୍‌ କରିଦିଆଯାଇଛି। ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଏବେ ଲଘୁଚାପ ଜନିତ ବର୍ଷା ଚାଲିଛି। ତେବେ ଅଞ୍ଚଳରେ ସେମିତି କିଛି ବଡ଼ ଧରଣର ବର୍ଷା ହେଉ ନ ଥିବା ବେଳେ ପ୍ରତିଦିନ ଝିପି ଝିପି ବର୍ଷା ହେଉଛି। କିନ୍ତୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ବଡ଼ ବର୍ଷା ହେବା ଆଶଙ୍କା କରାଯାଇଛ। ଫଳରେ କୁମ୍ଭାରିପଦର ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଏହିକ୍ରମରେ ବୁଧବାର ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ପ୍ରମୁଖ କୁମ୍ଭାରିପଦର ଗ୍ରାମରେ ପହଞ୍ଚି ଆଲୋଚନା କରିବା ସହ ପୂର୍ବରୁ ବାରମ୍ବାର ଭୂସ୍ଖଳନ ହୋଇଥିବା ପାହାଡ଼ ଉପରକୁ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରାଯାଇଥିଲା ଲୋକଙ୍କ ସେଠାରେ ଚାଷଜମି ରହିଥିବା ବେଳେ ଯେଉଁ ସବୁ ଅଞ୍ଚଳରେ ଲୋକଙ୍କ ଜୀବନଜୀବିକା ରହିଛି। ସେହି ଅଞ୍ଚଳରେ ବାରମ୍ବାର ଭୂସ୍ଖଳନ ହୋଇଆସୁଛି। ଗତ ବର୍ଷ ଟେକ୍ନିକାଲ ଟିମ୍‌ ଆସି ଉକ୍ତ ସ୍ଥାନରୁ ମାଟି ବାଲି, ପଥର ପରୀକ୍ଷା କରିବା ପରେ ସେହି ସ୍ଥାନ ଲୋକଙ୍କ ପାଇଁ ବିପଦ ରହିଥିବା ଓ ପାହାଡ଼ ତଳେ ଜଳସ୍ତର ପ୍ରଭାହିତ ହେଉଥିବା ପ୍ରକାଶ କରିବା ପରେ ସେହିସ୍ଥାନକୁ ଯିବାକୁ ଲୋକଙ୍କୁ ବାରଣ କରାଯାଉଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁମ୍ଭାରିପଦର ଗ୍ରାମବାସୀଙ୍କୁ ସେଠାରୁ ଅନ୍ୟତ୍ର ଥଇଥାନ ପାଇଁ ଜମି ଚି଼ହ୍ନଟ କରାଯାଇ ସ୍ବତନ୍ତ୍ର ନୂତନ ଗୃହ ନିର୍ମାଣର ବ୍ୟବସ୍ଥା କରାଯାଉଛି। ତେବେ କିଛି ପରିବାର ସରକାରଙ୍କ ଏହି ଘୋଷିଣାକୁ ସ୍ବାଗତ କରିବା ସହ ଆଉ କିଛି ଅନିଚ୍ଛା ପ୍ରକାଶ କରି ଗୃହ ନିର୍ମାଣକୁ ଅନ୍ୟ କିଛି ସର୍ତ୍ତ ରଖି ଥିବାରୁ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏନେଇ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ପ୍ରମୁଖ ଲୋକଙ୍କୁ ବୁଝାଶୁଝା କରିଥିଲେ ସୁଦ୍ଧା ସଫଳ ମିଳି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri