ପରାଜୟର ସ୍ବାଦ ଚାଖିଲେ ହେବିୱେଟ୍‌ ନେତା

ପୁରୁଷୋତ୍ତମପୁର, ୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ୩୫ ଜୋନ୍‌ ଅଧୀନରେ ଥିବା ୮ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ ପାଣ୍ଡିଆ ପଞ୍ଚାୟତ ସମିତିସଭ୍ୟ ପଦବୀ ଉପରେ ସଭିଙ୍କ ନଜର ରହିଥିଲା। ଯାହାକି ଦୁଇଥର ସରପଞ୍ଚ, ଥରେ ସମିତିସଭ୍ୟ ହେବା ସହ ଥରେ ତାଙ୍କ ସ୍ତ୍ରୀଙ୍କୁ ସମିତିସଭ୍ୟ କରାଇଥିବା ଅପରାଜିତ ହେବିଓ୍ବେଟ୍‌ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲିଙ୍ଗରାଜ ସାହୁଙ୍କୁ ଜଣେ ବିନା ଚପଲ ଓ ହାଫ୍‌ପ୍ୟାଣ୍ଟ ପିିନ୍ଧା, ରାଜନୀତିରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ସାଧାରଣ ବ୍ୟକ୍ତି ଜଗନ୍ନାଥ ପାତ୍ର ହରାଇଛନ୍ତି। ଜଗନ୍ନାଥ ୪୩୪ ଭୋଟ ପାଇଁ ବିଜୟୀ ହୋଇଥିବା ବେଳେ ଲିଙ୍ଗରାଜଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି।
ସେହିପରି ପାଣ୍ଡିଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଥିବା ପି. ଗୋପାଳଙ୍କ ପରିବାର ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀରେ ରହିଥିବା ବେଳେ ବର୍ତ୍ତମାନ ପରାଜୟର ସ୍ବାଦ ଚାଖିଛନ୍ତି। ଜିଲା ପରିଷଦ ପ୍ରାର୍ଥୀ ବିଜେଡିର ପିଙ୍କି ନାହାକ ୧୫,୬୭୯ ଭୋଟ ପାଇଥିବା ବେଳେ ଭାଜପାର ଲିଲି କୁମାରୀ ବେହେରା ୭,୯୦୫ ଭୋଟ ପାଇଛନ୍ତି ଓ କଂଗ୍ରେସର ଚାନ୍ଦିନୀ ବେହେରା ୧,୦୧୧ ଭୋଟ ପାଇଛନ୍ତି। ଏଥିରେ ପିଙ୍କି ନାହାକ ୭,୭୭୪ ଭୋଟରେ ବିଜୟୀ ହୋଇଛନ୍ତି।
ଅନ୍ୟପକ୍ଷେ ଅନ୍ତରି ଗ୍ରାମ ପଞ୍ଚାୟତର ସରପଞ୍ଚ ମାମି ପରିଡ଼ା, ସମିତିସଭ୍ୟ ମମତା ବାରିକ, ଭୀମପୁର ପଞ୍ଚାୟତର ସରପଞ୍ଚ ମମାଲି ଦାସ, ସମିତିସଭ୍ୟ ଜଗନ୍ନାଥ ପାତ୍ର, ବଡ଼ଖରିଡ଼ାର ସରପଞ୍ଚ କମା ଦଳେଇ, ସମିତି ସଭ୍ୟ ଅନିଲ କୁମାର ଦାଶ, ପାଣ୍ଡିଆର ସରପଞ୍ଚ ସବିତା ସେଠୀ, ସମିତି ସଭ୍ୟ ସୀମାଞ୍ଚଳ ଗୌଡ଼, ସିହେଚ ନୂଆଗାଁ ପଞ୍ଚାୟତ ସରପଞ୍ଚ ସତ୍ୟଭାମା ସ୍ବାଇଁ, ସମିତିସଭ୍ୟ ଆଭା ପରିଡ଼ା, ଟଙ୍କାଛାଇର ସରପଞ୍ଚ ବିଶ୍ବନାଥ ବେହେରା, ସମିତିସଭ୍ୟ ଡଲି ବେହେରା, ଜାମୁନିର ସରପଞ୍ଚ ଇନ୍ଦ୍ରଜିତ ନାୟକ, ସମିତିସଭ୍ୟ ମମିତା ମଲିକ, ଝାଡ଼ବାଇର ସରପଞ୍ଚ ପ୍ରିୟଙ୍କା ସେଠୀ, ସମିତିସଭ୍ୟ ସୁଲତା ସେଠୀ ନିର୍ବାଚିତ ହୋଇଛନ୍ତି। ଏହାସହ ୱାର୍ଡ ସଭ୍ୟମାନଙ୍କର ମଧ୍ୟ ଫଳାଫଳ ଘୋଷଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri