କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ପୁଣି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ

କଟକ,୨୪ା୧ (କାର୍ତ୍ତିକ ସାହୁ) ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଆଗତ ମାମଲାରେ ହାଇକୋର୍ଟ ପୁଣି ସତ୍ୟପାଠ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ ଚୟନ ଓ ନିଯୁକ୍ତି ଉପରେ ପୂର୍ବର ଅନ୍ତରୀଣ ଅଙ୍କୁଶ ଜାରି ରହିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରିଛନ୍ତି।

ଗତ ୧୯ ତାରିଖ ଶୁଣାଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାରଙ୍କୁ ଆବେଦନ ଉପରେ ଜବାବ ରଖିବାକୁ କହିଥିଲେ। ସେହି ଅନୁସାରେ ରାଜ୍ୟ ସରକାର ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଜିଲା ଅନୁଯାୟୀ ମେଧା ତାଲିକା ପ୍ରକାଶ କରାଯାଇଥିବା ସରକାର ସତ୍ୟପାଠରେ ଦର୍ଶାଇଛନ୍ତି। ହେଲେ ପୂର୍ବରୁ ପ୍ରକାଶିତ ମେଧା ତାଲିକା ପ୍ରତ୍ୟାହାର ହୋଇଛି କି ନାହିଁ ସେନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜାନୁୟାରି ୩୦ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ନିମନ୍ତେ ଧାର୍ଯ୍ୟ ହୋଇଛି।

ମାମଲାର ବିବରଣୀ ଅନୁଯାୟୀ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍‌ ଆବେଦନ ପାଇଁ ଗତ ସେପ୍ଟେମ୍ବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ଆବେଦନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୦ ତାରିଖ ଦର୍ଶାଯାଇଥିଲା। ଆବେଦନ ପ୍ରକ୍ରିୟା ଶେଷ ପରେ ଚଳିତ ଜାନୁୟାରୀ ୧୫ ତାରିଖରେ ଓସେପା ପକ୍ଷରୁ ଡ୍ରାଫ୍ଟ ମେରିଟ ଲିଷ୍ଟ ପ୍ରକାଶିତ ହୋଇଥିଲା। ଏହି ମେଧା ତାଲିକାରେ ପ୍ରକାଶିତ ଆବେଦନକାରୀଙ୍କ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ ବୋଲି ଓସେପା ପକ୍ଷରୁ ୧୭ ତାରିଖ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଯାଞ୍ଚ କାର୍ଯ୍ୟକ୍ରମ ପାଇଁ ପ୍ରତି ଜିଲାରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ସମ୍ପର୍କରେ ମଧ୍ୟ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା। ହେଲେ ଏହି ମେଧା ତାଲିକା ନିୟମ ଉଲ୍ଲଂଘନ କରି ପ୍ରସ୍ତୁତ କରାଯାଇଥିବା ଓ ଗଣଶିକ୍ଷା ବିଭାଗର ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଥିବା ସର୍ତ୍ତାବଳୀକୁ ପାଳନ କରାଯାଇନଥିବା ନେଇ ଅଭିଯୋଗ ହୋଇଥିଲା। ଏହାଦ୍ୱାରା ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି। ଫଳରେ ଉକ୍ତ ମେଧା ତାଲିକାକୁ ରଦ୍ଦ କରିବା ନେଇ ଜେ. ଆର. ମହାରଣା ଓ ଅନ୍ୟମାନେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଗତ ୧୯ ତାରିଖରେ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ସାର୍ଟିଫିକେଟ ଓ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ, ମାତ୍ର ଚୟନ ଓ ନିଯୁକ୍ତି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଏହି ଦେଶ: ନିଜେ କଲେ ଖୁଲାସା, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri