ଜିଲାର ସ୍ବାସ୍ଥ୍ୟସେବା ରୁଗ୍ଣ ହେଲାଣି

କେନ୍ଦ୍ରାପଡ଼ା, ୧୫ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଛୋଟି ଗ୍ରାମର ରୁକ୍ମଣୀ ପ୍ରଧାନ। ଡାଇବେଟିସ ପାଇଁ ମୂତ୍ର ରୋଗ ହୋଇଛି। ଅନ୍ତନାଳୀରେ ପାଇପ ଲଗାଇବା ଜରୁରୀ। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ପ୍ରାୟ ନର୍ସଙ୍କ ଅବହେଳା ପାଇଁ ପ୍ରାୟ ୧୨ ଘଣ୍ଟା ଅପେକ୍ଷା କରିବାକୁ ପଡ଼ଲା ବୋଲି ସାହାଯ୍ୟ କରିବାକୁ ଆସିଥିବା ପଡୋଶୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି। ସେହିପରି ପ୍ରସୂତିଙ୍କ ପରିସ୍ଥିତି ଗୁରୁତର ଅଛି ବୋଲି କଟକ ପଠା ଯାଉଥିବା ମହାକାଳପଡ଼ା ବ୍ଲକ ବିଜୟ ନଗର ଗ୍ରାମର ପ୍ରଭାତ କୁମାର ଜେନା କହିଛନ୍ତି। ଜିଲାର ରୁଗ୍ଣ ସ୍ବାସ୍ଥ୍ୟସେବା ନେଇ ଏପରି ଅଭିଯୋଗ ଗୋଟିଏ ଦୁଇଟିରେ ସୀମିତ ନୁହେଁ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସରେ, ଇସିଜି, ଅଲଟ୍ରାସାଉଣ୍ଡ ଆଦି ଦରକାରୀ ପରୀକ୍ଷା ହେଉ ନ ଥିବା ଅଭିଯୋଗ ଆସୁଛି। ବିଶେଷଜ୍ଞ ଡାକ୍ତର କଲ ଆଟେଣ୍ଡ ନ କରିବା ରୋଗୀଙ୍କ ପାଇଁ ବିପଦ ସାହୁଛି। ଜିଲାର ସ୍ବାସ୍ଥ୍ୟସେବାକୁ ନେଇ ଏପରି ବିଚିତ୍ର ଅବସ୍ଥା ଥିବା ବେଳେ ଏହାର ସୁଯୋଗ ଗ୍ରାମାଞ୍ଚଳର କ୍ୱାକ୍‌ ନେଉଥିବା ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଜିଲାର ଲୋକସଂଖ୍ୟା ସାଢ଼େ ୧୪ ଲକ୍ଷ ଥିବା ବେଳେ ଏବେ ଏହି ସଂଖ୍ୟା ୧୬ ଲକ୍ଷରୁ ଅଧିକ ହୋଇଛି। ଲକ୍ଷେ ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଅନ୍ୟୁନ୍ୟ ୫୦ ଡାକ୍ତରଙ୍କ ଅବଶ୍ୟକତା ଥିବା ବେଳେ ମାତ୍ର ୫ ଡାକ୍ତର ଅଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ସିଏଚସି, ପିଏଚସି ଆଦିରେ ଡାକ୍ତର ରହୁନାହାନ୍ତି। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର କେତେକ ସ୍ଥାନରେ ଫାର୍ମାସିଷ୍ଟ ଚଳାଇଛନ୍ତି। ଯେଉଁ ଡାକ୍ତରମାନେ ସହରାଞ୍ଚଳରେ ଅଛନ୍ତି, ସେମାନେ ବେସରକାରୀ ରୋଜଗାରକୁ ଗୁରୁତ୍ୱ ଦେଉଛନ୍ତି। ଏପରି କି ଆବଶ୍ୟକସ୍ଥଳେ ରୋଗୀଙ୍କୁ ଆଟେଣ୍ଡ କରିବାକୁ ବିଶେଷଜ୍ଞମାନେ ଚିକିତ୍ସାଳୟକୁ ଆସୁନାହାନ୍ତି। ଫଳରେ ଅଧିକାଂଶ ରୋଗୀ କଟକ ବଡ଼ ମେଡିକାଲକୁ ରେଫର ହେଉଛନ୍ତି। ସାମାଜିକ କର୍ମୀ ସୁନିଲ କୁମାର ଗନ୍ତାୟତ କହିଛନ୍ତି, ଉପାନ୍ତ ଅଞ୍ଚଳରେ କ୍ୱାକଙ୍କ ସଂଖ୍ୟା ଅତ୍ୟଧିକ ବଢ଼ିଯାଇଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ରହୁଛି। ଏହାବ୍ୟତିତ ଗର୍ଭବତୀ ଓ ଶୀଘ୍ର ଚିକିତ୍ସା ପାଇଁ ଆବଶ୍ୟକ ରୋଗୀ ଉପାନ୍ତ ଅଞ୍ଚଳରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପାଇଁ ଗମନାଗମନ ପଥ ବାଧକ ସାଜିଛି। ଅଦ୍ୟାବଧି ଜିଲାର ୧୭ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନାହିଁ। ଏହାର ସୁଯୋଗ କ୍ୱାକ୍‌ ନେଉଛନ୍ତି। ଖୋଲାଖୋଲି ଭାବେ କ୍ୱାକ୍‌ମାନେ ଗ୍ରାମ ଓ ବଜାରରେ ଜଳଖିଆ ଦୋକାନ ପରି ପ୍ରକୋଷ୍ଠ ଖୋଲି ଚିକିତ୍ସା କରୁଛନ୍ତି। ଏଥିପାଇଁ ବହୁ ଜୀବନହାନି ହେଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଏପରି ଠକ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସାମାଜିକ କର୍ମୀ ପଟ୍ଟାମୁଣ୍ଡାଇର ପ୍ରତାପ କୁମାର ପାଢ଼ୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଛନ୍ତି। ଆବଶ୍ୟକ ଅନୁଯାୟୀ, ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ସହିତ ପରୀକ୍ଷା ପାଇଁ ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ତେବେ ଏହି ଯନ୍ତ୍ରପାତିର ଉପଯୋଗ ହେଉନାହିଁ। ଖଡ଼ଇଙ୍ଗରୁ ଶ୍ୟାମଗୁଡ଼ିଆକୁ ନୂଆ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପରେ ଚିକିତ୍ସା ସେବା ଉନ୍ନତ ହେବ ବୋଲି ଆଶା ଥିଲା। ମାତ୍ର ଏବେ ବି ଏକ୍ସରେ, ଅଲଟ୍ରାସାଉଣ୍ଡ, ଇସିଜିଠାରୁ ଅନ୍ୟ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷାରେ ରୋଗୀ ବାହାର କ୍ଲିନିକ ଓ ପରୀକ୍ଷାଗାର ଉପରେ ନିର୍ଭର କରୁଛନ୍ତି। ଏପରି ଅବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଛି। ରାତିରେ କୌଣସି ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ଲେ ଡିଉଟିରେ ଥିବା ଡାକ୍ତର ସିଧା କଟକ ବଡ଼ ମେଡିକାଲକୁ ରେଫର କରୁଛନ୍ତି। ଏହାସହ ନିରାମୟରେ ସମସ୍ତ ଔଷଧ ରାଖାଯାଉନାହିଁ। ଏ ସମ୍ପର୍କରେ ଡିଏମ୍‌ଓ ଡା. ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ପଚାରିବାରେ ନୂଆ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅବ୍ୟବସ୍ଥାକୁ ସୁଧାର କରାଯାଉଛି। ଏବେ କଟକକୁ ରେଫର ରୋଗୀଙ୍କ ସଂଖ୍ୟା ବହୁତ କମିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri