ଏସ୍‌ଟିଏଫ୍‌ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ଦେଇ ପ୍ରତିଦିନ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉବେଳେ ଗୋରୁ ଚାଲାଣକାରୀମାନେ ଗୁଳିମାଡ଼ କରିଛନ୍ତି। ୭ ରାଉଣ୍ଡ ଗୁଳିଚାଳନା ହୋଇଥିଲେ ମଧ୍ୟ ଏସ୍‌ଟିଏଫ୍‌ ଓ ପୋଲିସର କୌଣସି କର୍ମଚାରୀ ଆହତ ହୋଇନାହାନ୍ତି। ତେବେ ଅନ୍ଧାର ଯୋଗୁ ଗୋଚାଲାଣକାରୀମାନେ ଏସ୍‌କର୍ଟ କରି ୩ ଗୋରୁବୋଝେଇ କଣ୍ଟେନର ନେଇ ପଶ୍ଚିମବଙ୍ଗ ପଳାଇଛନ୍ତି। ଏସ୍‌ଟିଏଫ୍‌ ଘଟଣାସ୍ଥଳରୁ ୨ ଗୋରୁବୋଝେଇ କଣ୍ଟେନର ଜବତ କରିବା ସହ ବୁଧବାର ୨ ଡ୍ରାଇଭରଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ପଶ୍ଚିମବଙ୍ଗ ପୂର୍ବମେଦିନାପୁର ଜିଲା ଦକ୍ଷିଣଛକ ଅଞ୍ଚଳର ଏସ୍‌କେ ରସିଦ ଓ ହାୱଡା ଜିଲା ଉଲୁବେରିଆ ଅଞ୍ଚଳର ଏସ୍‌କେ ରେଜାବୁଲ। ଏସ୍‌ଟିଏଫ୍‌ ରିପୋର୍ଟ ଆଧାରରେ କେନ୍ଦୁଝର ଟାଉନ ଥାନା ପୋଲିସ ଏକ ମାମଲା (ନଂ.୪୯୮/୨୦୨୨) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଉଭୟ କଣ୍ଟେନରରୁ ଉଦ୍ଧାର ୭୪ ଗୋରୁଙ୍କୁ ବଡ଼ବିଲସ୍ଥିତ ଗୋଶାଳାକୁ ପଠାଯାଇଛି। ଟାଉନ ଥାନାଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି, ୨ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଗୁରୁବାର ଉଭୟଙ୍କୁ କୋର୍ଟଚାଲାଣ କରାଯିବ। ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ଅନ୍ୟପଟେ ଏସ୍‌ଟିଏଫ୍‌ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ୪୯ ନଂ. ଜାତୀୟ ରାଜପଥର ଜୁରିଆଘାଟି ଦେଇ ମଙ୍ଗଳବାର ରାତିରେ ପଶ୍ଚିମବଙ୍ଗକୁ ଗୋଚାଲାଣ ହେଉଥିବା ଏସ୍‌ଟିଏଫ୍‌ ସୂଚନା ପାଇଥିଲା। ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯିବା ସହ ଏସ୍‌ଟିଏଫ୍‌ର ୧୫ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇ ପ୍ରସ୍ତୁତ ହୋଇ ରହିଥିଲା। ୫ ଗୋରୁବୋଝଇ କଣ୍ଟେନର ସମ୍ବଲପୁର ଆଡୁ ତେଲକୋଇ, କାଞ୍ଜିପାଣି, ସଦର, ଟାଉନ, ତୁରୁମୁଙ୍ଗ ଆଦି ଥାନା ଅଞ୍ଚଳ ଦେଇ ମୟୂରଭଞ୍ଜ ଜିଲା ଆସୁଥିଲା। ୨ ବୋଲେରୋରେ ୧୦ରୁ ଅଧିକ ଅଭିଯୁକ୍ତ କଣ୍ଟେନରଗୁଡ଼ିକୁ ଏସ୍‌କର୍ଟ ଯୋଗାଉଥିଲେ। ମିଳିତ ଟିମ୍‌ ଜୁରିଆଘାଟି ନିକଟରୁ କଣ୍ଟେନରକୁ ପିଛା କରିଥିଲା। ସ୍ଥାନୀୟ କିଛି ସଂଗଠନ ମଧ୍ୟ ଏସ୍‌ଟିଏଫ୍‌ ଟିମ୍‌କୁ ସହଯୋଗ କରିଥିଲା। ଏହି ସମୟରେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତମାନେ ୭ରୁ ଅଧିକ ରାଉଣ୍ଡ୍‌ ଗୁଳିଚାଳନା କରିଥିଲେ। ଏଥିସହ ଖିରେଇଟାଙ୍ଗିରି ଟୋଲ ଗେଟ୍‌ ଭାଙ୍ଗି ୩ କଣ୍ଟେନର ନେଇ ଫେରାର ହେବାରେ ସକ୍ଷମ ହୋଇଥିଲେ। ତେବେ ସମସ୍ତ ଗୋରୁ ବରଗଡ଼ ସୋହେଲା ଅଞ୍ଚଳରୁ ଅଣାଯାଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଗୋଚାଲାଣକାରୀଙ୍କୁ ମୟୂରଭଞ୍ଜର ଜଣେ ନିଶାବେପାରୀ ଟଙ୍କା ନେଇ ଏସ୍‌କର୍ଟ ଯୋଗାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri