ଭୁବନେଶ୍ୱର,୧୦ା୫: ଖରାରେ ଶିଝୁଛି ସାରା ଓଡ଼ିଶା। ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ସମ୍ବଲପୁରରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତା ପଛକୁ ରହିଛି ରାଜଧାନୀ ଭୁବନେଶ୍ବର। ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ୪୦. ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୧୫ ତାରିଖ ଯାଏ ପ୍ରବଳ ଖରାରୁ ତ୍ରାହି ମିଳିବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ।
ଶନିବାର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୧.୭, ଝାରସୁଗୁଡା ୪୧.୬, ବାଲେଶ୍ୱର ୩୯.୭, ରାଉରକେଲା ୩୯.୬ ଓ ଚାନ୍ଦବାଲିରେ ୩୯.୪ ଡିଗ୍ରୀ ରହିଥିଲା। ତେବେ ଚଳିତ ବର୍ଷ ଦ୍ୱିତୀୟ ଥର ଲାଗି ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି।
ରାଜଧାନୀରେ ପାରଦ ୪୦.୨ ଡିଗ୍ରୀ ଛୁଇଁଥିବା ବେଳେ ଗତବର୍ଷ ସହରରେ ତାପମାତ୍ରା ୧୦ରୁ ଅଧିକଥର ୪୦ଡିଗ୍ରୀ ଡେଇଁଥିଲା। ତେବେ ଚଳିତ ବର୍ଷ କାଳବୈଶାଖୀ ପ୍ରଭାବରୁ ତାପମାତ୍ରା କମ୍ ରହିଥିବା କୁହାଯାଉଛି। ଆହୁରି ୫ ଦିନ ତାପମାତ୍ରା ଏଭଳି ରହିବ ବୋଲି ପାଣିପାଗ ବିଭଗେ ପକ୍ଷରୁ ପୂର୍ବାନୁମାନ କରାଯାଇଛି।


