ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଝୁଲାପୋଲ

ରାୟଗଡ଼ା ଅଫିସ,୨୬ା୯: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି ରାୟଗଡ଼ାର ନାଗାବଳୀ ନଦୀରେ ନିର୍ମିତ ଝୁଲାପୋଲ। ସ୍ଥାନୀୟ ତଥା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ରବିବାର ତହସିଲଦାର ସୁନୀଲ ଖରା ଏବଂ ପୋଲିସ ଅନ୍ୟମାନଙ୍କ ଉପସ୍ଥିତିରେ ଏହାକୁ ବନ୍ଦ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଏହି ଝୁଲା ପୋଲ ବୁଲିବାକୁ ଆସି ୨୭ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ଜିଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ୨୦୧୨ ମାର୍ଚ୍ଚରେ ଝୁଲା ପୋଲ ନିର୍ମାଣ ହୋଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାରୁ ପ୍ରଶାସନ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛି।