କୋମଳ ରହିବ ହାତ

କେବଳ ମୁହଁ ନୁହେଁ, ହାତ ଓ ପାଦର ସୁନ୍ଦରତା ବି ବଢ଼ାଇବାକୁ ହେବ। ତେଣୁ ଏଥିପାଇଁ କିଛି ଘରୋଇ ଉପାୟରେ କିପରି ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ଉପଚାର କରିବେ ଜାଣି ରଖନ୍ତୁ…

ହାତ ପାଦକୁ ଅଧିକ ମୁଲାୟମ କରିବା ପାଇଁ ମହୁ ଓ ଗାଜରରେ ତିଆରି ଏକ ପ୍ୟାକ୍‌ ଲଗାନ୍ତୁ। ଏଥିପାଇଁ ଗାଜରକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏହି ପେଷ୍ଟରେ ସମାନ ମାତ୍ରାରେ ମହୁ ମିଶାଇ ହାତ ଓ ପାଦରେ ଲଗାନ୍ତୁ। ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ଏହି ପେଷ୍ଟକୁ ଲଗାଇ ଛାଡ଼ି ଦିଅନ୍ତୁ। ଏହା ପରେ ସ୍କ୍ରବ୍‌ କରି ଉଷୁମ ପାଣିରେ ଧୋଇ ଦିଅନ୍ତୁ।
୨ ଚାମଚ ଦହି ସହିତ ୨ ଚାମଚ ମହୁ ଓ ୧ ଚାମଚ ଅଲିଭ୍‌ ଅଏଲ ମିଶାଇ ହାତରେ ଲଗାନ୍ତୁ। ୨୦ ମିନିଟ୍‌ ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଲଗାଇ ମାଲିସ୍‌ କରନ୍ତୁ। କିଛିଦିନ ପରେ ହାତର ତ୍ୱଚା ବହୁତ ସୁନ୍ଦର ଦେଖାଯିବ।
ହାତରେ ଆଳୁ ମାସ୍କ ଲଗାଇଲେ ତ୍ୱଚା ବହୁତ ସୁନ୍ଦର ଦେଖାଯିବ। ଏଥିପାଇଁ ଆଳୁକୁ ବାଟି ସେଥିରେ ଅଲିଭ୍‌ ଅଏଲ ମିଶାଇ ପ୍ରତିଦିନ ୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାନ୍ତୁ। କିଛିଦିନ ପରେ ହାତର ତ୍ୱଚା ଅଧିକ କୋମଳ ହୋଇଯିବ।
ହାତ ପାଦରେ ନଡ଼ିଆତେଲ ମଧ୍ୟ ଲଗାଇପାରିବେ। ନଡ଼ିଆତେଲ ସହ ବଟରକୁ ଭଲଭାବେ ମିଶାଇ ସେଥିରେ କିଛି କଞ୍ଚାକ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ଅତି କମ୍‌ରେ ୫ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରନ୍ତୁ। ମସାଜ କରିବା ପରେ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ତା’ପରେ ହାତ ଧୋଇଦିଅନ୍ତୁ।