Posted inଫୁରସତ

ଜାତୀୟତାବାଦର ପଥପ୍ରଦର୍ଶକ-ଶ୍ୟାମାପ୍ରସାଦ

ସ୍ବାଧୀନତା ପରଠାରୁ ଭାରତୀୟ ଜାତୀୟତାବାଦର ଭାବନା ଉଦ୍ରେକ କରିବା, ଜାତୀୟ ଅଖଣ୍ଡତା ବଜାୟ ରଖିବା, ଦେଶରେ ଏକ ଦୃଢ଼ ରାଜନୈତିକ ବିକଳ୍ପର ବୀଜବପନ କରିବାରେ ଯାହାଙ୍କ ନାମ ସର୍ବାଗ୍ରେ ଆସେ, ସେ ହେଉଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ। ସ୍ବାଧୀନତା ପରେ ଯଦିଓ ସେ ଦୀର୍ଘସମୟ ବଞ୍ଚତ୍ ରହି ନ ଥିଲେ, ତଥାପି ତାଙ୍କ ଆଦର୍ଶ ଓ ସଂଗ୍ରାମ ଭାରତୀୟ ରାଜନୈତିକ ଆକାଶରେ ଏକ ଅଲିଭା ଚିହ୍ନ ଛାଡ଼ିଯାଇଛି।
ଶ୍ୟାମାପ୍ରସାଦ ଜମ୍ମୁ ଓ କଶ୍ମୀରର ବାସ୍ତବ ସମସ୍ୟା ଭଲ ଭାବେ ହୃଦୟଙ୍ଗମ କରିବା ସହ ତାହାର ସମାଧାନ ଦିଗରେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ। ବଙ୍ଗ ବିଭାଜନ ବେଳେ ଭାରତର ସ୍ବାର୍ଥ ଓ ଅଧିକାର ସୁରକ୍ଷା ପାଇଁ ସେ ଥିଲେ ଜଣେ ସଫଳ ସଂଗ୍ରାମର ଧ୍ୱଜାଧାରୀ। ସ୍ବାଧୀନତା ପରବର୍ତ୍ତୀ କାଳରେ କଂଗ୍ରେସ ବିଦେଶୀ ଚିନ୍ତାଧାରା ଓ ତତ୍ତ୍ୱକୁ ଆମଦାନୀ କରି ଦେଶ ଉପରେ ଲଦି ଦେବାକୁ ଯେଉଁ ପ୍ରୟାସ କରିଥିଲା, ତାହାକୁ ଶ୍ୟାମାପ୍ରସାଦ ଘୋର ବିରୋଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରତି ଭାରତୀୟଙ୍କୁ ଜୀବନର ଉପଯୁକ୍ତ ଓ ସ୍ଥାୟୀ ପଥପ୍ରଦର୍ଶନ କରିବା ଦିଗରେ ‘ଭାରତ, ଭାରତୀୟ ଓ ଭାରତୀୟତା’ର ରାଜନୈତିକ ଓ ସାମାଜିକ ଆଦର୍ଶ ଗଢ଼ି ତୋଳିବାରେ ସେ ଜଣେ ପ୍ରମୁଖ ବିନ୍ଧାଣି ଥିଲେ।
ନେହେରୁଙ୍କ ସରକାରରେ ଶ୍ୟମାପ୍ରସାଦ ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। କିନ୍ତୁ ନେହେରୁ-ଲିଆକତ୍‌ ଚୁକ୍ତିରେ କଂଗ୍ରେସ ଦ୍ୱାରା ହିନ୍ଦୁଙ୍କ ସ୍ବାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବା ଦର୍ଶାଇ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ସେହି ଇସ୍ତଫା ତାଙ୍କ ଆଦର୍ଶଗତ ଚେତନାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଭାବେ ରହିଆସିଛି। ସେ କଦାପି ତାଙ୍କ ଆଦର୍ଶଗତ ପ୍ରତିବଦ୍ଧତାରେ ସାଲିସ କରିନାହାନ୍ତି। ନେହେରୁଙ୍କ କ୍ୟାବିନେଟରୁ ସେ ଇସ୍ତଫା ଦେବା ଦ୍ୱାରା ଦେଶରେ ଏକ ରାଜନୈତିକ ବିକଳ୍ପର ଅଭ୍ୟୁଦୟ ହୋଇଥିଲା। ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବିଭିନ୍ନ ଆଦର୍ଶରେ ବିଶ୍ୱାସ ରଖିଥିବା ରାଜନୈତିକ ନେତା ଓ ଜନସାଧାରଣ କଂଗ୍ରେସ ଡାକରାରେ ଏକଜୁଟ ହୋଇଥିଲେ। କିନ୍ତୁ ସ୍ବାଧୀନତା ପରେ ରାଜନୈତିକ ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ କଂଗ୍ରେସର ବିକଳ୍ପ ଖୋଜିବା ନେଇ ବିତର୍କ ଆରମ୍ଭ ହୋଇଥିଲା। ସାଂସ୍କୃତିକ ଜାତୀୟତାବାଦ ମାଧ୍ୟମରେ ଜାତୀୟ ଅଖଣ୍ଡତାର ମୂଳଦୁଆ ପକାଇବା ଓ ରାଜନୀତିରେ ତୁଷ୍ଟୀକରଣକୁ ବିରୋଧ କରି ଭାରତ ଯେତେବେଳେ ଏକ ରାଜନୈତିକ ଆଦର୍ଶ ଖୋଜୁଥିଲା, ସେତିକିବେଳେ ଶ୍ୟାମାପ୍ରସାଦ ଧ୍ୱଜାଧାରୀ ଭାବେ ଉଭା ହୋଇଥିଲେ। ତାଙ୍କ ଚିନ୍ତାଧାରାରୁ ହିଁ ଜନ୍ମ ନେଇଥିଲା ଜନସଂଘ ଓ ତାହା ୨୧ ଅକ୍ଟୋବର ୧୯୫୧ରେ ପ୍ରତିଷ୍ଠା ହୋଇଥିଲା। ତା’ ପରେ ଅନେକ ଉତ୍ଥାନପତନ ଦେଇ ଆମେ ଆଜି ଏଇଠି ପହଞ୍ଚିଛୁ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୧୯୫୧-୫୨ ସାଧାରଣ ନିର୍ବାଚନରେ ଜନସଂଘ କେବଳ ୩ଟି ଆସନ ପାଇଥିଲା। ଶ୍ୟମାପ୍ରସାଦ କଲିକତାରୁ ବିଜୟ ଲାଭ କରି ସଂସଦରେ ପହଞ୍ଚିଥିଲେ। ତାଙ୍କ ସ୍ପଷ୍ଟ ଭାବନା, ଆଦର୍ଶଗତ ପ୍ରତିବଦ୍ଧତା ଓ ଦୂରଦର୍ଶିତାରେ ପ୍ରଭାବିତ ହୋଇ ବିରୋଧୀ ଦଳଗୁଡ଼ିକ ତାଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା କରିଥିଲେ।
ଜମ୍ମୁ ଓ କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଲାଗୁ କରାଯିବା ଓ ସେଠାକାର ବାସିନ୍ଦାକୁ ବିଭିନ୍ନ ପ୍ରକାର ସୁବିଧା ଦେବା ଲାଗି କରାଯାଇଥିବା ବ୍ୟବସ୍ଥା ଭାରତର ଅଖଣ୍ଡତାରେ ଏକ ବାଧକ ବୋଲି ଶ୍ୟମାପ୍ରସାଦ ବିଚାର କରୁଥିଲେ। ସେ ଏହି ବିଷୟ ସଂସଦରେ ବହୁବାର ଉଠାଇଛନ୍ତି। ୨୬ ଜୁନ୍‌ ୧୯୫୨ରେ ଜମ୍ମୁ ଓ କଶ୍ମୀର ଉପରେ ହୋଇଥିବା ବିତର୍କରେ ଭାଗ ନେଇ ସେ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାରେ ଗୋଟିଏ ରାଜ୍ୟର ନାଗରିକଙ୍କ ଅଧିକାର ଓ ସୁବିଧା କିଭଳି ଅନ୍ୟ ରାଜ୍ୟଠାରୁ ଭିନ୍ନ ହେବ। ଏହା ଦେଶର ଏକତା ଓ ଅଖଣ୍ଡତା ପ୍ରତି କ୍ଷତିକାରକ।
ଶ୍ୟମାପ୍ରସାଦ ଜମ୍ମୁକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା, ଯାହାକୁ ନେଇ ସାରା ଭାରତରେ ପ୍ରବଳ ବିରୋଧ ହୋଇଥିଲା ଓ ଅନେକେ ଗିରଫ ହୋଇଥିଲେ। ତାଙ୍କ ଗିରଫର ୪୦ ଦିନ ପରେ ଭାରତମାତାର ଏହି ସୁଯୋଗ୍ୟ ସନ୍ତାନଙ୍କର ୨୩ ଜୁନ୍‌ ୧୯୫୩ରେ ଜମ୍ମୁର ଏକ ସରକାରୀ ଡାକ୍ତରଖାନାରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ତାଙ୍କର ଏଭଳି ବଳିଦାନକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ହେଲେ ନେହେରୁ ସରକାର ସେଥିପ୍ରତି ଆଖିବୁଜି ଦେଇଥିଲେ। ଶ୍ୟମାପ୍ରସାଦଙ୍କ ମାତା ଯୋଗମାୟା ଦେବୀ ପୁଅଙ୍କ ରହସ୍ୟଜନକ ମୃତ୍ୟୁ ନେଇ ତଦନ୍ତ କରିବା ଲାଗି ନେହେରୁଙ୍କ ନିକଟକୁ ପତ୍ର ଲେଖିଥିଲେ। ମାତ୍ର ତାଙ୍କର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅଦ୍ୟାବଧି ତାଙ୍କ ଗିରଫ ଓ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିନି।
ଶ୍ୟାମାପ୍ରସାଦ କହୁଥିଲେ ଭାରତରେ ଦୁଇଟି ସମ୍ବିଧାନ, ଦୁଇ ଜଣ ପ୍ରଧାନମନ୍ତ୍ରୀ ଓ ଦୁଇ ଜାତୀୟ ପ୍ରତୀକ ରହିପାରିବେ ନାହିଁ। ପ୍ରଥମେ ଜନସଂଘର ସଂକଳ୍ପ ଓ ସିଦ୍ଧାନ୍ତ ଥିବା ଏହି ସ୍ଲୋଗାନ ଏବେ ଭାରତୀୟ ଜନତା ପାର୍ଟି (ଭାଜପା) ଆପଣାଇଛି। ଗୋଟିଏ ପଟେ ତୁଷ୍ଟୀକରଣ ରାଜନୀତିକୁ ବିଶ୍ୱାସ କରୁଥିବା କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ ଥିଲାବେଳେ ଅନ୍ୟପଟେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ଥିଲା ଭାଜପାର ପ୍ରତିବଦ୍ଧତା। ଜନସଂଘ ଯୁଗ ହେଉ ବା ଭାଜପାର ଯାତ୍ରା, ଭାରତକୁ ଏକ ମଜଭୁତ ଓ ସଙ୍ଗଠିତ ରାଷ୍ଟ୍ର ଭାବେ ଦେଖିବାରେ ଆମ ଆଦର୍ଶ ଓ ପ୍ରତିବଦ୍ଧତାରେ କୌଣସି ପରିବର୍ତ୍ତନ ଘଟି ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ପିତ ଭାବ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦକ୍ଷ ରଣନୀତି ଯୋଗୁ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଥିବା ଅନୁଚ୍ଛେଦ ୩୭୦ ସବୁଦିନ ପାଇଁ ଉଚ୍ଛେଦ କରିବାରେ ଭାରତ ସଫଳ ହୋଇଥିଲା। ଫଳରେ ଶ୍ୟାମାପ୍ରସାଦଙ୍କ ସ୍ବପ୍ନକୁ ମୋଦି ସାକାର କଲେ। ବାସ୍ତବରେ ଶ୍ୟାମାପ୍ରସାଦଙ୍କ ବଳିଦାନ ତାଙ୍କୁ ଭାରତମାତାର ଯୋଗ୍ୟତମ ସନ୍ତାନ ଭାବେ ମନେରଖିବ। ତାଙ୍କର ଏଭଳି ତ୍ୟାଗ ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଜଗତ୍‌ ପ୍ରକାଶ ନଡ୍ଡା
(ରାଷ୍ଟ୍ରୀୟ ଅଧ୍ୟକ୍ଷ, ଭାରତୀୟ ଜନତା ପାର୍ଟି)


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri