ପିଲିବନ୍ଧର ଗାର୍ଡଓ୍ବାଲ ଧସିଲା

ଛତ୍ରପୁର,୧୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ଥିବା ବ୍ରିଟିଶ ଅମଳର ପିଲିବନ୍ଧର ଗାର୍ଡୱାଲ ଗୁରୁବାର ଧସିଯାଇଛି। ବର୍ଷକ ତଳେ ନୂଆ କରି ଉକ୍ତ ଗାର୍ଡଓ୍ବାଲ ନିର୍ମାଣ କରାଯାଇଥିଲା ା ନିମ୍ନମାନର କାମ ଯୋଗୁ ନିର୍ମାଣର ବର୍ଷକ ପରେ ଉକ୍ତ ଗାର୍ଡଓ୍ବାଲ ଧସିଯାଇଛି ା
ସୂଚନାଯୋଗ୍ୟ, ବ୍ରିଟିଶ ଅମଳର ପିଲିବନ୍ଧ ଓ ଏହାର ସଂଲଗ୍ନ ପାର୍କ ଦୀର୍ଘବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। ପରେ ଉକ୍ତ ପିଲିବନ୍ଧର ସୌନ୍ଦର୍ଯ୍ୟକରଣ ଓ ପାର୍କର ଆଧୁନିକୀକରଣ କାର୍ଯ୍ୟ ଗତ ୨ ବର୍ଷ ତଳେ ଆରମ୍ଭ ହୋଇଥିଲା ା ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟ ସରିନି। ବ୍ରିଟିଶ ସାହେବ ପିିଲିଙ୍କ ଅମଳର ଉକ୍ତ ବନ୍ଧ ଖନନ ହୋଇଥିଲା। ତାଙ୍କ ନାମରେ ଏହି ବନ୍ଧର ନାଁ ପିଲିବନ୍ଧ ରଖାଯାଇଛି।