ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ ଊର୍ଦ୍ଧ୍ୱ ପଣ୍ୟ କାରବାର କରିବାର ରେକର୍ଡ ହାସଲ କରିଛି ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ବନ୍ଦର ଅଧ୍ୟକ୍ଷ ଭିନିତ୍‌ କୁମାର କହିଛନ୍ତି। ମଧୁବନସ୍ଥିତ ଅଫିସର୍ସ କ୍ଲବ ପରିସରରେ ଆୟୋଜିତ ସମ୍ମିଳନୀରୁ ମିଳିଥିବା ସୂଚନା ଅନୁସାରେ, ପାରାଦୀପ ବନ୍ଦର ୨୦୧୭-୧୮ ଆର୍ଥିକ ବର୍ଷରେ ୧୦୨.୦୧, ୨୦୧୮-୧୯ରେ ୧୦୯.୧୯, ୨୦୧୯-୨୦ରେ ୧୧୨.୬୯ ମିଲିୟନ ଟନ୍‌ ପଣ୍ୟ କାରବାର କରିଥିଲା। ଚଳିତବର୍ଷ ହୋଇଥିବା ପଣ୍ୟ କାରବାରରୁ ବନ୍ଦର ୭୨୨କୋଟି ଟଙ୍କା ଲାଭ କରିଛି। ଟିକସ ବାଦ୍‌ ୪୭୬କୋଟି ଟଙ୍କା ଲାଭ ହୋଇଛି। ବନ୍ଦରରେ ପ୍ରତିଦିନ ହାରାହାରି ୨୪ ହଜାର ମେଟ୍ରିକ ଟନ୍‌ ପଣ୍ୟ କାରବାର ହୋଇଛି। ତୈଳ କାରବାର ବ୍ୟତୀତ ବଲ୍କ କାର୍ଗୋ ମଧ୍ୟ ଅଧିକ ହୋଇଛି। ଯାହା ଦେଶର ବୃହତ ବନ୍ଦର କ୍ଷେତ୍ରରେ ୨ୟ ବୋଲି କୁହାଯାଇଛି। ଚଳିତବର୍ଷ ୨ଟି ବୃହତ ପ୍ରକଳ୍ପ ଶେଷ ହେବ। ସେଗୁଡିକ ହେଲା ନୂତନ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଓ କେଆଇସିଟି ବର୍ଥ। କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ପାଇଁ ୧୪୪୦ କୋଟି ଓ କେଆଇସିଟି ପାଇଁ ୬୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ ଓ୍ବେଷ୍ଟର୍ଣ୍ଣ ଡକ୍‌ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେଉଁଥିରେ ବୃହତ ପାନାମାକ୍ସ ଜାହାଜ ଲାଗି ପାରିବ। ରାଜ୍ୟ ସରକାରଙ୍କ ସହଭାଗିତାରେ ୩୦୦ ଏକର ଜାଗାରେ ୩ଟି ଶିଳ୍ପ ସ୍ଥାପନ ହେବାକୁ ଯାଉଛି। ମଲ୍ଟିମୋଡାଲ କରିଡର, କଣ୍ଟେନର ୟାର୍ଡ ଆଦି କରାଯାଉଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଲଜେଷ୍ଟିକ୍‌ ଖର୍ଚ୍ଚ କମିବା ସହ ପଣ୍ୟ କାରବାର ବୃଦ୍ଧି ପାଇବ। ଫଳରେ ପାରାଦୀପ ଦେଶର ୧ ନମ୍ବର ବନ୍ଦର ମାନ୍ୟତା ପାଇବ। ଏଥିସହ ବିଶ୍ବସ୍ତରୀୟ ବନ୍ଦର ହୋଇପାରିବ ବୋଲି ଅଧ୍ୟକ୍ଷ କୁମାର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଏ.କେ. ବୋଷ, ଉପସଂରକ୍ଷକ ଅତୁଲ୍ୟ କୁମାର ମହାପାତ୍ର, ସିଏମ୍‌ଓ ଡା.ପ୍ରହଲ୍ଲାଦ ପଣ୍ଡା, ଟ୍ରାଫିକ ମ୍ୟାନେଜର ଏସ୍‌.କେ ମିଶ୍ର, ସିଏମ୍‌ଇ ଏସ୍‌.କେ. ଦାସଙ୍କ ସମେତ ଅନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri