ହଜିବାକୁ ବସିଛି କଳାହାଣ୍ଡିର ହାବସପୁରୀ ପାଟଶାଢ଼ି

ଭବାନୀପାଟଣା,୩୦ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ହାବସପୁରୀ ପାଟଶାଢ଼ିର କମକୁଟ ପରିପାଟୀ ମହିଳାମାନଙ୍କୁ ଆକର୍ଷିତ କରିଥାଏ। ହେଲେ ସରକାରୀ ସହାୟତା ଓ ପ୍ରୋତ୍ସାହନ ଅଭାବରୁ ବିଭିନ୍ନ ସମୟରେ ବିଶ୍ବ ଦରବାରରେ ନିଜର ଏକ ନିଆରା ଛାପ ସୃଷ୍ଟି କରିଥିବା ହାବସପୁରୀ ପାଟଶାଢ଼ି ହଜିବାକୁ ବସିଛି। ତଥାପି କୌଳିକ ବୃତ୍ତିକୁ ବଞ୍ଚାଇବା ଭିତରେ ବୁଣାକାରମାନେ ଭବିଷ୍ୟତ ଖୋଜିବାରେ ଲାଗିଛନ୍ତି।
କଳାହାଣ୍ଡି ଅଞ୍ଚଳର ଲୋକଙ୍କ ମନକୁ ମୋହୁଥିବା ହାବସପୁରୀ ଶାଢ଼ି ୧୯୫୧ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଆକର୍ଷିତ କରିପାରିଥିଲା। କଳାହାଣ୍ଡିର ତତ୍କାଳୀନ ମହାରାଜା ପ୍ରତାପ କେଶରୀ ଦେଓଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀର ପ୍ରଦର୍ଶନୀ ପଡିଆରେ ନେହେରୁଙ୍କୁ ହାବସପୁରୀ ଶାଢିର ଗରିମାକୁ ବର୍ଣ୍ଣନା କରି ତାଙ୍କୁ ପ୍ରଲୋଭିତ କରିପାରିଥିଲେ। ପଶ୍ଚିମ ଓଡିଶାର ବରପାଲି ଶାଢି, ସୋନପୁରୀ ଶାଢି, ବାନ୍ଧଶାଢି, ବୌଦ୍ଧ ଶାଢି ସମ୍ବଲପୁରୀ ଶାଢି ଭାବରେ ପ୍ରସିଦ୍ଧି ଲାଭ କରିଛି। କଳାହାଣ୍ଡି ଜିଲାର ଚିଚେଗୁଡା, ବଳଦିଆମାଲ, ହାବସପୁର, ଚକୁଳି ସମେତ ବିଭିନ୍ନ ସ୍ଥାନରେ ମେହେର ବା ଭୁଲିଆ ସମ୍ପ୍ରଦାୟର ପରିବାର ହାବସପୁରୀ ଶାଢି ବୁଣିବାରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସମ୍ବଲପୁରୀ ଶାଢିର କେବଳ ମୁହଁରେ ବାନ୍ଧକଳା ଥିବାବେଳେ ହାବସପୁରୀ ଶାଢିରେ ମୁହଁ ଓ ଦେହରେ ବାନ୍ଧ ରହିଥାଏ। ହାବସପୁରୀ ଶାଢିର ବାନ୍ଧରେ ରଙ୍ଗ କାମର କୌଶଳକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଛାନ୍ଦରେ ସୂତା କାମର କୌଶଳକୁ ପ୍ରାଧାନ୍ୟ ଦିଆଯାଇଥାଏ। ହାବସପୁରୀ ଶାଢିରେ ଡବଲ ଫୁଲ ତିଆରି ଏହାର ଏକ ସ୍ବତନ୍ତ୍ରତା। ଅନ୍ୟ ଶାଢୀମାନଙ୍କରେ ଗୋଟିଏ ଫୁଲ ରହୁଥିବାବେଳେ ଏହାର ଭିନ୍ନତା ପାଇଁ ବୁଣାକାରମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ। ତନ୍ତୀମାନଙ୍କୁ ୯ କାରିଆ ଅପେକ୍ଷା ୧୮ କାରିଆ କାମ କରିବାକୁ ପଡିଥାଏ। ଜାଲା ତିଆରି କରିବା ହାବସପୁରୀ ଶାଢିର ଆଉ ଏକ ନିଆରା ପରିପାଟି। ହାବସପୁରୀ ଶାଢିରେ ଆଦିବାସୀମାନଙ୍କର କାନ୍ଥଚିତ୍ର, ଦେହର ଚିତାକୁଟା, ଶାଢିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ଶାଢିରେ ମାଛ, ହରିଣ, ହାତୀ, ପ୍ରଭୃତି ଚିତ୍ରକୁ ଧଡିରେ ବୁଣି ଶାଢୀକୁ ମନଲୋଭା କରିଥାନ୍ତି। ଜୁନାଗଡ ବ୍ଲକର ଚିଚୈଗୁଡା ଓ ବଳଦିଆମାଲଠାରେ ବୁଣାକାରମାନଙ୍କ ପରିବାର ସେମାନଙ୍କ କୌଳିକ ବୃତ୍ତିକୁ ସମ୍ମାନ ଦେଇ ହାବସପୁରୀ ଶାଢିର ଚମକକୁ ଦେଶବିଦେଶରେ ବିମୋହିତ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ବିଶେଷକରି ମହିଳାମାନେ ଏହି ହାବସପୁରୀ ଶାଢ଼ି ପ୍ରେମରେ ପଡିଥାନ୍ତି। ସେମାନେ ଦେଶବିଦେଶରେ ଏହି ଶାଢିକୁ ନେଇ ଏହାର ଗୁଣ ଓ ଗରିମା ଉପରେ ଅନ୍ୟମାନଙ୍କୁ ପ୍ରଲୋଭିତ କରିବାର ନିଦର୍ଶନ ମଧ୍ୟ ରହିଛି। ହାବସପୁରୀ କୁଟୀର ଶିଳ୍ପକୁ ଆଗକୁ ନେବା ପାଇଁ ସବୁ ସ୍ତରରେ ଉଦ୍ୟମ ନ ହେଲେ ଏହି ପ୍ରାଚୀନ ପରମ୍ପରା ବିଲୀନ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ। ଚିଚୈଗୁଡାର ଆନ୍ତର୍ଜାତିକ ଫ୍ୟାଶନ ଡିଜାଇନର ସୁଜିତ କୁମାର ମେହେର ନିଜର ବ୍ୟବସାୟିକ ସଂସ୍ଥା ତିଳୋତ୍ତମା ମାଧ୍ୟମରେ ହାବସପୁରୀ ପାଟଶାଢିକୁ ପୁଣି ଥରେ ଚମକାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏପରି କି କଳାହାଣ୍ଡିର ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍କୁଲ ୟୁନିଫର୍ମରେ ହାବସପୁରୀ କପଡା ବ୍ୟବହାର କରିବା ପାଇଁ କୁଳପତି ସଞ୍ଜୟ କୁମାର ଶତପଥୀ ଘୋଷଣା କରିଛନ୍ତି। କିନ୍ତୁ ଏହି କପଡା ବାହାରୁ ଆସି ହାବସପୁରୀ ନାଁ ଦିଆଯାଉଥିବା ଦେଖାଯାଉଛି। ଏଠାରେ ଉତ୍ପାଦନ କମ ହେଉଥିବା ବେଳେ କେବଳ ଶାଢ଼ି ବୁଣୁଛନ୍ତି। ଗୋଟିଏ ପଟେ ଦ୍ରୁତ ଅର୍ଥନୀତିର ଅଭିବୃଦ୍ଧି ଅନ୍ୟପଟେ କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରିବା ଭିତରେ ବୁଣାକାରମାନେ ନିଜର ଭବିଷ୍ୟତ ଖୋଜିବାରେ ଲାଗିଛନ୍ତି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri