ଭୂତଳ ଜଳ ସ୍ଥିତି ସଙ୍ଗିନ

ଭୁବନେଶ୍ୱର,୨।୪(ବ୍ୟୁରୋ):ରାଜ୍ୟରେ ତାତି ବଢ଼ିଚାଲିଛି। ପ୍ରତ୍ୟେକ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏକ ଶୁଷ୍କ ପରିବେଶ ସୃଷ୍ଟି କରୁଛି। ବିଭିନ୍ନ ଜିଲାରେ ଜଳକଷ୍ଟ ଦେଖାଦେଉଛି। ଆବଶ୍ୟକ ପରିମାଣ ବର୍ଷା ନ ହେବା ଓ ଜଳାଶୟ ଲୋପ ପାଇଯାଉଥିବା କାରଣରୁ ଭୂତଳ ଜଳ ତଳକୁ ଖସିଚାଲିଛି। ଗତ କିଛି ବର୍ଷ ହେବ ରାଜ୍ୟର ଅନେକ ଭାଗରେ ଭୂତଳ ଜଳସ୍ତର ତଳକୁ ଖସିବା ଆରମ୍ଭ କରିଛି। ଆଗାମୀ ଦିନରେ ରାଜ୍ୟକୁ ଭୟଙ୍କର ଜଳସଙ୍କଟ ଭୋଗିବା ଆଶଙ୍କା ଦେଖାଦେଇଛି। ୫ ବର୍ଷ ମଧ୍ୟରେ ରାଜ୍ୟର ୯ ଜିଲାରେ ଭୂତଳ ଜଳସ୍ତର ସଙ୍ଗିନ ଅବସ୍ଥାକୁ ଚାଲିଯାଇଛି।
ଓଡ଼ିଶା ଭୂତଳ ଜଳ ଉନ୍ନୟନ ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୨୦ ମଧ୍ୟରେ ଦେବଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ବରଗଡ଼, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ଭୂତଳ ଜଳସ୍ତର କମିଚାଲିଛି। ଏହାଛଡ଼ା ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୫ଟିରେ ଭୂତଳ ଜଳ ସମସ୍ୟା ଦେଖାଦେଲାଣି। ସମ୍ପୃକ୍ତ ବ୍ଲକଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବାହାନଗା, ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡ଼ାର ଗରଦପୁର ଏବଂ ଖୋର୍ଦ୍ଧାର ବୋଲଗଡ଼। ଏହିସବୁ ବ୍ଲକରେ ୭୦ରୁ ୯୦ ଭାଗ ଭୂତଳ ଜଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ୪୪ ବ୍ଲକରେ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ସତର୍କ କରାଯାଇଛି।
କେବଳ ଜଳସ୍ତର କମୁନାହିଁ ମାତ୍ରାଧିକ ରାସାୟନିକ ସାର ପ୍ରୟୋଗ, କ୍ଷତିକାରକ ଦ୍ରାବକ, ଶିଳ୍ପାଞ୍ଚଳ ଓ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ଯୋଗୁ ରାଜ୍ୟର ଭୂତଳ ଜଳ ବିଷାକ୍ତ ହେବାରେ ଲାଗିଛି। ପାଣିରେ ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ଫ୍ଲୋରାଇଡ୍‌, ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି, ଜିଙ୍କ୍‌, ଟୋଟାଲ କଲିଫର୍ମ, ଆଇରନ, ନାଇଟ୍ରେଟ୍‌ ଆଦିର ପରିମାଣ ବଢ଼ିବାରେ ଲାଗିଛି। ଏହି କାରଣରୁ ଏକଦା ମିଠା ଲାଗୁଥିବା ପାଣି ଏବେ କ୍ଷାର ଏବଂ ଲବଣାକ୍ତ ହୋଇଛି। ଫଳରେ ୨୭ ସହରାଞ୍ଚଳରେ ଭୂତଳ ଜଳ ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ, ତାଳଚେର, ବରଗଡ଼, ପଦ୍ମପୁର, ବରପାଲି, ଟିଟିଲାଗଡ଼, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ଝାରସୁଗୁଡ଼ା, ଯୋଡ଼ା, ବାରିପଦା, ନବରଙ୍ଗପୁର, ନୟାଗଡ଼, ଢେଙ୍କାନାଳ, ତରଭା, ସୋନପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ। ବିଶେଷକରି ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ଏହା ଆଗାମୀ ଦିନରେ ଭୟଙ୍କର ସମସ୍ୟା ସୃଷ୍ଟି କରିବ ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ଖଡ଼ଗପୁର (ଆଇଆଇଟି-ଖଡ଼ଗପୁର), ମୁମ୍ବାଇସ୍ଥିତ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ଏବଂ ହୋମି ଭାବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଏକ ଟିମ୍‌ ଦ୍ୱାରା କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ବିଶେଷଜ୍ଞମାନେ କୂପ, ନଳକୂପର ୨୨ ସ୍ଥାନ ସମେତ ବର୍ଷାଜଳ, ନଦୀ ଏବଂ ଝରଣାରୁ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷଣରୁ ଏସବୁ ଜଳ ନମୁନାରେ ମନୁଷ୍ୟ ଶରୀରକୁ କ୍ଷତି ପହଞ୍ଚାଇବା ଭଳି ମାତ୍ରାଧିକ ଫ୍ଲୋରାଇଡ୍‌ ଏବଂ ନାଇଟ୍ରେଟ୍‌ ରହୁଥିବା ଉଲ୍ଲେଖ କରାଯାଇଛି। ବର୍ଷାଜଳରେ ଏସିଡ୍‌ ପରିମାଣ କମ୍‌ ରହିଥିବା ବେଳେ ଭୂଗର୍ଭ ଜଳରେ ଫ୍ଲୋରାଇଡ, ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି ପରିମାଣ ବେଶି ଥିବା ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।
ଜଳ ନମୁନା ସଂଗ୍ରହ କରାଯାଇଥିବା ସ୍ଥାନଗୁଡ଼ିକରେ ଭୂଗର୍ଭ ଜଳରେ ୪୦%ରୁ ଅଧିକ ଫ୍ଲୋରାଇଡ ରହୁଛି। ଏପରି କି କେତେକ ନମୁନାରୁ ଲିଟର ପିଛା ୩.୫ ମିଲିଗ୍ରାମ୍‌ ଯାଏ ଫ୍ଲୋରାଇଡ୍‌ ଠାବ କରାଯାଇଛି। ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ୍‌) ମାନକ ଅନୁଯାୟୀ, ୧ ଲିଟର ଜଳରେ ୧ ମିଲିଗ୍ରାମ୍‌ରୁ ଅଧିକ ଫ୍ଲୋରାଇଡ ରହିଲେ ତାହା ଶରୀର ପାଇଁ କ୍ଷତିକାରକ।
କେବଳ ସେତିକି ନୁହେଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ୧୧ଟି ସହର ଯଥା ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ପାରାଦୀପ, ସୁକିନ୍ଦା, ଝାରସୁଗୁଡ଼ା, ପୁରୀ, ସମ୍ବଲପୁର ଏବଂ ତାଳଚେର ଆଦି ୪୮ଟି ସ୍ଥାନରେ ଭୂତଳ ଜଳର ଗୁଣାତ୍ମକ ମାନକୁ ଏପ୍ରିଲ ଓ ଅକ୍ଟୋବର ମାସରେ ନିୟମିତ ଭାବେ ପରୀକ୍ଷା କରାଯାଉଛି। ସେଥିରୁ ୬ଟି ସ୍ଥାନରେ ପିଏଚ, ଗୋଟିଏ ସ୍ଥାନରେ ନାଇଟ୍ରେଟ, ୧୦ଟି ସ୍ଥାନରେ ଲୌହ ଏବଂ ୨୯ଟି ସ୍ଥାନରେ ଟୋଟାଲ କଲିଫର୍ମ ପରିମାଣ ନିର୍ଦ୍ଧାରିତ ମାନକଠାରୁ ଊର୍ଦ୍ଧ୍ୱରେ ରହୁଛି। ପାଣିର ମାନ ଦିନକୁ ଦିନ ବିଗୁଡୁଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ପୌରାଞ୍ଚଳର ଅଧିକାରୀ, ଜିଲା ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିବା ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।
ରାଜ୍ୟରେ ଥିବା ସହରାଞ୍ଚଳଗୁଡ଼ିକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ମଧ୍ୟରୁ ୪୦ ପ୍ରତିଶତ ଭୂତଳ ଜଳ। ଏହାଛଡ଼ା ସହରାଞ୍ଚଳରେ ଅନେକ ଲୋକ ନିଜସ୍ବ ବୋର୍‌ୱେଲ ଜରିଆରେ ପାଣି ଉଠାଉଛନ୍ତ। କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଭୂତଳ ଜଳ ବ୍ୟବହାର ପରିମାଣ ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri