Categories: ଜାତୀୟ

ରାମ ଜନ୍ମଭୂମିର ପବିତ୍ର ମାଟି ନେଇ ଫେରିବେ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିବା ଅତିଥି, ମୋଦିଙ୍କୁ ବିଶେଷ ଉପହାର

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ନିର୍ମିତ ପ୍ରସିଦ୍ଧ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହାକୁ ନେଇ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୧୧ହଜାରରୁ ଅଧିକ ଅତିଥି ଏଥିରେ ଯୋଗଦେବାର ସମ୍ଭାବନା ଅଛି।
ପିଟିଆଇ ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଲୋକଙ୍କୁ ଉପହାର ସ୍ବରୂପ ମନ୍ଦିର କମ୍ପ୍ଲେକ୍ସର ମାଟି ଦିଆଯିବ। ଭିତ୍ତିପ୍ରସ୍ତର ଖନନ ସମୟରେ ନିଆଯାଇଥିବା ରାମ ଜନଭୂମିଙ୍କ ମାଟି ବାକ୍ସରେ ପ୍ୟାକ ହୋଇ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିବା ଅତିଥିମାନଙ୍କୁ ପ୍ରଦାନ କରାଯିବ। ମନ୍ଦିର ଟ୍ରଷ୍ଟ ଶୁକ୍ରବାର ଏହି ସୂଚନା ଦେଇଛି।

ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଜୁଟ ବ୍ୟାଗରେ ପ୍ୟାକ ହୋଇଥିବା ରାମ ମନ୍ଦିରର ୧୫ ମିଟର ଫଟୋ ଉପହାର ଦିଆଯିବ। ଟ୍ରଷ୍ଟ ସଦସ୍ୟ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ସମାରୋହରେ ୧୧ହଜାରରୁ ଅଧିକ ଅତିଥି ଏବଂ ଆମନ୍ତ୍ରଣକାରୀଙ୍କୁ ସ୍ମରଣୀୟ ଉପହାର ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ସେ କହିଛନ୍ତି ଯେ ରାମ ଜନ୍ମଭୂମି ମାଟି ବ୍ୟତୀତ ଦେଶୀ ଘିଅରୁ ନିର୍ମିତ ୧୦୦ଗ୍ରାମ ମୋଟିଚୋର ଲଡୁ ମଧ୍ୟ ଅତିଥିମାନଙ୍କୁ ପ୍ରସାଦ ଭାବରେ ଦିଆଯିବ।

Share