ଶ୍ରଦ୍ଧାଳୁଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ସମଙ୍ଗ

ପୁରୀ,୨୫ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗର  ଲୋକାର୍ପଣ ପରେ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଯେପରି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଓ ଶ୍ରୀମନ୍ଦିର ପରିକ୍ରମା ପ୍ର୍‌କଳ୍ପ ମାର୍ଗରେ ପ୍ରଦକ୍ଷିଣ କରିପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ପୁରୀକୁ ଆସିବେ। ବସ୍‌ଗୁଡିକର ପାର୍କିଂ ଓ ଭକ୍ତଙ୍କ ରହଣି ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମଙ୍ଗଠାରେ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବାକୁ ସମଙ୍ଗ ସଜେଇ ହୋଇଛି।
ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ଦେଢ଼ଲକ୍ଷ ଭକ୍ତ ଆସିବେ ବୋଲି ଆକଳନ କରାଯାଇଛି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ। ଶ୍ରୀମାର୍ଗ ଓ ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ଆୟୋଜିତ ପ୍ରଦର୍ଶନୀରେ ଜଗନ୍ନାଥ ସଂସ୍କୃତିକୁ ନେଇ ଜ୍ଞାନ ସାଉଟିବେ। ଏଥିପାଇଁ ପୁରୀ ସମଙ୍ଗ ପାର୍କିଂରେ ସମସ୍ତ ପ୍ରସ୍ତୁତି ସରିଛି। ଗୁରୁବାରଠାରୁ ଭକ୍ତଙ୍କୁ ଅଣାଯିବ ବୋଲି ନିଷ୍ପତ୍ତିିି ଚୂଡ଼ାନ୍ତ ହୋଇଛି। ଜାନୁଆରୀ ୨୫ରୁ ଫେବୃଆରୀ ୨୦ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଲେଖାଏ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଭକ୍ତଙ୍କ ରହଣି ସହ ଖାଦ୍ୟ ପାନୀୟ ବ୍ୟବସ୍ଥା ସମଙ୍ଗ ପାର୍କିଂଠାରେ ହୋଇଛି। ଏଥିପାଇଁ ବିଶାଳକାୟ ୨ଟି ଟେଣ୍ଟ ବନ୍ଧାଯାଇଛି। ଗୋଟିଏ ଟେଣ୍ଟ ତଳେ ପାଖାପାଖି ୫୦୦୦ ଲୋକ ବସି ଖାଦ୍ୟ ଖାଇପାରିବେ। ଏଠାରେ ଚେୟାର ଓ ଡାଇନିଂ ଟେବୁଲ ମଧ୍ୟ ପକାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସ୍ନାନ ଶୌଚ ବ୍ୟବସ୍ଥା କରାଯାଇଛି। ପାଖାପାଖି ୩୦ଟି ଉଠା ଶୌଚାଳୟ ବ୍ୟବସ୍ଥା ହୋଇଛି। ପାନୀୟ ଜଳ ପାଇଁ ୫୦ରୁ ୬୦ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ପାଣି ଟାଙ୍କି ରଖାଯାଇଛି। ଏଠାରେ ସମୁଦାୟ ୨୦ଟି ପାଣି ଟାଙ୍କି ରଖାଯାଇଛି। ଏହା ଛଡ଼ା ଦୂର ଜାଗାରୁ ଯାତ୍ରା କରି ଆସିଥିବା ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ  ଆରାମ ନେବାକୁ ଚାହିଁଲେ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ ହୋଇଛି। ପାର୍କିଂ ପରିସରରେ ୩ଟି ଅସ୍ଥାୟୀ ସେଡ୍‌ ପ୍ରସ୍ତୁତ କରାଯାଇଛି। ଏଥିସହ ଗୋଟିଏ ଅଫିସ୍‌ ରୁମ୍‌ ସହ ୫ଟି ରୋଷେଇଶାଳା ଓ ରନ୍ଧା ଖାଦ୍ୟ ପାଇଁ ଷ୍ଟୋର୍‌ ରୁମ୍‌, ଡାଏନିଙ୍ଗ୍‌ ଷ୍ଟଲ, ପିଇବା ପାଣିର ବ୍ୟବସ୍ଥା, ଟଏଲେଟ, ସିସିଟିଭି, ସୁରକ୍ଷାକର୍ମୀ, ଫାଷ୍ଟ ଏଡ୍‌ ସେଣ୍ଟର, ଦମକଳ ଗାଡି, ପୋଲିସ ଆଉଟପୋଷ୍ଟ, ମିଲ୍‌ ଖାଇବା ପାଇଁ ବିରାଟ ଷ୍ଟଲ୍‌ ଇତ୍ୟାଦି ବ୍ୟବସ୍ଥା ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ବୁଧବାର  ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବସ୍‌ଗୁଡ଼ିକ ସମଙ୍ଗ ପାର୍କିଂରେ ଲାଗିବା ପରେ ଏଥିରେ ଆସିଥିବା ଭକ୍ତମାନଙ୍କୁ ଜଳଖିଆ ଖାଇବାକୁ ଦିଆଯିବ। ସେଠାରୁ ସେମାନଙ୍କୁ ବସ ଯୋଗେ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ନିଆଯିବ। ପ୍ରଦର୍ଶନୀ ବୁଲି ଜଗନ୍ନାଥଙ୍କ ୨୫ଟି ବେଶ, ପରିକ୍ରମା ପ୍ରକଳ୍ପ ପ୍ରତିକୃତି, ରଥଯାତ୍ରା ପ୍ରତିକୃତିର ଦର୍ଶନ କରିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଜ୍ଞାନ ଅର୍ଜନ କରିବେ। ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ମଧ୍ୟାହ୍ନ ଭୋଜନ କରି ଶ୍ରଦ୍ଧାଳୁ ନିଜନିଜ ଅଞ୍ଚଳକୁ ଫେରିବେ। ଏନେଇ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି, ୨୫ ତାରିଖଠାରୁ ପ୍ରତ୍ୟେକ ଜିଲାରୁ ଭକ୍ତମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଦିନ ୮ ହଜାରୁ ୧୦ ହଜାର ପର୍ଯ୍ୟନ୍ତ ଭକ୍ତ ଆସିପାରନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନରେ ଗଞ୍ଜାମ, ମୟୂରଭଞ୍ଜ ସହ ଅନ୍ୟ ୩ଟି ଜିଲାରୁ ଭକ୍ତ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ  ସୁଆରମହାସୁଆର ନିଯୋଗ ଦୈନିକ ୨୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟଞ୍ଜନ ବା ମିଲ୍‌ ବାଣ୍ଟିବା ସହ ମହାପ୍ରଭୁଙ୍କ ଶୁଖିଲା ଭୋଗ ପେଡିରେ ବାଣ୍ଟିିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି। ପ୍ରତ୍ୟେକ ମିଲ୍‌ ପିଛା ୧୨୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସେଥିରେ ଜିରା ରାଇସ୍‌, ଡାଲମା, ବେସର,ମହୁର, ଖଟା, ଖିରି ଓ ପାଣି ବୋତଲର ବ୍ୟବସ୍ଥା ରହିଥିବା ସହ ୫୦ ଟଙ୍କା ମୂଲ୍ୟର ଗୋଟିଏ ପେଡି ମହାପ୍ରଭୁଙ୍କ ଶୁଖିଲା ଭୋଗ ରହିଥିବା ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ବୁଧବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri