ମହାନାୟକ ବିଜୁବାବୁ

ବିଜୁଦା, ବିଜୁ ପଟ୍ଟନାୟକ ଓ ବିଜୁବାବୁ ଏହିପରି କିଛି ନାମରେ ପରିଚିତ ଥିଲେ ଅନେକ କିମ୍ବଦନ୍ତୀ କାହାଣୀର ସ୍ରଷ୍ଟା, ମହାନାୟକ, ପ୍ରଖ୍ୟାତ ସ୍ବାଭିମାନୀ ରାଜନେତା ବିଜୁବାବୁ। ସେ ଥିଲେ ଏପରି ଜଣେ ଚରିତ୍ର, ଯିଏ କି ଭୂମିରୁ ଭୂମା ପର୍ଯ୍ୟନ୍ତ ଥିଲା ତାଙ୍କ ବ୍ୟକ୍ତିତ୍ୱ। କେବଳ ଓଡ଼ିଶାର ଘରେ ଘରେ ନୁହେଁ ବା ଭାରତର ରାଜନୀତି କ୍ଷେତ୍ରରେ ନୁହେଁ ବିଶ୍ୱ ଇତିହାସରେ ବିଜୁବାବୁ ଜଣେ ଏପରି ନାମ ଯାହାଙ୍କ ଉପରେ ଏବେ ବି ଚର୍ଚ୍ଚା, ଆଲୋଚନା, ବିଶ୍ଳେଷଣ ଓ ଗବେଷଣା ଚାଲୁରହିଛି। ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ମହାନ୍‌ ନେତାଙ୍କ ମଧ୍ୟରେ ସେ ଅନ୍ୟତମ। ଶୈଶବରୁ ସେ ଥିଲେ ଦୁଃସାହସୀ। ତାଙ୍କର ଦୁଃସାହସ ସମ୍ପର୍କିତ କେତୋଟି ଘଟଣା ସଂକ୍ଷେପରେ ଜାଣିବା ଉଚିତ। ଥରେ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ପ୍ରବଳ ବନ୍ୟା ଆସିଲା। ବନ୍ୟା ଆସିଲେ ଉତ୍କଳମଣି ଗୋପବନ୍ଧୁ ବିପନ୍ନଙ୍କୁ ସହାୟତା ଯୋଗାଇବା ପାଇଁ ଡଙ୍ଗାରେ ଚୁଡ଼ା, ଚାଉଳ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ବାହାରିପଡ଼ନ୍ତି। ଥରେ ସେ ବରୀ ଅଞ୍ଚଳକୁ ବାହାରିଲେ। ସାଙ୍ଗରେ ଥିଲେ ବାରବର୍ଷ ବୟସ୍କ ବିଜୁଙ୍କ ସହ ଆଉ କିଛି ଛାତ୍ର। ଉଛୁଳା ନଦୀ, ମଝିରେ ମଝିରେ ଜୋରରେ ପବନ ବୋହୁଥାଏ। ଖରାରୁ ରକ୍ଷା ପାଇବା ପାଇଁ ଗୋପବନ୍ଧୁ ଛତା ଧରି ବସିଥାନ୍ତି ଡଙ୍ଗାର ମଙ୍ଗରେ। ହଠାତ୍‌ ପବନ ମାଡ଼ରେ ତାଙ୍କ ହାତରୁ ଛତାଟି ଖସିଯାଇ ପଡ଼ିଲା ପାଣିରେ ଏବଂ ଭାସି ଚାଲିଲା ସୁଅରେ। ତାହା ଦେଖି, କେହି କିଛି ବୁଝିବା ପୂର୍ବରୁ ଭରା ନଦୀ ଗର୍ଭକୁ ଲମ୍ଫ ଦେଇଥିଲେ ବିଜୁ। କିଛି ସମୟ ପରେ ଛତା ଧରି ଫେରିଥିଲେ ଡଙ୍ଗାକୁ। ତାଙ୍କ ଦୁଃସାହସ ଦେଖି ସେଦିନ ଚମତ୍କୃତ ହୋଇଥିଲେ ଗୋପବନ୍ଧୁ ଏବଂ ଦିନେ ଓଡ଼ିଆ ଜାତିର ଟେକ ରଖିବୁ କହି ଆଶୀର୍ବାଦ କରିଥିଲେ। ୧୯୨୬ ମସିହା କଥା। ମହାତ୍ମା ଗାନ୍ଧୀ କଟକ ଆସିଥାଆନ୍ତି। ବାଳକ ବିଜୁଙ୍କ ଇଚ୍ଛା ଗାନ୍ଧିଜୀଙ୍କୁ ଭେଟିବେ। ହେଲେ ପୋଲିସ ଛାଡ଼ୁ ନ ଥାଏ। ଡେଙ୍ଗା,ପତଳା ବିଜୁ ଭିଡ଼ ଠେଲି ମାଡ଼ିଚାଲିଲେ ଆଗକୁ ଗୋରା ପୋଲିସଙ୍କ ଲାଠିକୁ ଖାତିର ନ କରି। ଉପସ୍ଥିତ ପୋଲିସ ରାଗିଯାଇ ଲାଠିରେ ତାଙ୍କ ମୁଣ୍ଡକୁ ପାହାରେ ପକାଇଲେ। ମୁଣ୍ଡରୁ ବୋହିଗଲା ଝର ଝର ଲହୁ। ହେଲେ ଭୟ ନ କରି ଗାନ୍ଧିଜୀଙ୍କ ପାଖରେ ପହଞ୍ଚିଗଲେ ବିଜୁ। ଗାନ୍ଧୀ ମହାତ୍ମା ପୋଲିସକୁ ଭର୍ତ୍ସନା କରିବା ସହ ବିଜୁଙ୍କ ମୁଣ୍ଡରୁ ରକ୍ତ ପୋଛି ଆଶୀର୍ବାଦ ଦେଇଥିଲେ।
ପ୍ରଥମ ମହାଯୁଦ୍ଧ ପରବର୍ତ୍ତୀ ସମୟର ଘଟଣା। ବାଲିଯାତ୍ରା ପଡ଼ିଆରେ ପ୍ରଥମଥର ପାଇଁ ବିମାନଟିଏ ଅବତରଣ କରିଥାଏ। ବିମାନ ଦେଖିବା ଲାଗି ନାହିଁ ନ ଥିବା ଭିଡ। ବିଜୁଙ୍କ ଇଚ୍ଛା ପାଖରୁ ଦେଖିବେ। ପୋଲିସକୁ ନ ମାନି, ବାଡ଼ ଭାଙ୍ଗି ବିମାନ ନିକଟରେ ପହଞ୍ଚିପାରିଥିଲେ। ପରିଣାମସ୍ବରୂପ ପିଠିରେ ପଡ଼ିଥିଲା ଲାଠି ପାହାର। ସେହିଦିନ ପ୍ରତିଜ୍ଞା କରିଥିଲେ ବୈମାନିକ ହେବେ, ହୋଇଥିଲେ ମଧ୍ୟ। ଏମିତି ସେମିତି ବୈମାନିକ ନୁହେଁ ବହୁତ କିଛି କରିବାର ସାମର୍ଥ୍ୟ ରଖିଥିବା ବୈମାନିକ। ପଣ୍ଡିତ ନେହେରୁଙ୍କ ନିର୍ଦ୍ଦେଶରେ ସେ ଇଣ୍ଡୋନେସିଆରୁ ସେଠାକାର ପ୍ରଧାନମନ୍ତ୍ରୀ ସହରିର୍‌ଙ୍କୁ ଡଚ୍‌ ବାହିନୀ କବଳରୁ ଖସାଇ ବିମାନରେ ନେଇ ଆସିଥିଲେ ନୂଆଦିଲ୍ଲୀ। ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ସେଠାକାର ସର୍ବୋଚ୍ଚ ଉପାଧି ଭୂମିପୁତ୍ରରେ ସମ୍ମାନିତ କରାଯାଇଥିଲା।
– ସୁମନ୍ତ କୁମାର ଭୂୟଁା
ସାଇ ଭବନ, ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର,
ଦୂରଭାଷ : ୯୯୩୭୪୭ ୦୯୮୦


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri