ବନ୍ଦ କୋଠରିରୁ ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ପାରଳାଖେମୁଣ୍ଡି,୩୧ା୭(ଡି.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁରଠାରେ ଏକ ବନ୍ଦ କୋଠରିରୁ ଜଣେ ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି। ତେବେ ଘରେ କେହି ନ ଥିବା ବେଳେ ସେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଏକ କିରୋସିନି ଜାର୍‌ ବି ଜବତ ହୋଇଛି। ମୃତକ ଜଣକ ମୀନା ବେହେରା ବୋଲି ଜଣାପଡ଼ିଛି। ସେ ୫ ତଳେ ଯାଜପୁରର ରଘୁ ବେହେରାଙ୍କୁ ବିବାହ କରିଥିଲେ। ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଏସ୍‌ଡିପିଓ ରାମକୃଷ୍ଣ ପତି ସୂଚନା ଦେଇଛନ୍ତି।