ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ ଊର୍ଦ୍ଧ୍ୱ ପଣ୍ୟ କାରବାର କରିବାର ରେକର୍ଡ ହାସଲ କରିଛି ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ବନ୍ଦର ଅଧ୍ୟକ୍ଷ ଭିନିତ୍‌ କୁମାର କହିଛନ୍ତି। ମଧୁବନସ୍ଥିତ ଅଫିସର୍ସ କ୍ଲବ ପରିସରରେ ଆୟୋଜିତ ସମ୍ମିଳନୀରୁ ମିଳିଥିବା ସୂଚନା ଅନୁସାରେ, ପାରାଦୀପ ବନ୍ଦର ୨୦୧୭-୧୮ ଆର୍ଥିକ ବର୍ଷରେ ୧୦୨.୦୧, ୨୦୧୮-୧୯ରେ ୧୦୯.୧୯, ୨୦୧୯-୨୦ରେ ୧୧୨.୬୯ ମିଲିୟନ ଟନ୍‌ ପଣ୍ୟ କାରବାର କରିଥିଲା। ଚଳିତବର୍ଷ ହୋଇଥିବା ପଣ୍ୟ କାରବାରରୁ ବନ୍ଦର ୭୨୨କୋଟି ଟଙ୍କା ଲାଭ କରିଛି। ଟିକସ ବାଦ୍‌ ୪୭୬କୋଟି ଟଙ୍କା ଲାଭ ହୋଇଛି। ବନ୍ଦରରେ ପ୍ରତିଦିନ ହାରାହାରି ୨୪ ହଜାର ମେଟ୍ରିକ ଟନ୍‌ ପଣ୍ୟ କାରବାର ହୋଇଛି। ତୈଳ କାରବାର ବ୍ୟତୀତ ବଲ୍କ କାର୍ଗୋ ମଧ୍ୟ ଅଧିକ ହୋଇଛି। ଯାହା ଦେଶର ବୃହତ ବନ୍ଦର କ୍ଷେତ୍ରରେ ୨ୟ ବୋଲି କୁହାଯାଇଛି। ଚଳିତବର୍ଷ ୨ଟି ବୃହତ ପ୍ରକଳ୍ପ ଶେଷ ହେବ। ସେଗୁଡିକ ହେଲା ନୂତନ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଓ କେଆଇସିଟି ବର୍ଥ। କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ପାଇଁ ୧୪୪୦ କୋଟି ଓ କେଆଇସିଟି ପାଇଁ ୬୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ ଓ୍ବେଷ୍ଟର୍ଣ୍ଣ ଡକ୍‌ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେଉଁଥିରେ ବୃହତ ପାନାମାକ୍ସ ଜାହାଜ ଲାଗି ପାରିବ। ରାଜ୍ୟ ସରକାରଙ୍କ ସହଭାଗିତାରେ ୩୦୦ ଏକର ଜାଗାରେ ୩ଟି ଶିଳ୍ପ ସ୍ଥାପନ ହେବାକୁ ଯାଉଛି। ମଲ୍ଟିମୋଡାଲ କରିଡର, କଣ୍ଟେନର ୟାର୍ଡ ଆଦି କରାଯାଉଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଲଜେଷ୍ଟିକ୍‌ ଖର୍ଚ୍ଚ କମିବା ସହ ପଣ୍ୟ କାରବାର ବୃଦ୍ଧି ପାଇବ। ଫଳରେ ପାରାଦୀପ ଦେଶର ୧ ନମ୍ବର ବନ୍ଦର ମାନ୍ୟତା ପାଇବ। ଏଥିସହ ବିଶ୍ବସ୍ତରୀୟ ବନ୍ଦର ହୋଇପାରିବ ବୋଲି ଅଧ୍ୟକ୍ଷ କୁମାର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଏ.କେ. ବୋଷ, ଉପସଂରକ୍ଷକ ଅତୁଲ୍ୟ କୁମାର ମହାପାତ୍ର, ସିଏମ୍‌ଓ ଡା.ପ୍ରହଲ୍ଲାଦ ପଣ୍ଡା, ଟ୍ରାଫିକ ମ୍ୟାନେଜର ଏସ୍‌.କେ ମିଶ୍ର, ସିଏମ୍‌ଇ ଏସ୍‌.କେ. ଦାସଙ୍କ ସମେତ ଅନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri