Posted inଖେଳ

ଭାରତ-ପାକିସ୍ତାନ ଖେଳାଳିଙ୍କ ପାରିଶ୍ରମିକ ମଧ୍ୟରେ ଆକାଶ-ପାତାଳ ଫରକ: ଜାଣନ୍ତୁ ଗୋଟିଏ ମ୍ୟାଚ୍‌ ପାଇଁ ଏତିକି ମିଳେ ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଟି -୨୦ ବିଶ୍ୱକପ୍‌ର ସବୁଠୁ ବଡ ମ୍ୟାଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଅକ୍ଟୋବର ୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ମ୍ୟାଚ୍‌ ହେବ। ପ୍ରାୟ ୨୮ ମାସ ପରେ ଉଭୟ ଦଳ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ଦୁଇ ଦଳ ୨୦୧୯ ବିଶ୍ୱକପ୍‌ରେ ଭେଟିଥିଲେ। ଏହି ମ୍ୟାଚ ଉପରେ ସମଗ୍ର ବିଶ୍ୱର ଆଖି ସ୍ଥିର ହେବ। ଆଇସିସି ମଧ୍ୟ ଏହି ମ୍ୟାଚରୁ ପ୍ରବଳ ରୋଜଗାର କରିଥାଏ। ପ୍ରାୟୋଜକ ଠାରୁ ଆରମ୍ଭ କରି ଟିଭି ବିଜ୍ଞାପନ ପର୍ଯ୍ୟନ୍ତ, ମୂଲ୍ୟ ଶହେ ଗୁଣରୁ ଅଧିକ ବୃଦ୍ଧି ପାଇଥାଏ। ତେଣୁ ଏହି ବଡ ମଞ୍ଚରେ ଭଲ ପ୍ରଦର୍ଶନ କରିବାକୁ ଖେଳାଳିଙ୍କ ଉପରେ ଚାପ ରହିଛି। କିନ୍ତୁ ଆପଣ ଜାଣନ୍ତି କି ମ୍ୟାଚ ଖେଳିବା ପାଇଁ ଭାରତ ଏବଂ ପାକିସ୍ତାନର ଖେଳାଳିମାନେ କେତେ ଟଙ୍କା ପାଆନ୍ତି।
ପାକିସ୍ତାନ କ୍ରିକେଟ ବୋର୍ଡ ବର୍ତ୍ତମାନ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ପ୍ରାୟ ୧୨ ବର୍ଷ ପରେ, ନିଜ ମାଟିରେ ଏକ ବଡ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଆଶା ବଢିଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣକୁ ଭୟ କରି ନ୍ୟୁଜିଲାଣ୍ଡ ପାକିସ୍ତାନର ଆଶାକୁ ଧୂଳିସାତ୍‌ କରିଦେଇଛି।
ଦୀର୍ଘ ସମୟ ଅପେକ୍ଷା ପରେ ଚଳିତ ବର୍ଷ ଜୁଲାଇରେ ପାକିସ୍ତାନୀ ଖେଳାଳିଙ୍କ ଦରମା ସାମାନ୍ୟ ବୃଦ୍ଧି କରାଯାଇଥିଲା। ଭାରତ ଭଳି ଖେଳାଳିଙ୍କୁ ମଧ୍ୟ ପାକିସ୍ତାନରେ କେନ୍ଦ୍ରୀୟ ଚୁକ୍ତିନାମା ଦିଆଯାଇଛି। ଏଠାରେ ଏ ଗ୍ରେଡରେ ଆସୁଥିବା ଖେଳାଳିମାନଙ୍କୁ ପ୍ରତିବର୍ଷ ଏକ କୋଟି ୨୦ ଲକ୍ଷ ଟଙ୍କା ଦିଆଯାଏ। ଅର୍ଥାତ୍‌ ସେମାନେ ଭାରତୀୟ ମୁଦ୍ରାରେ ପ୍ରାୟ ୫୨ ଲକ୍ଷ ଟଙ୍କା ପାଇଥାନ୍ତି। ଭାରତରେ, ଏ ଗ୍ରେଡ ଖେଳାଳିଙ୍କୁ ପ୍ରତିବର୍ଷ ୭ କୋଟି ଟଙ୍କା ଦିଆଯାଏ।
ପାକିସ୍ତାନରେ ବିଭିନ୍ନ ଗ୍ରେଡ ଅନୁଯାୟୀ ଖେଳାଳିଙ୍କୁ ମ୍ୟାଚ ଫି ଦିଆଯାଏ। ଏକ ଟେଷ୍ଟ ମ୍ୟାଚ ପାଇଁ ଖେଳାଳିଙ୍କୁ ୩.୫ ଲକ୍ଷ, ଦିନିକିଆରେ ୨.୨ ଲକ୍ଷ ଟଙ୍କା ଏବଂ ଟି -୨୦ ଖେଳିବା ପାଇଁ ମାତ୍ର ୧ ଲକ୍ଷ ୬୦ ହଜାର ଟଙ୍କା ଦିଆଯାଏ । ଯଦି କେହି ‘ସି’ ଗ୍ରେଡ ରେ ଅଛନ୍ତି ତେବେ ସେ ଆହୁରି କମ ଟଙ୍କା ପାଇବେ । ଯଦି ହିସାବ ନିଆଯାଏ, ତେବେ ଯେଉଁମାନେ ଭାରତରେ ଘରୋଇ କ୍ରିକେଟ ଖେଳନ୍ତି ସେମାନେ ମଧ୍ୟ ଏହାଠାରୁ ଅଧିକ ଟଙ୍କା ପାଆନ୍ତି।
ଭାରତୀୟ ଖେଳାଳିଙ୍କ ମ୍ୟାଚ ଫି ବିଷୟରେ କହିବାକୁ ଗଲେ ବିଭିନ୍ନ ଗ୍ରେଡ ଅନୁଯାୟୀ ଖେଳାଳିମାନଙ୍କର ଏକ ଗ୍ରେଡ୍‌ ଅଛି। ଏଠାରେ ଏ ଗ୍ରେଡ ଖେଳାଳିଙ୍କୁ ପ୍ରତିବର୍ଷ ୭ କୋଟି ଟଙ୍କା ଦିଆଯାଏ। ବି ଗ୍ରେଡ ପାଇଁ ୫ କୋଟି ଏବଂ ସି ଗ୍ରେଡ ପାଇଁ ୩ କୋଟି ଟଙ୍କା ମିଳେ। ପାକିସ୍ତାନୀ ଖେଳାଳିମାନେ ଏବେ ମଧ୍ୟ ଏକ କୋଟିରୁ କମ୍‌ ପାଉଛନ୍ତି। ମ୍ୟାଚ ଫି’ ଭାବରେ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଖେଳାଳୀଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଦିନିକିଆରେ ୬ ଲକ୍ଷ ଏବଂ ଟି-୨୦ରେ ୩ ଲକ୍ଷ । ଏହା ବ୍ୟତୀତ ଟିମ ଇଣ୍ଡିଆର ଖେଳାଳିମାନେ ମଧ୍ୟ ବୋନସ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri