କାଲିର ନାୟକ ଆଜି ଖଳନାୟକ

କଲମ୍ବୋ,୧୬ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଦୁର୍ଦ୍ଦଶା ପାଇଁ କାହାକୁ ଦାୟୀ କରାଯିବ? ୨୦୦୫ରେ ମହିନ୍ଦା ରାଜପାକ୍ସେ ପ୍ରଥମେ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ଦ୍ୱୀପରାଷ୍ଟ୍ରର ରାଜନୀତିରେ ଆଧିପତ୍ୟ ବିସ୍ତାର କରିଥିବା ପ୍ରଭାବଶାଳୀ ରାଜପାକ୍ସେ ପରିବାରକୁ? ମହିନ୍ଦାଙ୍କୁ ତୃତୀୟ ଥର ରାଷ୍ଟ୍ରପତି ହେବାରେ ବାଧା ଦେଇଥିବା ସମ୍ବିଧାନ ସଂଶୋଧନକାରୀ ତାଙ୍କ ଭାଇ ଗୋଟାବାୟା ରାଜପାକ୍ସେଙ୍କୁ? ନା ଏହି ପରିବାରର ନେତୃତ୍ୱକୁ ସହୃଦୟେ ଗ୍ରହଣ କରିନେଇଥିବା ସିଂହଳୀ ବୌଦ୍ଧ ମତଦାତାଙ୍କୁ? ଗୋଟାବାୟା ରାଜପାକ୍ସେ ଦେଶ ଛାଡ଼ି ପଳାୟନ କରିବା ପରେ ଶ୍ରୀଲଙ୍କାର ରାଜନୈତିକ ବିଶ୍ଲେଷକମାନେ ଏବେ ଏଭଳି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛନ୍ତି। କାରଣ ଏକଦା ଶ୍ରୀଲଙ୍କାର ‘ତ୍ରାଣକର୍ତ୍ତା’ ବିବେଚନା କରାଯାଉଥିବା ରାଜପାକ୍ସେ ଭ୍ରାତା ଏବେ ଲୋକଚକ୍ଷୁରେ ଖଳନାୟକ ପାଲଟିଯାଇଛନ୍ତି। ଇତିମଧ୍ୟରେ ବିବାଦୀୟ ‘ରାଜପାକ୍ସେ’ ପରିବାରକୁ ଶୁକ୍ରବାର ଆଉ ଏକ ବଡ଼ ଝଟ୍‌କା ଲାଗିଛି।
ନେତା ଗୋଟାବାୟା ରାଜପାକ୍ସେ ଦେଶ ଛାଡ଼ି ସିଙ୍ଗାପୁର ପଳାୟନ କରିବା ପରେ ତାଙ୍କ ଦୁଇଭାଇଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଓ ପ୍ରାକ୍ତନ ଅର୍ଥମନ୍ତ୍ରୀ ବାସିଲ ରାଜପାକ୍ସେ ଜୁଲାଇ ୨୮ ପର୍ଯ୍ୟନ୍ତ ଦେଶ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଅନ୍ତରୀଣ ରାୟ ଦେଇଛନ୍ତି। ଗତ ମେ’ ୯ରେ ଦେଶର ଆର୍ଥିକ ସଙ୍କଟ ପାଇଁ ମହିନ୍ଦାଙ୍କୁ ଦାୟୀ କରି ବିକ୍ଷୋଭକାରୀମାନେ ତାଙ୍କ ଘର ଓ ଅଫିସକୁ ଟାର୍ଗେଟ କରିଥିଲେ। ଏହା ପରେ ମହିନ୍ଦା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏକ ଅଜ୍ଞାତ ସ୍ଥାନରେ ଅଛନ୍ତି। ଆମତ୍ନିର୍ବାସନରେ ଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଦୁଇଭାଇଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି କରାଯାଉ ବୋଲି ଟ୍ରାନ୍ସପରରେନ୍ସି ଇଣ୍ଟରନ୍ୟାଶନାଲ ଶ୍ରୀଲଙ୍କା (ଟିଆଇଏସ୍‌ଏଲ୍‌) ଏବଂ ଅନ୍ୟ ୩ ଆବେଦନକାରୀ ପିଟିଶନ ଦାଏର କରିଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗୋଟାବାୟାଙ୍କୁ ଶାସକ ଦଳର ପ୍ରଶଂସା

ଦ୍ୱୀପରାଷ୍ଟ୍ରର ଶାସକ ଶ୍ରୀଲଙ୍କା ପୋଦୁଜନ ପେରାମୁନା ପାର୍ଟି (ଏସ୍‌ଏଲ୍‌ପିପି) ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ କାର୍ଯ୍ୟକୁ ପ୍ରଶଂସା କରିଛି। ଦେଶରେ ଦୀର୍ଘ ୩୦ ବର୍ଷ ଧରି ଚାଲିଥିବା ତାମିଲ ଇଲମ୍‌ ବିଦ୍ରୋହୀଙ୍କ ଉଗ୍ରବାଦର ଅବସାନ ଘଟାଇବାରେ ଗୋଟାବାୟାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଏସ୍‌ଏଲ୍‌ପିପି ପକ୍ଷରୁ କୁହାଯାଇଛି। ଦଳର ସାଧାରଣ ସମ୍ପାଦକ ସାଗର କରିୟାଓ୍ବାସମ୍‌ କାମଚଳା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri