Categories: ଫୁରସତ

ଏହି ଯୁବତୀଙ୍କ ଉଚ୍ଚତା ଛୁଏଁ ଆକାଶ, ତାଳଗଛ ପରି ରହିଛି ଗୋଡ଼

ଦୁନିଆରେ ଅନେକ ଲମ୍ବା ଲୋକ ଅଛନ୍ତି। ଗିନିଜ ଓ୍ବାଲର୍‌ଡ ରେକର୍ଡ ଅନୁଯାୟୀ, ସବୁଠୁ ଲମ୍ବା ବ୍ୟକ୍ତି ହେଉଛନ୍ତି ତୁର୍କୀର ସୁଲତାନ କୋସେନ, ଯାହାଙ୍କ ଉଚ୍ଚତା ୮ ଫୁଟରୁ ଅଧିକ। ସେହିପରି ସବୁଠୁ ଲମ୍ବା ମହିଳା ହେଉଛନ୍ତି ତୁର୍କୀର ରୁମେସା ଗେଲଗି, ଯାହାଙ୍କ ଉଚ୍ଚତା ୭ ଫୁଟ। ଏହି ଲୋକମାନେ ବହୁତ ପ୍ରସିଦ୍ଧ। କିନ୍ତୁ ଆଜି ଆମେ ଆପଣଙ୍କୁ ଆମେରିକାର ଜଣେ ଯୁବତୀଙ୍କ ବିଷୟରେ କହିବୁ, ଯିଏ ଦୁନିଆର ସବୁଠୁ ଉଚ୍ଚ ଯୁବତୀ ନୁହନ୍ତି କିନ୍ତୁ ତାଙ୍କର ଉଚ୍ଚତା ଆକାଶକୁ ସ୍ପର୍ଶ କରେ, ତଥାପି ତାଙ୍କ ଲମ୍ବା ଗୋଡ଼ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି। ଯେତେବେଳେ ଆପଣ ଏହି ଯୁବତୀଙ୍କ ପାଖରେ ଠିଆ ହୋଇ ତାଙ୍କ ମୁହଁ ଦେଖିବେ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଯୁବତୀ ଜଣକ ହେଉଛନ୍ତି ଟେକ୍ସାସ ବାସିନ୍ଦା ୨୧ ବର୍ଷୀୟା ମେସି କ୍ୟୁରିନ୍‌। ତାଙ୍କର ଲମ୍ବା ଗୋଡ଼ ମାଧ୍ୟମରେ ସେ ନିଜ ନାମ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ତାଙ୍କ ଗୋଡ଼ ୬ ଫୁଟ ୧୦ ଇଞ୍ଚରେ ମାସି ଦୁନିଆର ଲମ୍ବା ଗୋଡ ଥିବା ମହିଳାଙ୍କ ରେକର୍ଡ ଧରିଛନ୍ତି।

ଯେତେବେଳେ ବି କେହି ତାଙ୍କ ପାଖରେ ଛିଡା ହୁଅନ୍ତି, ତାଙ୍କର ଉଚ୍ଚତା ଗୋଡ଼ ସହିତ ସମାନ ମନେହୁଏ। ମେସି କହିଛନ୍ତି ଯେ, ସେ ଲୋକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଆନ୍ତି। ଲୋକମାନେ ପ୍ରାୟତଃ ତାଙ୍କୁ ସ୍ଲେଣ୍ଡରମ୍ୟାନ, ଏକ ଭୟଙ୍କର ଫିଲ୍ମର ଚରିତ୍ର ବୋଲି କୁହନ୍ତି। ସେ କହିଛନ୍ତି, ସ୍କୁଲରେ ପଢ଼ିବା ଦିନଠାର କ୍ଲାସରେ ସବୁଠୁ ଲମ୍ବା ଥିଲେ। ସେ ତାଙ୍କ ଉଚ୍ଚତାକୁ ନେଇ ବହୁତ ରାଗୁଥିଲେ। କାରଣ ପିଲାମାନେ ତାଙ୍କୁ ଥଟ୍ଟା କରୁଥିଲେ। କିନ୍ତୁ ସେ ବଡ଼ ହେବା ପରେ ସେ କେତେ ଅନନ୍ୟ ତାହା ବୁଝିଥିଲେ। ବର୍ତ୍ତମାନ ସେ ଅନ୍ୟ ଡେଙ୍ଗା ମହିଳାମାନଙ୍କୁ ସେମାନଙ୍କର ଉଚ୍ଚତା ପାଇଁ ଗର୍ବ କରିବାକୁ ଶିଖାନ୍ତି।

୨୦୨୨ରେ ମେସି ଏକ ସବ୍‌ସ୍କ୍ରିପସନ ସାଇଟ୍‌କୁ ଆସିଥିବା କହିଥିଲେ। ଏଥିରେ ମେସିଙ୍କର ୨୦ ଲକ୍ଷରୁ ଅଧିକ ଅନୁଗାମୀ ଅଛନ୍ତି। ତାଙ୍କର ଲମ୍ବା ଶରୀର ଦେଖି କିଏ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, ଉଚ୍ଚତା ଏବଂ ଲମ୍ବା ଗୋଡ଼ରେ ମଧ୍ୟ କିଛି ଅସୁବିଧା ଅଛି। ପ୍ରତ୍ୟେକ ଦ୍ୱାର ଦେଇ ଯିବାକୁ ହେଲେ ତାଙ୍କୁ ନଇଁ କି ଯିବାକୁ ପଡ଼େ। ଡେଟିଂରେ ମଧ୍ୟ ତାଙ୍କର ଅନେକ ସମସ୍ୟା ରହିଛି।

Share