ମହାନାୟକ ବିଜୁବାବୁ

ବିଜୁଦା, ବିଜୁ ପଟ୍ଟନାୟକ ଓ ବିଜୁବାବୁ ଏହିପରି କିଛି ନାମରେ ପରିଚିତ ଥିଲେ ଅନେକ କିମ୍ବଦନ୍ତୀ କାହାଣୀର ସ୍ରଷ୍ଟା, ମହାନାୟକ, ପ୍ରଖ୍ୟାତ ସ୍ବାଭିମାନୀ ରାଜନେତା ବିଜୁବାବୁ। ସେ ଥିଲେ ଏପରି ଜଣେ ଚରିତ୍ର, ଯିଏ କି ଭୂମିରୁ ଭୂମା ପର୍ଯ୍ୟନ୍ତ ଥିଲା ତାଙ୍କ ବ୍ୟକ୍ତିତ୍ୱ। କେବଳ ଓଡ଼ିଶାର ଘରେ ଘରେ ନୁହେଁ ବା ଭାରତର ରାଜନୀତି କ୍ଷେତ୍ରରେ ନୁହେଁ ବିଶ୍ୱ ଇତିହାସରେ ବିଜୁବାବୁ ଜଣେ ଏପରି ନାମ ଯାହାଙ୍କ ଉପରେ ଏବେ ବି ଚର୍ଚ୍ଚା, ଆଲୋଚନା, ବିଶ୍ଳେଷଣ ଓ ଗବେଷଣା ଚାଲୁରହିଛି। ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ମହାନ୍‌ ନେତାଙ୍କ ମଧ୍ୟରେ ସେ ଅନ୍ୟତମ। ଶୈଶବରୁ ସେ ଥିଲେ ଦୁଃସାହସୀ। ତାଙ୍କର ଦୁଃସାହସ ସମ୍ପର୍କିତ କେତୋଟି ଘଟଣା ସଂକ୍ଷେପରେ ଜାଣିବା ଉଚିତ। ଥରେ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ପ୍ରବଳ ବନ୍ୟା ଆସିଲା। ବନ୍ୟା ଆସିଲେ ଉତ୍କଳମଣି ଗୋପବନ୍ଧୁ ବିପନ୍ନଙ୍କୁ ସହାୟତା ଯୋଗାଇବା ପାଇଁ ଡଙ୍ଗାରେ ଚୁଡ଼ା, ଚାଉଳ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ବାହାରିପଡ଼ନ୍ତି। ଥରେ ସେ ବରୀ ଅଞ୍ଚଳକୁ ବାହାରିଲେ। ସାଙ୍ଗରେ ଥିଲେ ବାରବର୍ଷ ବୟସ୍କ ବିଜୁଙ୍କ ସହ ଆଉ କିଛି ଛାତ୍ର। ଉଛୁଳା ନଦୀ, ମଝିରେ ମଝିରେ ଜୋରରେ ପବନ ବୋହୁଥାଏ। ଖରାରୁ ରକ୍ଷା ପାଇବା ପାଇଁ ଗୋପବନ୍ଧୁ ଛତା ଧରି ବସିଥାନ୍ତି ଡଙ୍ଗାର ମଙ୍ଗରେ। ହଠାତ୍‌ ପବନ ମାଡ଼ରେ ତାଙ୍କ ହାତରୁ ଛତାଟି ଖସିଯାଇ ପଡ଼ିଲା ପାଣିରେ ଏବଂ ଭାସି ଚାଲିଲା ସୁଅରେ। ତାହା ଦେଖି, କେହି କିଛି ବୁଝିବା ପୂର୍ବରୁ ଭରା ନଦୀ ଗର୍ଭକୁ ଲମ୍ଫ ଦେଇଥିଲେ ବିଜୁ। କିଛି ସମୟ ପରେ ଛତା ଧରି ଫେରିଥିଲେ ଡଙ୍ଗାକୁ। ତାଙ୍କ ଦୁଃସାହସ ଦେଖି ସେଦିନ ଚମତ୍କୃତ ହୋଇଥିଲେ ଗୋପବନ୍ଧୁ ଏବଂ ଦିନେ ଓଡ଼ିଆ ଜାତିର ଟେକ ରଖିବୁ କହି ଆଶୀର୍ବାଦ କରିଥିଲେ। ୧୯୨୬ ମସିହା କଥା। ମହାତ୍ମା ଗାନ୍ଧୀ କଟକ ଆସିଥାଆନ୍ତି। ବାଳକ ବିଜୁଙ୍କ ଇଚ୍ଛା ଗାନ୍ଧିଜୀଙ୍କୁ ଭେଟିବେ। ହେଲେ ପୋଲିସ ଛାଡ଼ୁ ନ ଥାଏ। ଡେଙ୍ଗା,ପତଳା ବିଜୁ ଭିଡ଼ ଠେଲି ମାଡ଼ିଚାଲିଲେ ଆଗକୁ ଗୋରା ପୋଲିସଙ୍କ ଲାଠିକୁ ଖାତିର ନ କରି। ଉପସ୍ଥିତ ପୋଲିସ ରାଗିଯାଇ ଲାଠିରେ ତାଙ୍କ ମୁଣ୍ଡକୁ ପାହାରେ ପକାଇଲେ। ମୁଣ୍ଡରୁ ବୋହିଗଲା ଝର ଝର ଲହୁ। ହେଲେ ଭୟ ନ କରି ଗାନ୍ଧିଜୀଙ୍କ ପାଖରେ ପହଞ୍ଚିଗଲେ ବିଜୁ। ଗାନ୍ଧୀ ମହାତ୍ମା ପୋଲିସକୁ ଭର୍ତ୍ସନା କରିବା ସହ ବିଜୁଙ୍କ ମୁଣ୍ଡରୁ ରକ୍ତ ପୋଛି ଆଶୀର୍ବାଦ ଦେଇଥିଲେ।
ପ୍ରଥମ ମହାଯୁଦ୍ଧ ପରବର୍ତ୍ତୀ ସମୟର ଘଟଣା। ବାଲିଯାତ୍ରା ପଡ଼ିଆରେ ପ୍ରଥମଥର ପାଇଁ ବିମାନଟିଏ ଅବତରଣ କରିଥାଏ। ବିମାନ ଦେଖିବା ଲାଗି ନାହିଁ ନ ଥିବା ଭିଡ। ବିଜୁଙ୍କ ଇଚ୍ଛା ପାଖରୁ ଦେଖିବେ। ପୋଲିସକୁ ନ ମାନି, ବାଡ଼ ଭାଙ୍ଗି ବିମାନ ନିକଟରେ ପହଞ୍ଚିପାରିଥିଲେ। ପରିଣାମସ୍ବରୂପ ପିଠିରେ ପଡ଼ିଥିଲା ଲାଠି ପାହାର। ସେହିଦିନ ପ୍ରତିଜ୍ଞା କରିଥିଲେ ବୈମାନିକ ହେବେ, ହୋଇଥିଲେ ମଧ୍ୟ। ଏମିତି ସେମିତି ବୈମାନିକ ନୁହେଁ ବହୁତ କିଛି କରିବାର ସାମର୍ଥ୍ୟ ରଖିଥିବା ବୈମାନିକ। ପଣ୍ଡିତ ନେହେରୁଙ୍କ ନିର୍ଦ୍ଦେଶରେ ସେ ଇଣ୍ଡୋନେସିଆରୁ ସେଠାକାର ପ୍ରଧାନମନ୍ତ୍ରୀ ସହରିର୍‌ଙ୍କୁ ଡଚ୍‌ ବାହିନୀ କବଳରୁ ଖସାଇ ବିମାନରେ ନେଇ ଆସିଥିଲେ ନୂଆଦିଲ୍ଲୀ। ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ସେଠାକାର ସର୍ବୋଚ୍ଚ ଉପାଧି ଭୂମିପୁତ୍ରରେ ସମ୍ମାନିତ କରାଯାଇଥିଲା।
– ସୁମନ୍ତ କୁମାର ଭୂୟଁା
ସାଇ ଭବନ, ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର,
ଦୂରଭାଷ : ୯୯୩୭୪୭ ୦୯୮୦


Enter your email to get our daily news in your inbox.

All Right Reserved By Dharitri.Com

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri