ବ୍ରିଟିଶ ସିଙ୍ଗରଙ୍କୁ ନେଇ ବଢିଲା ବିଶ୍ୱକପ ଫାଇନାଲର ଉଷ୍ମତା

ଅହମଦାବାଦ,୧୭।୧୧: ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ଦିନଠାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେହି ଭାରତୀୟ ଯେଉଁମାନେ କ୍ରିକେଟ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି ସେମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରିଛନ୍ତି। ଏହି ଅପେକ୍ଷା ବିଶ୍ୱକପ ଫାଇନାଲରେ ପରଫର୍ମ କରିବାକୁ ଆସୁଥିବା ଦୁଆ ଲିପାଙ୍କ ପାଇଁ। ଭାରତରେ ଲିପାଙ୍କ ଆଗମନ ଘୋଷଣା ହେବା ପରଠାରୁ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ତାଙ୍କ ପ୍ରବେଶ ବିଶ୍ୱକପ ୨୦୨୩ ପାଇଁ ଉତ୍ସାହକୁ ଆହୁରି ବଢାଇ ଦେଇଛି।

ଦୁଆ ଲିପାଙ୍କୁ ମାତ୍ର ୨୮ବର୍ଷ ବୟସ କିନ୍ତୁ ସାରା ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି। ପ୍ରମୁଖ ଫୁଟବଲ ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହରେ ସେ ମଞ୍ଚରେ ପରଫର୍ମ କରିଛନ୍ତି। ସେ ପ୍ରଥମ ଥର ପାଇଁ କ୍ରିକେଟ ଇଭେଣ୍ଟରେ ପରଫର୍ମ କରିବାକୁ ଯାଉଛନ୍ତି।
୧୪ବର୍ଷ ବୟସରେ ସେ ୟୁଟ୍ୟୁବରେ ମ୍ୟୁଜିକ ଭିଡିଓ ପୋଷ୍ଟ କରୁଥିଲେ।
ସେ ଆଲବାନିଆର ମୂଳ ବ୍ରିଟିଶ ଗାୟିକା। ସେ ମଡେଲିଂ ମଧ୍ୟ କରିଛନ୍ତି ଏବଂ ନିଜର ଗୀତ ଲେଖନ୍ତି। ଲୋକମାନେ କେବଳ ତାଙ୍କ ସ୍ବରକୁ ପ୍ରଶଂସା କରନ୍ତି ନାହିଁ, ସେ ନିଜର ବିୟୁଟି ଏବଂ ଷ୍ଟାଇଲରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଖୁବ କମ ବୟସରେ ସେ ତାଙ୍କର ସଂଗୀତ କ୍ୟାରିଅର୍‌ ଆରମ୍ଭ କରିଥିଲେ। ୧୪ବର୍ଷ ବୟସରେ ସେ ୟୁଟ୍ୟୁବରେ ଗୀତ ଗାଉଥିଲେ ଏବଂ ଅପଲୋଡ କରୁଥିଲେ। ୨୦୧୫ରେ, ଦୁଆ ତାଙ୍କର ପ୍ରଥମ ବଡ ଅଫର୍‌ ପାଇଲେ। ତାଙ୍କୁ ୱାର୍ନର ମ୍ୟୁଜିକ ଗ୍ରୁପ ସାଇନ୍‌ କରିଥିଲେ। ଏହା ପରେଏହି ବ୍ରିଟିଶ ସିଙ୍ଗର ଆଉ ପଛକୁ ଚାହିଁ ନାହାଁନ୍ତି।

Share