Posted inଖେଳ

ଭାରତ-ପାକିସ୍ତାନ ଖେଳାଳିଙ୍କ ପାରିଶ୍ରମିକ ମଧ୍ୟରେ ଆକାଶ-ପାତାଳ ଫରକ: ଜାଣନ୍ତୁ ଗୋଟିଏ ମ୍ୟାଚ୍‌ ପାଇଁ ଏତିକି ମିଳେ ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଟି -୨୦ ବିଶ୍ୱକପ୍‌ର ସବୁଠୁ ବଡ ମ୍ୟାଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଅକ୍ଟୋବର ୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ମ୍ୟାଚ୍‌ ହେବ। ପ୍ରାୟ ୨୮ ମାସ ପରେ ଉଭୟ ଦଳ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ଦୁଇ ଦଳ ୨୦୧୯ ବିଶ୍ୱକପ୍‌ରେ ଭେଟିଥିଲେ। ଏହି ମ୍ୟାଚ ଉପରେ ସମଗ୍ର ବିଶ୍ୱର ଆଖି ସ୍ଥିର ହେବ। ଆଇସିସି ମଧ୍ୟ ଏହି ମ୍ୟାଚରୁ ପ୍ରବଳ ରୋଜଗାର କରିଥାଏ। ପ୍ରାୟୋଜକ ଠାରୁ ଆରମ୍ଭ କରି ଟିଭି ବିଜ୍ଞାପନ ପର୍ଯ୍ୟନ୍ତ, ମୂଲ୍ୟ ଶହେ ଗୁଣରୁ ଅଧିକ ବୃଦ୍ଧି ପାଇଥାଏ। ତେଣୁ ଏହି ବଡ ମଞ୍ଚରେ ଭଲ ପ୍ରଦର୍ଶନ କରିବାକୁ ଖେଳାଳିଙ୍କ ଉପରେ ଚାପ ରହିଛି। କିନ୍ତୁ ଆପଣ ଜାଣନ୍ତି କି ମ୍ୟାଚ ଖେଳିବା ପାଇଁ ଭାରତ ଏବଂ ପାକିସ୍ତାନର ଖେଳାଳିମାନେ କେତେ ଟଙ୍କା ପାଆନ୍ତି।
ପାକିସ୍ତାନ କ୍ରିକେଟ ବୋର୍ଡ ବର୍ତ୍ତମାନ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ପ୍ରାୟ ୧୨ ବର୍ଷ ପରେ, ନିଜ ମାଟିରେ ଏକ ବଡ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଆଶା ବଢିଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣକୁ ଭୟ କରି ନ୍ୟୁଜିଲାଣ୍ଡ ପାକିସ୍ତାନର ଆଶାକୁ ଧୂଳିସାତ୍‌ କରିଦେଇଛି।
ଦୀର୍ଘ ସମୟ ଅପେକ୍ଷା ପରେ ଚଳିତ ବର୍ଷ ଜୁଲାଇରେ ପାକିସ୍ତାନୀ ଖେଳାଳିଙ୍କ ଦରମା ସାମାନ୍ୟ ବୃଦ୍ଧି କରାଯାଇଥିଲା। ଭାରତ ଭଳି ଖେଳାଳିଙ୍କୁ ମଧ୍ୟ ପାକିସ୍ତାନରେ କେନ୍ଦ୍ରୀୟ ଚୁକ୍ତିନାମା ଦିଆଯାଇଛି। ଏଠାରେ ଏ ଗ୍ରେଡରେ ଆସୁଥିବା ଖେଳାଳିମାନଙ୍କୁ ପ୍ରତିବର୍ଷ ଏକ କୋଟି ୨୦ ଲକ୍ଷ ଟଙ୍କା ଦିଆଯାଏ। ଅର୍ଥାତ୍‌ ସେମାନେ ଭାରତୀୟ ମୁଦ୍ରାରେ ପ୍ରାୟ ୫୨ ଲକ୍ଷ ଟଙ୍କା ପାଇଥାନ୍ତି। ଭାରତରେ, ଏ ଗ୍ରେଡ ଖେଳାଳିଙ୍କୁ ପ୍ରତିବର୍ଷ ୭ କୋଟି ଟଙ୍କା ଦିଆଯାଏ।
ପାକିସ୍ତାନରେ ବିଭିନ୍ନ ଗ୍ରେଡ ଅନୁଯାୟୀ ଖେଳାଳିଙ୍କୁ ମ୍ୟାଚ ଫି ଦିଆଯାଏ। ଏକ ଟେଷ୍ଟ ମ୍ୟାଚ ପାଇଁ ଖେଳାଳିଙ୍କୁ ୩.୫ ଲକ୍ଷ, ଦିନିକିଆରେ ୨.୨ ଲକ୍ଷ ଟଙ୍କା ଏବଂ ଟି -୨୦ ଖେଳିବା ପାଇଁ ମାତ୍ର ୧ ଲକ୍ଷ ୬୦ ହଜାର ଟଙ୍କା ଦିଆଯାଏ । ଯଦି କେହି ‘ସି’ ଗ୍ରେଡ ରେ ଅଛନ୍ତି ତେବେ ସେ ଆହୁରି କମ ଟଙ୍କା ପାଇବେ । ଯଦି ହିସାବ ନିଆଯାଏ, ତେବେ ଯେଉଁମାନେ ଭାରତରେ ଘରୋଇ କ୍ରିକେଟ ଖେଳନ୍ତି ସେମାନେ ମଧ୍ୟ ଏହାଠାରୁ ଅଧିକ ଟଙ୍କା ପାଆନ୍ତି।
ଭାରତୀୟ ଖେଳାଳିଙ୍କ ମ୍ୟାଚ ଫି ବିଷୟରେ କହିବାକୁ ଗଲେ ବିଭିନ୍ନ ଗ୍ରେଡ ଅନୁଯାୟୀ ଖେଳାଳିମାନଙ୍କର ଏକ ଗ୍ରେଡ୍‌ ଅଛି। ଏଠାରେ ଏ ଗ୍ରେଡ ଖେଳାଳିଙ୍କୁ ପ୍ରତିବର୍ଷ ୭ କୋଟି ଟଙ୍କା ଦିଆଯାଏ। ବି ଗ୍ରେଡ ପାଇଁ ୫ କୋଟି ଏବଂ ସି ଗ୍ରେଡ ପାଇଁ ୩ କୋଟି ଟଙ୍କା ମିଳେ। ପାକିସ୍ତାନୀ ଖେଳାଳିମାନେ ଏବେ ମଧ୍ୟ ଏକ କୋଟିରୁ କମ୍‌ ପାଉଛନ୍ତି। ମ୍ୟାଚ ଫି’ ଭାବରେ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଖେଳାଳୀଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଦିନିକିଆରେ ୬ ଲକ୍ଷ ଏବଂ ଟି-୨୦ରେ ୩ ଲକ୍ଷ । ଏହା ବ୍ୟତୀତ ଟିମ ଇଣ୍ଡିଆର ଖେଳାଳିମାନେ ମଧ୍ୟ ବୋନସ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?